Home Banking ଜମା ସଂଗ୍ରହ ତୁଳନାରେ ଋଣ ଦେଉନାହାନ୍ତି

ଜମା ସଂଗ୍ରହ ତୁଳନାରେ ଋଣ ଦେଉନାହାନ୍ତି

ଭୁବନେଶ୍ୱର : ବ୍ୟାଙ୍କମାନେ ଓଡ଼ିଶାରୁ ଯେତେ ପରିମାଣର ଜମା ସଂଗ୍ରହ କରୁଛନ୍ତି ତାହାର ଅଧା ବି ଋଣ ଆକାରରେ ଏଠାରେ ଖଟାଉ ନାହାନ୍ତି । ଓଡ଼ିଶାରେ ଦିଆଯାଉଥିବା ବ୍ୟାଙ୍କ ଋଣର ପରିମାଣ ସଂଗୃହୀତ ଜମା ରାଶିର ପ୍ରାୟ ୪୮ ପ୍ରତିଶତ ହୋଇଥିବା ବେଳେ ଜାତୀୟ ସ୍ତରରେ କିନ୍ତୁ ଏହି ହାର ପାଖାପାଖି ୮୦ ପ୍ରତିଶତ ରହୁଛି ।

ଭାରତ ସରକାରଙ୍କ ଆର୍ôଥକ ସର୍ଭେ ରିପୋର୍ଟରେ ପ୍ରକାଶିତ ତଥା ମୁତାବକ ୨୦୨୪ ବର୍ଷରେ ଓଡ଼ିଶାରୁ ସିଡ୍ୟୁଲଡ୍‍ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ୫,୨୨,୫୪୩ କୋଟି ଟଙ୍କାର ଜମା ସଂଗ୍ରହ କରିଥିବା ବେଳେ ଉକ୍ତ ବର୍ଷରେ ଋଣ ଆକାରରେ ଦେଇଛନ୍ତି ୨,୫୧,୧୧୪ କୋଟି ଟଙ୍କା । ବର୍ଷକୁ ବର୍ଷ ଓଡ଼ିଶାରେ ବ୍ୟାଙ୍କଗୁଡ଼ିକର ଜମା ସଂଗ୍ରହ ପରିମାଣ ଆଶାନୁରୂପ ଭାବେ ବୃଦ୍ଧି ପାଉଥିବା ବେଳେ ରାଜ୍ୟର ଆର୍ôଥକ ବିକାଶ ପାଇଁ କିନ୍ତୁ ଋଣ ଯୋଗାଣ ପରିମାଣ ସେତେ ଅଧିକ ହେଉନାହିଁ ।

ଏହି ରିପୋର୍ଟର ତଥ୍ୟ ମୁତାବକ ୨୦୧୯ ବର୍ଷରେ ବ୍ୟାଙ୍କଗୁଡ଼ିକ ଓଡ଼ିଶାରୁ ୩,୦୯,୫୫୪ କୋଟି ଟଙ୍କାର ଜମା ସଂଗ୍ରହ କରିଥିବାବେଳେ ୨୦୨୦ ବର୍ଷରେ ୩,୪୧,୧୪୦ କୋଟି ଓ ୨୦୨୧ ବର୍ଷରେ ୩,୬୩,୫୬୭ କୋଟି ଟଙ୍କାର ଜମା ସଂଗ୍ରହ କରିଥିଲେ । ୨୦୨୨ ବର୍ଷରେ ବ୍ୟାଙ୍କଗୁଡ଼ିକ ଦ୍ୱାରା ସଂଗୃହୀତ ଜମା ପରିମାଣ ୪,୨୧,୪୧୩ କୋଟି ଟଙ୍କାଥିବା ବେଳେ ୨୦୨୩ବର୍ଷରେ ତାହା ୪,୬୩,୩୧୮ କୋଟି ଟଙ୍କା ଥିଲା । ଅନ୍ୟପକ୍ଷରେ ୨୦୧୯ ବର୍ଷରେ ବ୍ୟାଙ୍କଗୁଡ଼ିକ ଓଡ଼ିଶାରେ ୧,୧୯,୮୯୩ କୋଟି ଟଙ୍କାର ଋଣ ଖଟାଇଥିବା ବେଳେ ୨୦୨୦ରେ ୧,୩୪,୮୬୨ କୋଟି ଓ ୨୦୨୧ ବର୍ଷରେ ୧,୪୩,୬୭୬ କୋଟି ଟଙ୍କା ଋଣ ଦେଇଥିଲେ । ବ୍ୟାଙ୍କଗୁଡ଼ିକ ଓଡ଼ିଶାରେ ଦେଇଥିବା ଋଣ ପରିମାଣ ୨୦୨୨ ବର୍ଷରେ ୧,୮୩,୪୦୫ କୋଟି ଟଙ୍କା ଥିବାବେଳେ ୨୦୨୩ବର୍ଷରେ ତାହା ୨,୦୩,୭୩୨ କୋଟି ଟଙ୍କା ଥିଲା ।

ସାରା ଭାରତରେ ୨୦୨୪ବର୍ଷରେ ଏହି ବ୍ୟବସାୟିକ ବ୍ୟାଙ୍କଗୁଡ଼ିକ ୨୧୨,୫୩,୩୫୮ କୋଟି ଟଙ୍କାର ଜମା ସଂଗ୍ରହ କରିଥିବା ବେଳେ ୧୬୯,୧୩,୬୯୪ କୋଟି ଟଙ୍କାର ଋଣ ଦେଇଥିଲେ । ଅର୍ଥାତ୍‍ ଉକ୍ତ ବର୍ଷରେ ସମଗ୍ର ଦେଶରେ ବ୍ୟାଙ୍କଗୁଡ଼ିକ ଯେତେ ଜମା ସଂଗ୍ରହ କରିଥିଲେ ତାହାର ପାଖାପାଖି ୮୦ ପ୍ରତିଶତ ଋଣ ଆକାରରେ ଖଟାଇଥିବା ବେଳେ ଓଡ଼ିଶାରେ କିନ୍ତୁ ଜମା ସଂଗ୍ରହ ତୁଳନାରେ ଋଣ ବଣ୍ଟନ ହାର ଢେର କମ୍‍ ଥିଲା । ଅନ୍ତତଃପକ୍ଷେ ଜାତୀୟ ସ୍ତରରେ ଜମା ସଂଗ୍ରହ ତୁଳନାରେ ଋଣ ପ୍ରଦାନ ହାର ପ୍ରତିଶତ ଯାହା ରହୁଛି ଓଡ଼ିଶାରେ ତାହା କାର୍ଯ୍ୟକାରୀ କରାଗଲେ ବିଭିନ୍ନ ଉଦ୍ୟୋଗ ଓ ବ୍ୟବସାୟ ଆଦି ପାଇଁ ଲୋକେ ଅଧିକ ପରିମାଣରେ ବ୍ୟାଙ୍କ ଋଣ ପାଇ ନିଯୁକ୍ତି ସୁଯୋଗ ବୃଦ୍ଧି ସହିତ ପରିବାର ତଥା ରାଜ୍ୟର ଆର୍ôଥକ ବିକାଶ ଘଟାଇପାରିବେ ।

ଅର୍ଥନୀତି ବିଶାରଦମାନେ କହୁଛନ୍ତି ଯେ ସରକାରୀ ଚାକିରିଆ, ଶିଳ୍ପପତି ଓ ଅନ୍ୟ ବ୍ୟବସାୟୀମାନଙ୍କୁ ବ୍ୟାଙ୍କଗୁଡ଼ିକ ଅତି ସହଜରେ ସରଳ ଋଣ ପ୍ରଦାନ କରୁଥିବା ବେଳେ ଆର୍ôଥକ ଦୃଷ୍ଟିରୁ ଦୁର୍ବଳ ଲୋକମାନଙ୍କୁ କିନ୍ତୁ ଅଧିକ ପରିମାଣର ଋଣ ଦେବା ପାଇଁ ପସନ୍ଦ କରୁନାହାନ୍ତି । କେବଳ ସେତିକି ନୁହେଁ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିଲେ ମଧ୍ୟ ଜାତୀୟକରଣ ବ୍ୟାଙ୍କଗୁଡ଼ିକ ଏଠାରେ ସମବାୟ ବ୍ୟାଙ୍କ ତୁଳନାରେ ଢେର କମ୍‍ କୃଷି ଋଣ ଦେଉଛନ୍ତି । ସମବାୟ ବ୍ୟାଙ୍କ ନଥିଲେ କୃଷକମାନେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୁଅନ୍ତେ । ଅନ୍ୟପକ୍ଷରେ ଜାତୀୟକରଣ ଓ ଘରୋଇ ବ୍ୟାଙ୍କଗୁଡ଼ିକ କିନ୍ତୁ ରାଜ୍ୟ ସରକାରଙ୍କ ବିଭିନ୍ନ ନେଣଦେଣ ପାଇଁ ଲକ୍ଷଲକ୍ଷ କୋଟି ଟଙ୍କାର ଜମା ସଂଗ୍ରହ କରୁଛନ୍ତି । କେବଳ ସେତିକି ନୁହେଁ ସରକାରୀ ଓ ଅନୁଦାନପ୍ରାପ୍ତ କର୍ମଚାରୀ ଏମିତିକି ଲୋକ ପ୍ରତିନିଧିମାନଙ୍କ ବେତନ, ଭତ୍ତା, ପେନ୍‍ସନ୍‍ ଆଦିର ପ୍ରମୁଖ କାରବାର ଜାତୀୟକରଣ ବ୍ୟାଙ୍କମାନଙ୍କ ମା୍ମମରେ ହେଉଥିବା ଯୋଗୁ ସେମାନେ ବେଶ୍‍ ମୁନାଫା ପାଉଥିବା ବେଳେ ଓଡ଼ିଶାରେ ଋଣ ଲଗାଣ ପାଇଁ କିନ୍ତୁ କୁନ୍ଥୁକୁନ୍ଥୁ ହେଉଛନ୍ତି । (ତଥ୍ୟ)