Home Election ଦିଲ୍ଲୀରେ ପ୍ରଚାର କରିବେ ଓଡ଼ିଆ ନେତା

ଦିଲ୍ଲୀରେ ପ୍ରଚାର କରିବେ ଓଡ଼ିଆ ନେତା

ଭୁବନେଶ୍ୱର : ଦିଲ୍ଲୀ ବିଧାନସଭା ନିର୍ବାଚନରେ ନିଜ ନିଜ ଦଳର ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର ଅଭିଯାନ ଜୋରଦାର କରିବା ଲାଗି ବିଜେପି ଓ ଆପ୍‍ର ବହୁ ଓଡ଼ିଆ ନେତା ନିୟୋଜିତ ହେବେ । ତେବେ ରାଜ୍ୟ କଂଗ୍ରେସ ସଂଗଠନ ମୁରବୀ ଶୂନ୍ୟ ହୋଇ ରହିଥିବା ବେଳେ ଏହି ପ୍ରଚାର ଅଭିଯାନରେ ଦଳର ଓଡ଼ିଆ ନେତାମାନଙ୍କୁ ହାଇକମାଣ୍ଡଙ୍କ ଡାକରା ଆସିବ କି ନାହିଁ ତାହା ଏଯାବତ୍‍ ସ୍ପଷ୍ଟ ହୋଇନାହିଁ ।

ଆସନ୍ତା ମାସ ପ୍ରଥମ ସପ୍ତାହରେ ଦିଲ୍ଳୀ ବିଧାନସଭା ପାଇଁ ଭୋଟ ହେବ । ଇତିମଧ୍ୟରେ ବିଭିନ୍ନ ଦଳର ଘୋଷିତ ପ୍ରାର୍ଥୀମାନେ ମନୋନୟନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ବିଜେପି ତାହାର ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାମ ରହିଛି । ବିଜେପିର ଯେଉଁ ଓଡ଼ିଆ ସାଂସଦ ଏବଂ ଅନ୍ୟ ନେତାମାନଙ୍କର ଦିଲ୍ଲୀରେ ଥିବା ଓଡ଼ିଆ ଭୋଟରମାନଙ୍କ ଉପରେ ପ୍ରଭାବ ରହିଛି ସେମାନଙ୍କୁ ପ୍ରଚାର କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ଜଣାପଡିଛି । ଏମିତିକି ତାରକା ପ୍ରଚାରକ ତାଲିକାରେ ନଥିଲେ ବି ଓଡ଼ିଶାର କେତେଜଣ ମନ୍ତ୍ରୀ, ବିଧାୟକ ଓ ଦଳୀୟ କାର୍ଯ୍ୟକର୍ତ୍ତା ସେଠାକାର ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ଦିଲ୍ଲୀ ଯିବେ ।

ଅତୀତରେ ଝାଡ଼ଖଣ୍ଡର ବିଧାନସଭା ନିର୍ବାଚନରେ ଓଡ଼ିଆ ନେତାମାନେ ବିଶେଷ ସଫଳତା ହାସଲ କରିନଥିଲେ ମଧ୍ୟ ଛତିଶଗଡ଼ ଓ ମହାରାଷ୍ଟ୍ର ନିର୍ବାଚନରେ କିନ୍ତୁ ଓଡ଼ିଶାର ବିଜେପି ନେତାମାନେ ବେଶ୍‍ ଭଲ ଭୂମିକା ନିଭାଇଥିଲେ । ଏମିତିକି ଗୁଜରାଟ ଓ ଆସାମ ବିଧାନସଭା ନିର୍ବାଚନରେ ଓଡ଼ିଶାର ଦଳୀୟ ନେତାମାନେ ସକ୍ରିୟ ଭୂମିକା ଗ୍ରହଣ କରି ସେଠାରେ ଥିବା ଓଡ଼ିଆ ଭୋଟରମାନଙ୍କୁ ଦଳ ସପକ୍ଷରେ ଆଣିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍‍ ଓରାମ୍‍ ଓ ଅଶ୍ୱିନୀ ବୈଷ୍ଣବଙ୍କ ଦିଲ୍ଲୀରେ ଥିବା ବିଭିନ୍ନ ଓଡ଼ିଆ ସଂଗଠନମାନଙ୍କ ସହିତ ଭଲ ସଂପର୍କ ରହିଛି । ଦିଲ୍ଲୀ ନିର୍ବାଚନ ବିଜେପି ପାଇଁ ମର୍ଯ୍ୟାଦାର ପ୍ରସଂଗ ହୋଇଥିବାରୁ କୌଣସି ସୁଯୋଗକୁ ଦଳ ହାତଛଡ଼ା କରିବାକୁ ଚାହିଁବ ନାହିଁ ।

ସେହିପରି ଓଡ଼ିଶାରେ ଆମ୍‍ ଆଦମୀ ପାର୍ଟିର କେତେକ କାର୍ଯ୍ୟକର୍ତ୍ତା ମଧ୍ୟ ଦିଲ୍ଳୀ ନିର୍ବାଚନ ପ୍ରଚାରରେ ସାମିଲ ହେବା ସୂଚନା ମିଳୁଛି । ଆପ୍‍ର ସଂଗଠନ ଓଡ଼ିଶାରେ ଧୀରେ ଧୀରେ ସୁଦୃଢ଼ ହେଉଛି । ବିଶେଷକରି ଦିଲ୍ଲୀ ଓ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ସହ ପୂର୍ବରୁ ଜଡ଼ିତ କିଛି ବ୍ୟକ୍ତିବିଶେଷ ଓଡ଼ିଶାରେ ଆପ୍‍କୁ ଆଗେଇ ନେବା ପାଇଁ ଉଦ୍ୟମ କରୁଛନ୍ତି । ଦଳର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ରଙ୍କ ସମେତ ଅନ୍ୟ ଯେଉଁମାନଙ୍କ ସାଂଗଠନିକ ଦକ୍ଷତା ଓ ନିର୍ମଳ ଭାବମୂର୍ତ୍ତି ରହିଛି ସେମାନଙ୍କୁ ଆପ୍‍ ନିର୍ବାଚନରେ ଉପଯୋଗ କରିପାରେ ।

ତେବେ ଦେଶ ତଥା ରାଜ୍ୟର ସର୍ବପୁରାତନ ଦଳ କଂଗ୍ରେସ ଓଡ଼ିଶାରେ ଏବେ ନେତୃତ୍ୱ ବିହୀନ ହୋଇପଡିଛି । ଗତ ବିଧାନସଭା ନିର୍ବାଚନ ପରେ ପ୍ରଦେଶ କଂଗ୍ରେସ କମିଟିକୁ ଭାଙ୍ଗି ଦିଆଯାଇଥିଲେ ମଧ୍ୟ ତାହାର ପୁନର୍ବିନ୍ୟାସ କରାଯାଇନାହିଁ । ଏ ପରିପ୍ରେକ୍ଷୀରେ ଦଳର ହାଇକମାଣ୍ଡ ନିର୍ବାଚନ ପ୍ରଚାର କାର୍ଯ୍ୟରେ କେଉଁ ଓଡ଼ିଆ ନେତାଙ୍କୁ ଲଗାଇବେ କି ନଲଗାଇବେ ତାହା ସେମାନଙ୍କ ଉପରେ ନିର୍ଭର କରୁଛି । ଇଣ୍ଡି ମେଣ୍ଟର ଅସ୍ତିତ୍ୱ ଘେନି ଏହାର କେତେକ ସହଯୋଗୀ ଦଳ ପ୍ରଶ୍ନବାଚୀ ଉଠାଇଥିବା ବେଳେ ଦିଲ୍ଲୀ ନିର୍ବାଚନରେ ଏହି ମେଣ୍ଟର ଦୁଇ ସହଯୋଗ ଆପ୍‍ ଓ କଂଗ୍ରେସ ପରସ୍ପର ବିରୋଧରେ ଲଢ଼ୁଥିବା ପରିପ୍ରେକ୍ଷୀରେ ମେଣ୍ଟଭୁକ୍ତ ଅନ୍ୟ ଦଳଗୁଡ଼ିକର କେଉଁ ଓଡ଼ିଆ ନେତା ଦିଲ୍ଲୀରେ କାହା