ଭୁବନେଶ୍ୱର : କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଡେରାସ ଠାରେ ଥିବା ଉଦ୍ୟାନ କୃଷିର ଉତ୍କର୍ଷ କେନ୍ଦ୍ରରେ ଓଡ଼ିଶା ଜ୍ୟାକଫ୍ରୁଟ ମିଶନ ଅଧୀନରେ ଦୁଇ ଦିନିଆ ତାଲିମ କର୍ମଶାଳା ଆୟୋଜନ କରାଯାଇଥିଲା l
ରାଜ୍ୟରେ ଥିବା ତିନିଗୋଟି ଟେକ୍ନୋଲୋଜି ଇନକ୍ୟୁବେସନ କେନ୍ଦ୍ର କୋରାପୁଟ, କନ୍ଧମାଳ ଓ କେଉଁଝରର ପ୍ରତିନିଧି, ବିଭାଗୀୟ ଅଧିକାରୀ, ଓରମାସ, ଆଇସିଏଆର- ସିଏଚଇଏସ ଏବଂ ପାଲାଡିୟମର ଅଧିକାରୀବୃନ୍ଦ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ l
ଏହି କର୍ମଶାଳାରେ କେରଳର ଶିଳ୍ପ ବିଶେଷଜ୍ଞ ଏବଂ ମାଷ୍ଟର ଟ୍ରେନର ମାନେ କଞ୍ଚା ପଣସରୁ ବିଭିନ୍ନ ମୂଲ୍ୟଯୁକ୍ତ ଉତ୍ପାଦ ତିଆରି କରିବା ଶିଖାଇଥିଲେ l ଏତଦ୍ ବ୍ୟତୀତ, ଆର୍ଟକାର୍ପସ ଫୂଡ୍ସ ପ୍ରାଇଭେଟ ଲିମିଟେଡ଼ ଓ ନ୍ୟୁଟ୍ରିଟିଭୋ ଫୁଡ ପ୍ରଡକ୍ଟସ ନାମକ ଦୁଇଟି କମ୍ପାନୀ ସହ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ବୁଝାମଣାପତ୍ର ସ୍ଵାକ୍ଷର କରିଥିଲେ l ଏହି ସହଭାଗୀତା ତାଲିମ ପ୍ରଦାନ କରିବା ସହିତ ଉତ୍ପାଦର ବଜାରିକରଣ ସୁଯୋଗ ଏବଂ ପଣସ ଚାଷକୁ ପ୍ରୋତ୍ସାହିତ କରିବ l