ଭୁବନେଶ୍ୱର : କୋଭିଡ କଟକଣାକୁ ପାଳନ କରୁନଥିବା ଅମାନିଆଙ୍କ ଠାରୁ ଜୋରିମାନା ଆକାରରେ ଗୋଟିଏ ଦିନରେ ଆଦାୟ ହୋଇଛି ୨୫ଲକ୍ଷରୁ ଅଧିକ ଟଙ୍କା । କୋଭିଡ ନିୟନ୍ତ୍ରଣ ପାଇଁ ଆରମ୍ଭ ହୋଇଥିବା ୧୦ଦିନିଆ ଅଭିଯାନର ପ୍ରଥମ ଦିନରେ ପୁଲିସ୍ ପକ୍ଷରୁ ଏହି ଜୋରିମାନା ଆଦାୟ ହୋଇଛି ।
କରୋନା ନିୟନ୍ତ୍ରଣ ପାଇଁସରକାରଙ୍କ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି । ତା ସତ୍ୱେ ଲୋକମାନେ ଜନଗହଳିପୂର୍ଣ୍ଣ ସ୍ଥାନ, ସପିଂମଲ୍, ରାସ୍ତାଘାଟରେ କରୋନା କଟକଣାକୁ ଉଲଂଘନ କରୁଥିବା ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ସେହି ଉଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆରମ୍ଭ କରିଛି ଓଡ଼ିଶା ପୋଲିସ୍ ।
ଅପ୍ରେଲ୍ ୭ ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଓଡ଼ିଶା ପୋଲିସ୍ର ସ୍ୱତନ୍ତ୍ର ଡ୍ରାଇଭ୍ର ପ୍ରଥମ ଦିନରେ ୨୫,୦୭,୯୦୦ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସାମାଜିକ ଦୂରତା ବଜାୟ ରଖିନଥିବା ୧୦୨୪ଜଣ ବ୍ୟକ୍ତିଙ୍କ ଠାରୁ ୧,୨୯,୬୦୦ ଟଙ୍କା ଏବଂ ସର୍ବସାଧାରଣସ୍ଥାନରେ ମୁହଁରେ ମାସ୍କ ପିନ୍ଧି ନଥିବା କାରଣରୁ ୮୩୭୬ ବ୍ୟକ୍ତିଙ୍କ ଠାରୁ ୨୩,୭୮,୩୦୦ଟଙ୍କା ଜୋରିମାନା ଆଦାୟ କରାଯାଇଛି ।
ଏହି ସ୍ୱତନ୍ତ୍ର ଡ୍ରାଇଭ୍ରେ ଜିଲ୍ଲା ଏସ୍ପି/କଟକ ଓ ଭୁବନେଶ୍ୱର ଡିସିପିଙ୍କ ସମେତ ପୋଲିସ୍ ବିଭାଗର ବରିଷ୍ଠ କର୍ମଚାରୀ ସାମିଲ ଅଛନ୍ତି । ଉଲଂଘନକାରୀଙ୍କ ଉପରେ ରୋକ୍ ଲଗାଇବାକୁ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ୧୩୬ ପ୍ଲାଟୁନ୍ ପୋଲିସ୍ଫୋର୍ସ ମୁତୟନ କରାଯାଇଛି । ଆଗାମୀ ଦିନରେ କୋଭିଡ୍ କଟକଣାକୁ ଜୋରଦାର କରାଯିବ ।
ଏପରି ସ୍ଥଳରେ ସାମାଜିକ ଦୂରତାରକ୍ଷା ଏବଂ ମାସ୍କ ପରିଧାନ ନିୟମକୁ ଠିକ୍ଭାବେ କାର୍ଯ୍ୟକାରୀ କରିବା ପାଇଁ ପୋଲିସ୍ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି ।