Home General ରାଜ୍ୟପାଳଙ୍କୁ ଭେଟିଲେ ମହା ଡାକପାଳ

ରାଜ୍ୟପାଳଙ୍କୁ ଭେଟିଲେ ମହା ଡାକପାଳ

ଭୁବନେଶ୍ୱର : ଓଡ଼ିଶା ମଣ୍ଡଳର  ମୁଖ୍ୟ ମହା ଡାକପାଳ ଶ୍ରୀ ନିର୍ମଳଜିତ ସିଂହ, ଏବଂ ଡାକ ସେବା ନିର୍ଦ୍ଦେଶକ ଶ୍ରୀ ଅମିତ କୁମାର ଝା, ଆଜି ରାଜଭବନ ଠାରେ ଓଡ଼ିଶାର ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

ଏହି ଗସ୍ତ ସମୟରେ ମୁଖ୍ୟ  ମାନ୍ୟବର ରାଜ୍ୟପାଳଙ୍କୁ ରାଜ୍ୟର ନାଗରିକମାନଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ଡାକ ସେବା ଏବଂ ଭାରତୀୟ ଡାକର ଆଗାମୀ ଆଇଟି ଆଧୁନିକୀକରଣ ପ୍ରକଳ୍ପ ବିଷୟରେ ଅବଗତ କରାଇଥିଲେ ଯାହା ଅତ୍ୟନ୍ତ ଗ୍ରାହକ ଅନୁକୂଳ ହେବ। ଓଡ଼ିଶା ମଣ୍ଡଳ ମୁଖ୍ୟ ମହା ଡାକପାଳ ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କୁ ଗୋଟିଏ “ମାଇଁ ଷ୍ଟାମ୍ପ” ପ୍ରଦାନ କରିଥିଲେ।