Home Education ସ୍ମାର୍ଟସିଟି ଅଧିନରେ ଇଂଟର୍ନସିପ୍ ପ୍ରୋଗ୍ରାମ୍

ସ୍ମାର୍ଟସିଟି ଅଧିନରେ ଇଂଟର୍ନସିପ୍ ପ୍ରୋଗ୍ରାମ୍

କେନ୍ଦ୍ର ନଗର ଉ୍ନୟନ ଏବଂ ସହରାଂଚଳ ବ୍ୟାପାର ମନ୍ତ୍ରାଳୟ ଏବଂ ମାନବ ସମ୍ବଳ ମନ୍ତ୍ରାଳୟ ଅଧିନରେ ଚାଲୁରହିଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅର୍ବାନ୍ ଲର୍ଣ୍ଣିଂ ଇଂଟର୍ନସିପ୍ ପ୍ରୋଗ୍ରାମ୍ ଅଂଶ ବିଶେଷ ଭୁବନେଶ୍ୱର ସ୍ମାର୍ଟ୍ସିଟି କାର୍ଯ୍ୟାଳୟ (ବି ଏସ୍ ସି ଏଲ୍)ରେ ଯୋଗ ବେଇଛନ୍ତି ତିନିଜଣ ଗ୍ରାଜୁଏଟ୍ ।

ବି ଏସ୍ ସି ଏଲ୍୍ ରେ ଆଜି ଯୋଗେବେଇଥିବା ତିନିଜଣ ଗ୍ରାଜୁଏଟ୍ ହେଲେ, ବିଥିକା ମହାନ୍ତି(କମ୍ପ୍ୟୁଟର୍ ସାଇନ୍ସ୍), ବିଷ୍ଣୁପ୍ରିୟା ସାମଲ(ସିଭିଲ୍ ଇଂଜିନିୟରିଂ)ଏବଂ ପୂଜା ଆରାଧନା ପ୍ରଧାନ(ଆର୍କିଟ୍କେ୍ଚର୍) । ଏମାନଙ୍କ ବ୍ୟତିତ ଆହୁରି ଅନେକଗ୍ରାଜୁଏଟ୍ ଏଥିରେ ଯୋଗଦେପବାର କାର୍ଯ୍ୟକ୍ରମ ରହିଛି ।

ଯୋଗଦେଇଥିବା ଗ୍ରାଜୁଏଟ୍ ମାନଙ୍କୁ ସ୍ମାର୍ଟ୍ ସିଟି ବାବଦରେ ବୁଝାଇବାକୁ ଯାଇ ଜେନେରାଲ୍ ମ୍ୟାନେଜର୍ ଆଡ୍ମିନିଷ୍ଟ୍ରେସନ୍ କମଲ୍ଜିତ୍ ଦାସ୍ କହିଲେ ଯେ, ଭୁବନେଶ୍ୱର ସ୍ମାର୍ଟସିଟି ପ୍ରକଳ୍ପ ଦେଶର ଅନ୍ୟ ସ୍ମାର୍ଟ ସିଟି ପ୍ରକଳ୍ପଠାରୁ ଭିନ୍ନ ଏବଂ ଏହା ଏକ ଐତିହ୍ୟପୂର୍ଣ୍ଣ ତଥା ମନ୍ଦିର ମୟୀ ନଗରୀ ହୋଇଥିବାରୁ ଏଠାରେ ପ୍ରକଳ୍ପର ଭିନ୍ନତା ସ୍ୱତନ୍ତ୍ର । ଅନ୍ୟ ସ୍ମାର୍ଟ୍ସିଟିର ପ୍ରକଳ୍ପ ତୁଳନାରେ ଭୁବନେଶ୍ୱରର ପ୍ରକଳ୍ପ ବେଷ୍ଟ୍ ସ୍ମାର୍ଟ୍ସିଟି ପ୍ରକଳ୍ପ ବୋଲି ସେ କହିଥିଲେ ।

ଉଲ୍ଲେଖ ଯୋଗ୍ୟକି, ସେପ୍ଟେମ୍ବର ୨୦୨୦ରେ ଟି ୟୁ ଏଲ୍ ଆଇ ପି ନିମନ୍ତେ ଫ୍ରେସ୍ ଗ୍ରାଜୁଏଟ୍ ମାନଙ୍କର ଇଂଟର୍ଣ୍ଣ ସିପ୍ କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ୱର ସ୍ମାର୍ଟ୍ସିଟି ଦରଖାସ୍ତ ଆହ୍ୱାନ କରିଥିଲେ ।ତେବେ ଏହି ଇଂଟର୍ଣ୍ଣସିପ୍ ପାଇଁ ଏଚ୍ ଆର୍,ହସ୍ପିଟାଲିଟି ମ୍ୟାନେଜ ମେଂଟ୍, ଅର୍ବାନ୍ ପ୍ଲାନିଂ ଡିଜାଇନ୍,ବିଲ୍ଡିଂ କନ୍ଷ୍ଟ୍ରକ୍ସନ୍,କନ୍ଷ୍ଟ୍ରକ୍ସନ୍ ମ୍ୟାନେଜ୍ମେଂଟ୍, ଡାଟା ମ୍ୟାନେଜ୍ମେଂଟ୍, ଆନାଲିସିସ୍, ଡାଟା ପଲିସି, ଟେକ୍ନୋଲୋଜିକାଲ୍ ଇନୋଭେସନ୍, ସିଟି କ୍ଲାଇମେଟ୍ ମିଟିଗେସନ୍, ସିଟି ମୋବିଲିଟି ପ୍ଲାନ୍, କମ୍ପାନୀ ଲ, ଅଫିସ୍ ମ୍ୟାନେଜ୍ ମେଂଟ୍, ଏବଂ ଫାଇନାନ୍ାସ ଇତ୍ୟାଦି ଅର୍ନ୍ତଭୁକ୍ତ ।

ସରକାରଙ୍କର ଆସ୍ପାଇରେସନାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧିନରେ ଟି ୟୁ ଏଲ୍ ଆଇ ପି ପ୍ରଯୁକ୍ତି ବିଦ୍ୟାର ଗ୍ରାଜୁଏଟ୍୍ ମାନଙ୍କୁ ନିଜର ଜ୍ଞାନ କୌଶଳ ପ୍ରତିପାଦନ କରିବା ନିମନ୍ତେ ଏବଂ କ୍ଷେତ୍ରଜ୍ଞାନ ଆହରଣ ନିମନ୍ତେ ବିଭିନ୍ନ ସହରାଂଚଳ ସ୍ୱୟତ ସଂସ୍ଥା ଏବଂ ସ୍ମାର୍ଟ୍ ସିଟି ପ୍ରକଳ୍ପରେ ଜ୍ଞାନ ନିବେଶ କରିବାର ଏବଂ ସ୍ମାର୍ଟ ଚ୍ୟଲେଂଜ୍କୁ ସାମ୍ନାକରି ସମାଧାନ ଖୋଜିବାର ସୁଯୋଗ ଦିଆଯାଉଛି ।ବ୍ୟକ୍ତିଗତ ଭାବେ ପ୍ରତ୍ୟେକ ଗ୍ରାଜୁଏଟ୍ ନିଜର ବ୍ୟକ୍ତିଗତ ପେଷାଦାର ଆବଶ୍ୟକତା ପୂରଣ କରିପାରିବେ ।