ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଗୁରୁତ୍ୱ ବିକଶିତ ଓଡିଶା ବିକଶିତ ସହର । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଉନ୍ନୟନ କର୍ତ୍ତୃପକ୍ଷଗୁଡିକ ମାଧ୍ୟମରେ ଯୋଜନାବଦ୍ଧ ଭାବେ ରାଜ୍ୟରେ ବିକଶିତ ସହର ବୃଦ୍ଧି କରାଯିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଏ ନେଇ ଆଜି ଗୃହ ନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନଷ୍ଠିତ ହୋଇଯାଇଛି । ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ , ପୌର ନିର୍ଦ୍ଦେଶକ ଅରିନ୍ଦମ୍ ଡାକୁଆଙ୍କ ସମେତ ଭୁବନେଶ୍ୱର , କଟକ , ବ୍ରହ୍ମପୁର ଏବଂ ପୁରୀ-କୋଣାର୍କ ଉନ୍ନୟନ କର୍ତୃପକ୍ଷ ଭିସି , ସହର ପ୍ଲାନର ଏବଂ ଅନ୍ୟାନ୍ୟ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।
ବିଡିଏ ଦ୍ୱାରା ଆରମ୍ଭ କରାଯାଇଥିବା ଟିପି ସ୍କିମ୍ କଟକ , ବ୍ରହ୍ମପୁର ଏବଂ ପୁରୀ-କୋଣାର୍କ ଉନ୍ନୟନ କର୍ତୃପକ୍ଷ କାର୍ୟ୍ୟକାରୀ ଲାଗି ଆଲୋଚନା ହୋଇଥିଲା । ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପିପିପି ମୋଡରେ ସେମାନଙ୍କ ଅଧିନରେ ଥିବା ସରକାରୀ ଜମିଗୁଡିକର ସଦୁପଯୋଗ କର ନିଜର ଆୟ ବୃଦ୍ଧି କରିବା ନିମନ୍ତେ ପରାମର୍ଶ ଦିଆଯାଇଛି । ଖାଲିଥିବା ଟାଉନପ୍ଲାନର ପଦବୀର ଆବଶ୍ୟକତା, ପ୍ରସ୍ତୁତ କରାଯାଉଥିବା ଭିଜନ ଡକ୍ୟୁମେଣ୍ଟଗୁଡିକର କ୍ରିୟାଶୀଳ ଓ ଆବଶ୍ୟକତା ଦୃଷ୍ଟିରୁ ପରିବର୍ତ୍ତନ କରାଯିବା ଉପରେ ମଧ୍ୟ ଆଲୋଚା କରାଯାଇଛି ।
ବୈଠକ ପରେ ମନ୍ତ୍ରୀ ଡାଃ ମହାପାତ୍ର ଗଣମାଧ୍ୟମକୁ ସୁଚନା ଦେଇ କହିଛନ୍ତି ଯେ ଆମେ ୨୦୩୬ ରେ ବିକଶିତ ଓଡିଶା ପାଇଁ ଚିନ୍ତା କରୁଛୁ ତେଣୁ ସହରର ବିକାଶରେ ଓଡ଼ିଶାର ବିକାଶ ହେବ ଏନେଇ ଗୁରୁତ୍ୱ ଦିଆଯାଉଛି । ସବୁ ଡେଭଲପମେଣ୍ଟ ଅଧିକାରୀ ମାନଙ୍କ ସହ ଆଲୋଚନା ହୋଇଛି । କିଛି ଏଜେଣ୍ଡା ଅନୁସାରେ ଟାଉନ୍ସିପ ବଢିଲେ ସହରର ବିକାଶରେ ଓଡ଼ିଶାର ବିକାଶ ହେବ । ଯେଉଁଠି ଟାଉନ ପ୍ଲାନର ଅଭାବ ଅଛି ତାହା ପୂରଣ କରାଯିବ ।
ବିଭିନ୍ନ ଯୋଜନା କେନ୍ଦ୍ର ଓ ରାଜ୍ୟ ସରକାର କରୁଛନ୍ତି । ଯେଉଁ ଅଞ୍ଚଳରେ ପୁରୁଣା ସହର ରହିଛି ପୁରୁଣା ଘର ବା ଜାଗା ଅଛି ହେଲେ ଲୋକ ରାସ୍ତା କଥା ଭାବି ଘରଟିର କରି ପାରୁନାହାନ୍ତି ସେଥିପାଇଁ ନୂଆ ଆଇନ ଆସିବାକୁ ଯାଉଛି । ଯଦ୍ୱାରା ସହରିକରଣ ସରଳିକାରଣ ହେବ ଓ ପୁରୁଣା ସିଟି ଗୁଡିକରେ ମଧ୍ୟ ଲୋକମାନେ ଘର କରିପାରିବେ । ବିଲ୍ଡର ହୁଅନ୍ତୁ କି ସାଧାରଣ ଲୋକ ସରଳ ପ୍ରକ୍ରିୟାରେ ଲୋକମାନେ ନିର୍ଦ୍ଧାରିତ ସମୟରେ ଘର କରିବା କେମିତି ସମ୍ଭବ ହେବ ସେନେଇ ଗୁରୁତ୍ୱ ଆରୋପ କରାଯାଇଛି ।
ଏହି ଅବସରରେ ବିଡିଏ ତରଫରୁ କାର୍ଯ୍ୟକାରୀ ହେଉଥିବା ଏହି ଟିପି ସ୍କିମର ଅଗ୍ରଗତି ନେଇ ସମୀକ୍ଷା କରାଯିବା ସହିତ କାର୍ଯ୍ୟକୁ ଅଧିକ ତ୍ୱରାନ୍ନିତ କରିବାକୁ କୁହାଯାଇଛି । କଟକ , ବ୍ରହ୍ମପୁର ଓ ପୁରୀ-କୋଣାର୍କ କର୍ତୃପକ୍ଷ ସେମାନଙ୍କର ପ୍ରାରମ୍ଭିକ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦିଆଯାଇଛି ।