ଭୁବନେଶ୍ୱର : ମାସ ମାସ ଓ ବର୍ଷ ବର୍ଷ ଧରି ଡାକ୍ତରଖାନା ଅସୁନଥିବା ୨୦୦ରୁ ଅଧିକ ଡାକ୍ତରଙ୍କ ତାଲିକା ଧରି ସ୍ୱାସ୍ଥ୍ୟ ବିଭାଗ ଏବେ କାର୍ଯ୍ୟାନୁଷ୍ଠାନର ଭୟ ଦେଖାଉଛି । ଅନ୍ୟପକ୍ଷରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ମାସ ମାସ ଧରି ଅନେକ କାର୍ଯ୍ୟରତ ଡାକ୍ତରଙ୍କୁ ଚିକିତ୍ସା ସେବା ପ୍ରଦାନ କରିବା ସୁଯୋଗରୁ ବଞ୍ôଚତ ରଖିବା ପରେ ବିଭାଗୀୟ କର୍ତ୍ତୃପକ୍ଷ ତଣ୍ଡ ଗଣୁଛନ୍ତି ।
ଅତୀତରେ ଅନେକ ଡାକ୍ତର ସରକାରୀ ଚାକିରିରେ ଥାଇ ବିଭିନ୍ନ ମେଡିକାଲ୍ କଲେଜ୍ ଓ ଡାକ୍ତରଖାନାରୁ କିଛିଦିନ ପାଇଁ ଛୁଟି ନେଇ ବର୍ଷବର୍ଷ ଧରି ଗାଏବ ହୋଇଯାଉଥିବାର ନଜିର ରହିଛି । ଏହି ଡାକ୍ତରମାନେ ସରକାରୀ ଚାକିରିରୁ ଇସ୍ତଫା ନଦେଇ ଦେଶ ବିଦେଶର ବଡ଼ବଡ଼ ଡାକ୍ତରଖାନାମାନଙ୍କରେ ବର୍ଷବର୍ଷ ଧରି କାମ କରି ପ୍ରଚୁର ଅର୍ଥ ଉପାର୍ଜନ କରିଥାନ୍ତି । ଏମିତିକି ଏମାନେ ନିଖୋଜ ହୋଇଯିବାର ୮/୧୦ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥାଏ ଏବଂ ପରେ ସେମାନେ ସୁନା ପିଲା ଭଳି ଫେରି ସ୍ୱାଭାବିକ ଭାବେ ମନପସନ୍ଦର ସ୍ଥାନରେ ଯୋଗ ଦେଇ ଚାକିରିରୁ ଅବସର ନିଅନ୍ତି ଏବଂ ଅବସରକାଳୀନ ପ୍ରାପ୍ୟ ମଧ୍ୟ ପାଇଯାଆନ୍ତି ।
ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜର ନାମ ପ୍ରକାଶ ନକରିବା ସର୍ତ୍ତରେ କହିଛନ୍ତିଯେ ଅତୀତାରେ ରାଉରକେଲା ନିକଟବର୍ତ୍ତୀ ଏକ ସରକାରୀ ଡାକ୍ତରଖାନାରୁ ଜଣେ ଡାକ୍ତରରାଣୀଙ୍କ ସମ୍ବଲପୁର ମୁଖ୍ୟ ଡାକ୍ତରଖାନାକୁ ବଦଳି ହୋଇଥିଲା । ତାଙ୍କୁ କାର୍ଯ୍ୟରେ ଯୋଗଦାନ କରିବାକୁ ସୁଯୋଗ ନଦେଇ ଜିଲ୍ଲା କର୍ତ୍ତୃପକ୍ଷ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ । ବର୍ଷବର୍ଷ ଧରି ସ୍ପଷ୍ଟୀକରଣ ମିଳିଲା ନାହିଁ । ସଂପୃକ୍ତ ଡାକ୍ତରରାଣୀ ରାଉରକେଲାରାୁ ଆସି ଭୁବନେଶ୍ୱରରେ ବିଭିନ୍ନ ଘରୋଇ ଡାକ୍ତରଖାନାରେ ଦୀର୍ଘବର୍ଷ ଧରି କାମ କରି ବିପୁଳ ଅର୍ଥ ରୋଜଗାର କଲେ ଏବଂ ପରେ କୋର୍ଟରେ ମାମଲା ରୁଜୁ କରି ସରକାରଙ୍କୁ ତଣ୍ଡ ଗଣାଇଲେ ।
ସ୍ୱାସ୍ଥ୍ୟ ବିଭାଗରେ ଏଭଳି କାରନାମା କିଛି ନୂଆ ନୁହେଁ । ଗତବର୍ଷ ଜାନୁଆରୀ ମାସରେ ନୟାଗଡ଼ ଜିଲ୍ଲାରୁ ଜଣେ ଡାକ୍ତରରାଣୀଙ୍କୁ ଖୋର୍ଦ୍ଧା ଜିଲ୍ଲାର ବାଳକାଟି ଡାକ୍ତରଖାନାକୁ ବଦଳି କରାଗଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ସେ ଯୋଗ ଦେବାପାଇଁ ହାଜର ହେବା ପରେ ତାଙ୍କୁ କାମ କରିବାକୁ ଅନୁମତି ଦିଆଗଲା ନାହିଁ କିମ୍ବା ଦରମା ବି ମିଳିଲା ନାହିଁ । ଏହିଭଳି ଭାବରେ ଉକ୍ତ ଡାକ୍ତରରାଣୀ ଜଣକ ପ୍ରାୟ ୧୦ମାସ ଧରି କର୍ତ୍ତୃପକ୍ଷଙ୍କ ନିକଟରେ ଗୁହାରି କରିବା ପରେ ଶେଷରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଗତ ନଭେମ୍ବର ମାସରେ ପୋଷ୍ଟିଂ ମିଳିଲା ।
ଏହି ସମୟତକ ସେ କାମ କରିବାକୁ ଚାହୁଁଥିଲେ ମଧ୍ୟ ତାଙ୍କୁ କାର୍ଯ୍ୟ କ୍ଷେତ୍ରରୁ ଦୂରରେ ରଖି ଆର୍ôଥକ କ୍ଷତି ପହଞ୍ଚାଇବା ସହିତ ଗଭୀର ମନସ୍ତାପ ମଧ୍ୟରେ ରଖାଯାଇଥିଲା ବୋଲି ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଘଟଣାର ଅନୁଧ୍ୟାନ କରି ଫେବୃଆରୀରୁ ନଭେମ୍ବର ପର୍ଯ୍ୟନ୍ତ ତାଙ୍କର ଦରମା ଯେଭଳି ଦିଆଯାଇପାରିବ କର୍ତ୍ତୃପକ୍ଷ ସେଥିଘେନି ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ଏଭଳି ଶହ ଶହ ଘଟଣା ଘଟୁଥିଲେ ମଧ୍ୟ ଯେଉଁମାନଙ୍କ ତ୍ରୁଟି ଯୋଗୁ କର୍ତ୍ତବ୍ୟରତ ଡାକ୍ତରମାନେ ରୋଗୀ ସେବାରୁ ବଞ୍ôଚତ ହୋଇ ଅଯଥାରେ ହଇରାଣ ହେଉଛନ୍ତି ଏବଂ ଯେଉଁଥିପାଇଁ ସରକାରଙ୍କ ଅଯଥାରେ ତଣ୍ଡ ଗଣିବାକୁ ପଡୁଛି ସେମାନଙ୍କ ବିରୋଧରେ କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଉନାହିଁ ।
ସରକାରୀ ତଥ୍ୟ ମୁତାବକ ରାଜ୍ୟରେ ପ୍ରାୟ ୪୦ ପ୍ରତିଶତ ଡାକ୍ତର ପଦବୀ ଖାଲି ପଡିଛି । ଯେତେ ସଂଖ୍ୟାରେ ଡାକ୍ତର ଅଛନ୍ତି ସେମାନଙ୍କ ମଧ୍ୟରୁ ଶତାଧିକ ବିଭିନ୍ନ ଆଳ ଦେଖାଇ ବର୍ଷବର୍ଷ ଧରି କାର୍ଯ୍ୟରେ ଯୋଗ ଦେଉନଥିବାରୁ ସ୍ୱାସ୍ଥ୍ୟସେବା ବିଗୁଡୁଛି । ତେବେ ଲମ୍ବା ଛୁଟିରୁ ଫେରୁନଥିବା ୨୧୧ ଜଣ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ପକ୍ଷରୁ ସଂକେତ ଦିଆଯିବା ପରେ କ’ଣ ପ୍ରତିକ୍ରିୟା ହେଉଛି ତାହା ଉପରେ ସମସ୍ତଙ୍କ ନଜର । (ତଥ୍ୟ)