Home Assembly ମୁଣ୍ଡପିଛା ଅଣ୍ଡା ଉତ୍ପାଦନ ୮୦ଟି

ମୁଣ୍ଡପିଛା ଅଣ୍ଡା ଉତ୍ପାଦନ ୮୦ଟି

ଭୁବନେଶ୍ୱର : ରାଜ୍ୟରେ ବାର୍ଷିକ ମୁଣ୍ଡପିଛା ୧୮୦ ଟି ଅଣ୍ଡା ଆବଶ୍ୟକ ହେଉଥିବାବେଳେ ଉପଲବ୍ଧ ହେଉଛି ମାତ୍ର ୮୦ଟି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

ମନ୍ତ୍ରୀ ତାଙ୍କ ଉତ୍ତରର ଉଲ୍ଲେଖ କରିଛନ୍ତି ଯେ ଭାରତୀୟ ଭେଷଣ ଅନୁସନ୍ଧାନ ସଂସ୍ଥା (ଆଇସିଏମଆର)ର ତଥ୍ୟ ଅନୁଯାୟୀ ରାଜ୍ୟରେ ବାର୍ଷିକ ମୁଣ୍ଡପିଛା ୧୮୦ଟି ଅଣ୍ଡା ଏବଂ ୧୦.୮୦ କିଲୋ ମାସର ଆବଶ୍ୟକତା ରହିଛି । ତେବେ ୨୦୨୩-୨୪ ବର୍ଷରେ ରାଜ୍ୟରେ ବାର୍ଷିକ ମୁଣ୍ଡପିଛା ୮୦ଟି ଅଣ୍ଡା ଓ ୫.୨୦ କିଲୋ ମାଂସ ଉପଲବ୍ଧ ହେଉଛି । ଉପଲବ୍ଧ ହେଉଥିବା ମାଂସ ମଧ୍ୟରୁ କୁକୁଡାମାସର ପରିମାଣ ୨.୯୩ କିଲୋଗ୍ରାମ ରହିଛି ।

ମନ୍ତ୍ରୀ ଶ୍ରୀ ମଲ୍ଲିକ ଉଲ୍ଲେଖ କରିଛନ୍ତି ଯେ ବିଂଶତମ ପଶୁଗଣନା ଅନୁଯାୟୀ ଓଡିଶାରେ ୧୩,୯୮,୧୮୬ ସଂଖ୍ୟକ କୁକୁଡାଚାଷୀ ରହିଛନ୍ତି । ୧୩୬ ମେଟ୍ରିକ ଟନ୍‍ କୁକୁଡା ମାଂସ ଓ ୩୭୨ କୋଟିରୁ ଅଧିକ ଅଣ୍ଡା ଉତ୍ପାଦନ କରୁଛନ୍ତି । ଓଡିଶାରୁ ଉତ୍ପାଦିତ କୁକୁଡାମାଂସ ପଶ୍ଚିମବଙ୍ଗ, ଛତିଶଗଡ ଓ ଝାଡଖଣ୍ଡ ରାଜ୍ୟକୁ ରପ୍ତାନି ହେଉଛି । ଏହାଛଡା ବଲାଙ୍ଗିର ଠାରେ ଥିବା ଓଭୋ ଫାର୍ମରୁ ଆମ ରାଜ୍ୟରୁ ଅନ୍ୟ ଦେଶ ଯଥା ଓମାନ, କାତାର ଓ ଅନ୍ୟ ଆଫ୍ରିକୀୟ ଦେଶକୁ ଅଣ୍ଡା ରପ୍ତାନି ହେଉଛି ।