Home News in Odia ପ୍ରଦେଶ କଂଗ୍ରେସ ପକ୍ଷରୁ ତ୍ରିରଙ୍ଗା ଯାତ୍ରା

ପ୍ରଦେଶ କଂଗ୍ରେସ ପକ୍ଷରୁ ତ୍ରିରଙ୍ଗା ଯାତ୍ରା

ଭୁବନେଶ୍ୱର : ଆଜି ଅଖିଳ ଭାରତ କଂଗ୍ରେସ କମିଟିର ଆହ୍ୱାନକ୍ରମେ ପ୍ରଦେଶ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ପାକିସ୍ଥାନର ଆତଙ୍କବାଦକୁ ଦମନ କରିବା ପାଇଁ ବୀରତ୍ୱ, ଅସୀମ ସାହସ, ଅମାପ ଶକ୍ତିର ପରାକାଷ୍ଠା ପ୍ରଦର୍ଶନ କରିଥିବାଭାରତୀୟ ଯବାନ ମାନଙ୍କର ସମ୍ମାନର୍ଥେ ତ୍ରୀରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଏହି ଯାତ୍ରା ରାମମନ୍ଦିର ଛକ ଠାରୁ ଆରମ୍ଭ ହୋଇ ମାଷ୍ଟର କ୍ୟାଂଟିନ ଛକଠାରେ ସମାପନ ହୋଇଥିଲା ।ସେଠାରେ ସେବାଦଳ ପକ୍ଷରୁ ଭାରତର ସ୍ଥଳ, ଜଳ ଓ ବାୟୁସେନାଙ୍କ ପ୍ରତି ସଲାମୀ କାର୍ଯ୍ୟକ୍ରମ ହୋଇଥିଲା ।ତ୍ରିରଙ୍ଗା ଯାତ୍ରାରେ କଂଗ୍ରେସ କର୍ମୀମାନେ ଜାତୀୟ ପତାକା ଧରି “ଜୟହୀନ୍ଦ”, “ଜୟଜବାନ” ସ୍ଳୋଗାନ ଦେଇ ଯାତ୍ରା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଦେଶାତ୍ମକବୋଧକ ସଂଗୀତ ଡାକବାଜି ଯନ୍ତ୍ର ମାଧ୍ୟମରେ ପରିବେଷଣ କରାଯାଇଥିଲା ।

ଏହି ଅବସରରେ ପିସିସି ସଭାପତି ଶ୍ରୀ ଦାସ କହିଥିଲେ ଯେ ଭାରତର ବୀର ଯବାନ ମାନେ ଆତଙ୍କବାଦୀ ରାଷ୍ଟ୍ର ପାକିସ୍ଥାନକୁ ଯେଉଁ କଡ଼ା ଜବାବ ଦେଇଛନ୍ତି ସେଥିପାଇଁ କଂଗ୍ରେସ ଦଳ, ଏହାର ନେତୃବୃନ୍ଦ ଓ କର୍ମୀମାନେ ଗର୍ବିତ । ଆତଙ୍କବାଦକୁ ଦମନ କରିବାପାଇଁ ଦେଶର ସେନାବାହିନୀ ସୁସଜ୍ଜିତ ଓ କର୍ତ୍ତବ୍ୟରତ ରହିଛନ୍ତି । ଏହିମହାନ ସଂଗ୍ରାମରେ ସମସ୍ତ ଭାରତୀୟ ଏକତ୍ରୀତ ଏବଂ ଏକ ସ୍ୱରରେ ଆତଙ୍କବାଦ ବିରୁଦ୍ଧରେ ଲଢୁଛନ୍ତି ।

ସେନାବାହିନୀ ପଛରେ ଆମେ ଅଟଳ ରହିଛୁ ।କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଏବଂ ରାହୁଲଗାନ୍ଧୀ ତଥା ଦେଶର ସମସ୍ତ କଂଗ୍ରେସକର୍ମୀ ଓ ନେତୃବୃନ୍ଦ ଭାରତୀୟ ସେନାଙ୍କର ଅତୁଲ୍ୟ ଶକ୍ତି ପ୍ରଦର୍ଶନର ପ୍ରଶଂସା କରୁଛନ୍ତି ।ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏଆଇସିସି ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଥିଲେ ଯେ ଆମର ଯବାନମାନେ ଦେଶର ସମ୍ମାନ, ସ୍ୱାଭିମାନ ଓ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜିଲଗାଇ ସୀମାରେ ଲଢ଼େଇ କରୁଛନ୍ତି । ସେମାନଙ୍କର ତ୍ୟାଗ, ରାଷ୍ଟ୍ରଭକ୍ତି ଓ ଦେଶବାସୀଙ୍କ ପାଇଁ ଅଙ୍ଗୀକାରର ପଟ୍ଟାନ୍ତର ନାହିଁ ।

ଏହି କାର୍ଯ୍ୟକ୍ରମରେ ଏଆଇସିସିର ସହ ପ୍ରଭାରୀ ରୋଜାଲିନ ତିର୍କୀ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ରାଉତ, ଶ୍ରୀକାନ୍ତ ଜେନା, ତାରା ପ୍ରସାଦ ବାହିନୀପତି, ଜଗନ୍ନାଥ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ସମୀର ରାଉତରାୟ, ଶିବାନନ୍ଦ ରାୟ, ଅନନ୍ତ ପ୍ରସାଦ ସେଠୀ, ରମେଶ ଜେନା, ବିଶ୍ୱଜିତ ଦାଶ, ମହମ୍ମଦ ମୋକିମ, ରଞ୍ଜିତ ପାତ୍ର, ଉଦିତ ପ୍ରଧାନ, ଶୁଭେନ୍ଦୁ ମହାନ୍ତି, ଲଲାଟେନ୍ଦୁ ମହାପାତ୍ର, ନଗେନ୍ଦ୍ର ପ୍ରଧାନ, ରବିମଲ୍ଲିକ, ନବଜ୍ୟୋତି ପଟ୍ଟନାୟକ, ସୁବ୍ରତମହାପାତ୍ର, ବିଜୟଲକ୍ଷ୍ମୀସାହୁ, ବିଭୁତିମିଶ୍ର, ପ୍ରଫୁଲ୍ଲ ପ୍ରଧାନ, ପ୍ରମୁଖ ଅଂଶଗ୍ରହଣ କରିଥିଲେ ।