Home Education ଖୁବଶୀଘ୍ର କୁଳପତି ଚୟନ

ଖୁବଶୀଘ୍ର କୁଳପତି ଚୟନ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗର ନିୟନ୍ତ୍ରଣରେ ଥିବା ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରୁ ୧୧ଟି ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ଲାଗି ଖୁବଶୀଘ୍ର ଚୟନ ପ୍ରକ୍ରିୟା ଆରମ୍ଭହେବ । କୁଳପତି ନିଯୁକ୍ତି ପରେ ସିନେଟ ଓ ସିଣ୍ଡିକେଟର ପୁର୍ନଗଠନ ପରେ ପରେ ୧୭ଟି ଯାକ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ଲାଗି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ, ଜୟପୁରର ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଆରମ୍ଭ ହେବା ପରଠାରୁ କୁଳପତି ଦେଖିନାହିଁ । ଏହି ଦୁଇଟି ବିଶ୍ୱବିଦ୍ୟାଳୟ ଓଏସ୍‍ଡିମାନଙ୍କ ଦ୍ୱାରା ଚାଲୁଛି । ବାରିପଦାରୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ଖାଲି ପଡିଥିବାବେଳେ ବାଲେଶ୍ୱର ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଏହାର ଅତିରିକ୍ତ ଦାୟିତ୍ୱରେ ରହିଛି । ସେହିପରି ବ୍ରହ୍ମପୁର ବିଶ୍ୱବିଦ୍ୟାର କୁଳପତିଙ୍କୁ ଖଲିକୋଟ ବିଶ୍ୱବିଦ୍ୟାଳୟ ଦାୟିତ୍ୱରେ ରଖାଯାଇଥିବାବେଳେ ପୁରୀର ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଭୁବନେଶ୍ୱର ସ୍ଥିତ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଏହାର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ।

ଗଙ୍ଗାଧର ମେହେର ଓ ଉତ୍କଳ ବିଶ୍ୱବିଦ୍ୟାଳର କୁଳପତିଙ୍କ କାର୍ଯ୍ୟକାଳ ସରିଯାଇଥିଲେ ମଧ୍ୟ ସେମାନଙ୍କୁ ଭାରମୁକ୍ତ କରାଯାଇନାହିଁ । ତେବେ ସେମାନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଖୁବଶୀଘ୍ର ପୂରିବାକୁ ଯାଉଛି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ସ୍ନତକୋତ୍ତର ପରିଷଦର ଅଧ୍ୟକ୍ଷ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି । କଳାହାଣ୍ଡିର ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱରେ ଜଣେ ସହଯୋଗୀ ପ୍ରଫେସର ଅଛନ୍ତି ।

ଖୁବଶୀଘ୍ର ବଲାଙ୍ଗିରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏବଂ ବାଲେଶ୍ୱରର ଫକୀରମୋହନ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ୨୦୨୦ର ପୁରୁଣା ଆଇନ୍‍କୁ ନେଇ ସୁପ୍ରିମକୋର୍ଟରେ ୟୁଜିସି ଦାଏର କରିଥିବା ମାମଲା ଯୋଗୁଁ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସରକାରୀ ବିଶ୍ୱବିଦ୍ୟଶଳୟଗୁଡିକରେ କୂଳପତି, ଶିକ୍ଷକ ଓ ଅଣଶିକ୍ଷକ ପଦବୀ ସବୁ ପୁରୁଣ ହୋଇପାରୁନାହିଁ ବୋଲି ସରକାରଙ୍କ ପକ୍ଷରୁ ବଷ ବର୍ଷ ଧରି ସଫେଇ ଦିଅଯାଉଛି ।

ଏବେ ଏହି ବିବାଦୀୟ ଆଇନ୍‍ର ସଂଶୋଧନ କରାଯିବାପରେ ସୁପ୍ରିମକୋର୍ଟରୁ ଶୀଘ୍ର ୟୁଜିସି ମାମଲା ପ୍ରତ୍ୟାହାର କରିନେବ ବୋଲି ଆଶା କରାଯାଉଛୁ । ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ଆଦେଶକୁ ଓଡିଶା ସରକାର ଅପେକ୍ଷା କରିବାକୁ ଏକ ପ୍ରକାର ବାଦ୍ୟଯନ୍ତ୍ର

ଆଇନ୍‍ ବିଶେଷଜ୍ଞମାନେ କହୁଛନ୍ତି ଯେ ସୁପ୍ରିମକୋର୍ଟରେ ମାମଲାର ପରିସମାପ୍ତି ପରେ ପ୍ରଥମେ କୁଳପତି ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ କଯାଯାି ସଂଶୋଧିତଆଇନ୍‍ ଆଧାରରେ ସର୍ଚ୍ଚ କମଟି ମାଧ୍ୟମରେ ମିଳିଥିବା ଆବେଦନଗୁଡିକୁ ତନଖି କରି ସୀମିତ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ ହେବ ଏବଂ ଏହି ତାଲିକାରୁ କୁଳାଧିପତି ତଥା ରାଜ୍ୟପାଳ ଯୋଗ୍ୟ ପ୍ରାର୍ଥୀଙ୍କୁ ବାଛି ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦେବେ । ତେବେ ଏହି ପ୍ରକ୍ରିୟା ଗ୍ରୀଷ୍ମାବକାସ ଶେଷ ପୂବରୁ ସରିବା ଘେନି ସନ୍ଦେହ ରହିଛି ।

କୁଳପତି ନିଯୁକ୍ତି ପରେ ବିଶ୍ୱବିଦ୍ୟାଳୟଗୁଡିକର ସିନେଟ୍‍ ଓ ସିଣ୍ଡିକେଟର ଆଇନ୍‍ ଅନୁଯାୟୀ ପୁର୍ନଗଠନ କରାଯିବ ଏବଂ ତାହା ସହିତଖାଲି ପଡିଥିବା ସହକାରୀ ପ୍ରଫେସର, ସହଯାଗୀ ପ୍ରଫେସର, ପ୍ରଫେସର ଆଦି ପଦବୀ ଲାଗି ଖୋଲା ବିଜ୍ଞାପନ ମାଧ୍ୟମରେ ପ୍ରାର୍ଥୀ ଚୟନ କରାହେବ । ସେହିଭଳି କୁପତିନିଯୁକ୍ତି ପରେ ଅଣଶିକ୍ଷକ ପଦବୀଗୁଡିକ ପୂରଣ ପାଇଁ ପଦକ୍ଷେପ ନିଆଯିବ । ଏବେ ଯେଉଁ ୬ଟି ବିଶ୍ୱବିଦ୍ୟାଳୟରେ କୁଳପତି ରହିଛନ୍ତି ସେଠାରେ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ଲାଗି ପ୍ରକ୍ରିୟା କରିବାକୁ ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି । (ତଥ୍ୟ)