Home Agriculture ରାଜ୍ୟରେ ଫଳୁଛି ଅଧିକ ପିଆଜ

ରାଜ୍ୟରେ ଫଳୁଛି ଅଧିକ ପିଆଜ

ଭୁବନେଶ୍ୱର : ରାଜ୍ୟରେ ବାର୍ଷିକ ଯେତିକି ପିଆଜ ଆବଶ୍ୟକ ତାହାଠାରୁ ଅଧିକ ପିଆଜ ଫଳୁଛି । ଆଜି ବିଧାନସଭାରେ ବିଜେପି ବିଧାୟକ ଟଙ୍କଥର ତ୍ରିପାଠୀଙ୍କର ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

ଉପମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ପିଆଜ ମିଶନ ହୋଇନାହିଁ । ତେବେ ଜାତୀୟ ନମୁନା ସର୍ବେକ୍ଷଣର ୬୮ତମ ଗଣନା ଆଧାରରେ ୨୦୨୩-୨୪ ବର୍ଷ ପାଇଁ ଓଡିଶାରେ ବାର୍ଷିକ ହାରାହାରି ୩.୭୫ ଲକ୍ଷ ମେଟ୍ରିକ ଟନ୍‍ ପିଆଜର ଆବଶ୍ୟକତା ରହିଥିବାବେଳେ ୪.୨୦ ଲକ୍ଷ ମେଟ୍ରିକ ଟନ୍‍ ଉତ୍ପାଦନ ହୋଇଥିଲା ।