Home Energy ବଦଳାଗଲାଣି ୩ଲକ୍ଷରୁ ଅଧିକ ସଚଳ ମିଟର

ବଦଳାଗଲାଣି ୩ଲକ୍ଷରୁ ଅଧିକ ସଚଳ ମିଟର

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ବିଦ୍ୟୁତ୍‍ ଗ୍ରାହକମାନଙ୍କର ୩ଲକ୍ଷରୁ ଅଧିକ ସଚଳ ବିଦ୍ୟୁତ୍‍ ମିଟରକୁ ବଦଳାଯାଇଛି । ଏହା ସ୍ଥାନରେ ଡିଜିଟାଲ ମିଟର ସ୍ଥାପନ କରାଯାଇଛି । ବିଧାସଭାରେ ଏହି ସୂଚନା ଦେଇଛନ୍ତି ଶକ୍ତି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଶକ୍ତିମନ୍ତ୍ରୀ କହିଛନ୍ତି ଯେ ରାସା ରାଜ୍ୟରେ ୨୦୨୪-୨୦୨୫ ବର୍ଷରେ ୩,୪୬,୩୭୦ଟି ସଚଳ ବିଦ୍ୟୁତ୍‍ ମିଟର ବଦଳରେ ଡିଜିଟାଲ ମିଟର ସ୍ଥାପନ କରାଯାଇଛି । ଏହି ଦାଲିକାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫୬,୪୧୮ଟି ସଚଳ ମିଟର ବଦଳାଯାଇଥିବାବେଳେ ବରଗଡ ଜିଲ୍ଲାରେ ୪୪,୬୪୯, କଳାହାଣ୍ଡି ଜିଲ୍ଲାରେ ୩୪,୬୨୦, ସୁନଦରଗଡରେ ୩୩,୮୯୮, ବଲାଙ୍ଗିରରେ ୨୩,୭୧୫ଟି ମିଟର ବଦଳାଯାଇଛି । ଝାରସୁଗୁଡା ଜିଲ୍ଲାରେ ୧୮,୬୬୩ଟି ସଚଳ ମିଟର ବଦଳରେ ଡିଜିଟାଲ ମିଟର ଲାଗିଥିବାବେଳେ ସବୁଠାରୁ କମ୍‍ ୬୫୪ଟି ମିଟର ଜଗତ୍‍ସିଂହପୁର ଜିଲ୍ଲାରେ ବଦଳାଯାଇଛି । କେନ୍ଦୁଝରରେ ଏହି ସଂଖ୍ୟା ୭୦୯ ରହିଛି ।

ଶକ୍ତିମନ୍ତ୍ରୀ କହିଛନ୍ତି ଯେ ଓଡିଶା ବିଦ୍ୟୁତ୍‍ ନିୟାମକ ଆୟୋଗଙ୍କ ନିର୍ଦ୍ଧାରିତ ଦର ନିର୍ଦ୍ଦେଶଅନୁଯାୟୀ ଗ୍ରାହକଙ୍କୁ ମିଟର ଭଡା ପୈଠ କରବାକୁ ପଡିଥାଏ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧,୨୪,୭୭୭ଟି ପ୍ରି-ପେଡ୍‍ ମିଟର ସ୍ଥାପନ କରାଯାଇ ସାରିଲାଣି ।