Home News in Odia ମନାଲି ଢାଞ୍ଚାରେ ଦାରିଙ୍ଗିବାଡି ବିକାଶ

ମନାଲି ଢାଞ୍ଚାରେ ଦାରିଙ୍ଗିବାଡି ବିକାଶ

ଭୁବନେଶ୍ୱର : ଓଡିଶା ଇକୋ ଟୁରିଜିମର ମଣି ଦାରିଙ୍ଗିବାଡି, ଯାହାକୁ ପ୍ରାୟତଃ ଓଡିଶାର କାଶ୍ମୀର ବୋଲି କୁହାଯାଇଥାଏ, ତାହାକୁ ମନାଲିର ଲୋକପ୍ରିୟ ‘ମଲ୍‍ ରୋଡ୍‍’ ରେ ବିକଶିତ କରିବାର ଯୋଜନା ପ୍ରସ୍ତୁତ ହେଉଛି । ଦାରିଦ୍ର‌୍ୟ ଏବଂ ମାନବ ବିକାଶ ମନିଟରିଂ ଏଜେନ୍‍ସି (ପିଏଚଏଡିଏମଏ) ଏବଂ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ମିଳିତ ଭାବେ ଏ କ୍ଷେତ୍ରରେ ଉଦ୍ୟମ ଆରମ୍ଭ କରିଛନ୍ତି ।

ଫୁଲବାଣୀ ଜିଲ୍ଲାର ମନୋରମ ପାହାଡିଆ ସ୍ଥାନ, ଏହାର ଆକର୍ଷଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବେଶ୍‍ ଜଣାଶୁଣା । ଯେଉଁଥିରେ ସବୁଜ ପାହାଡ,ଘନ ପାଇନ୍‍ ଜଙ୍ଗଲ, ବିସ୍ତୃତ କଫି ବଗିଚା ଏବଂ ଏକ ଚିରସ୍ଥାୟୀ ଥଣ୍ଡା ଜଳବାୟୁ ଅଞ୍ଚଳ, ବହୁ ସଂଖ୍ୟାକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ନୂତନ ବିକାଶର ଲକ୍ଷ୍ୟ ହେଉଛି ଏହାର ଆକଷଁଣକୁ ଆହୁରି ବୃଦ୍ଧି କରିବା ସହିତ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ।

ପର୍ଯ୍ୟଟନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଆମେ ଦାରିଙ୍ଗିବାଡିକୁ ଏକ ପମୁଖ ଗସ୍ତବ୍ୟସ୍ଥଳ ଭାବରେ ପରିକଳ୍ପନା କରିଛୁ ଯାହା ଉଭୟ ପ୍ରାକୃତିକ ଶାନ୍ତି ଏବଂ ଏକ ଆଧୁନିକ ପର୍ଯ୍ୟଟନ କେନ୍ଦ୍ରର ପରିବେଶ ପ୍ରଦାନ କରିବ । ପିଏଚଏଡିଏମଏ ସହିତ ଆମର ସାମ୍ପ୍ରତିକ ଆଲୋଚନା ଅତ୍ୟନ୍ତ ଫଳପ୍ରଦ ହୋଇଛି ଏବଂ ଆମେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଆଗକୁ ନେବାକୁ ପ୍ରତିଶ୍ରୁତିବଦ୍ଧ ।

ଏହି ପ୍ରକଳ୍ପରେ ଭଲ ଭାବରେ ପ୍ରସ୍ତୁତ ହୋଇଥିବା ପାଦଚଲା ଜୋନ୍‍ ସୃଷ୍ଟି କରାଯିବ ଯେଉଁଥିରେ ଦୋକାନ, କାଫେ ଏବଂ ବିଭିନ୍ନ ମନୋରଞ୍ଜନ ସୁବିଧା ରହିବ । ଏହା ପର୍ଯ୍ୟଟକମାନଙ୍କୁ ବୁଲିବା ସହିତ ନୂଆ ନୂଆ ଜିନିଷ ଦେଖିବାକୁ ଆକର୍ଷଣ କରିବ । ସେହିଭଳି ସ୍ଥାନୀୟ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବିକ୍ରିବଟା, ଓଡିଶୀ ଖାଦ୍ୟ, ପର୍ଯ୍ୟଟକମାନେ ସୁବିଧାରେ ବସିବାପାଇଁ ସ୍ଥାନ, ସ୍ଥାନୀୟ ଲୋକଙ୍କ ଘରେ ଆତିଥେୟତା ସୁବିଧା ସହିତ କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରାଯିବ ।

ପିଏଚଏଡିଏମଏ ଯୋଜନା ଏବଂ ବିକାଶ ପାଇଁ ଏକ ଅନୁଷ୍ଠାନ ଭାବରେ, ଗୋଷ୍ଠି ଯୋଗାଦାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ପ୍ରକଳ୍ପର ଲାଭ ଅର୍ନ୍ତଭୁକ୍ତ ନିଶ୍ଚିତ କରିବ ବୋଲି ଆଶା କରାଯାଉଛି । ପର୍ଯ୍ୟଟନ ବିଭାଗ ଦାରିଙ୍ଗିବାଡିକୁ ବିଶ୍ୱସ୍ତରୀୟ ଗନ୍ତବ୍ୟସ୍ଥଳରେ ପରିଣତ କରିବାପାଇଁ ଆବଶ୍ୟକ ନୀତିଗତ ଢାଞ୍ଚା, ଆର୍ଥିକ ସହାୟତା, ରଣନୈତିକ ମାର୍ଗଦର୍ଶନ ଏବଂ ବ୍ୟାପକ ପ୍ରୋତ୍ସାହନ ପ୍ରଦାନ କରିବ ।

ଅଧିକାରୀମାନେ ଅନୁମାନ କରିଛନ୍ତି ଯେ ଏହି “ମଲ୍‍ ରୋଡ୍‍” ଧାରଣାର ସଫଳ କାର୍ଯ୍ୟକାରିତା ପର୍ଯ୍ୟଟକଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି, ନୂତନ ନିଯୁକ୍ତି ସୁଯୋଗ ମାଧ୍ୟମରେ ଦୃଢ ଅର୍ଥନୈତିକ ଅଭିବୃଦ୍ଧି ଏବଂ ସ୍ଥାନୀୟ ବ୍ୟବସାୟ ଜରିଆରେ ରାଜସ୍ୱ ବୃଦ୍ଧି ସହିତ ଏହି ଅଞ୍ଚଳର ସାମଗ୍ରିକ ବିକାଶକୁ ଆଗକୁ ନେବ । ଉନ୍ନତ ସୁବିଧା ଜରିଆରେ ଏହା ପର୍ଯ୍ୟଟକଙ୍କ ସନ୍ତୋଷ ବୃଦ୍ଧି କରିବ ଏବଂ ଓଡିଶାକୁ ଏକ ପ୍ରମୁଖ ପର୍ଯ୍ୟଟନ ରାଜ୍ୟ ଭାବେ ମାନ୍ୟତା ଦେବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।

ଲକ୍ଷ୍ୟ ସଠିକ ଥିବାବେଳେ ଯୋଜନାକାରୀମାନେ ସମ୍ଭାବ୍ୟ ଆହ୍ୱାନ ପ୍ରତି ଧ୍ୟାନ ଦେଉଛନ୍ତି ଯେଉଁଥିରେ ପରିବେଶ ସ୍ଥିରତା, ଗୋଷ୍ଠି ଅଂଶଗ୍ରହଣକୁ ପ୍ରୋତ୍ସାହନ, ସ୍ଥାନୀୟ ଅଞ୍ଚଳର ସାଂସ୍କୃତିକ ପରିଚୟ ବଜାୟ ରହିବା ଏବଂ ବର୍ତ୍ତମାନ ଥିବା ଭିତ୍ତିଭୂମିର ସମାଧାନକରିବା ଆଦି ଅର୍ନ୍ତଭୁକ୍ତ । ଯତ୍ନଶୀଳ ଯୋଜନା ଏବଂ ସହଯୋଗାତ୍ମକ ପ୍ରୟାସ ଦ୍ୱାରା ଦାରିଙ୍ଗିବାଡି ଏକ ପ୍ଲାଗସିପ୍‍ ଇକୋ-ଟୁରିଜିମ୍‍ ଗନ୍ତବ୍ୟସ୍ଥଳ ଭାବରେ ଉଭା ହେବାକୁ ଯାଉଛିା (ତଥ୍ୟ)