ଭୁବନେଶ୍ୱର : ବରିଷ୍ଠ ଆଇଏଫ୍ଏସ୍ ଅଫିସର ଡ. କେ ମୁରୁଗେସନଙ୍କୁ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ନୋଡାଲ) ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି)ର ସଦସ୍ୟ ସଚିବ ଥିବା ଡ. ମୁରୁଗେସନଙ୍କୁ ପିସିସିଏଫ୍ (ନୋଡାଲ)ର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି।
ପରିବେଶବିତ୍ ଡ. ମୁରୁଗେସନ ଓଏସ୍ପିସିବି ଦାୟିତ୍ବ ସଫଳତାର ସହ ନିର୍ବାହ କରି ଆସୁଛନ୍ତି ଏବଂ ତାଙ୍କୁ ପିସିସିଏଫ୍ (ନୋଡାଲ) ଦାୟିତ୍ବ ଦିଆଯାଇଛି, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ।
ପିସିସିଏଫ୍ (ନୋଡାଲ) ଏହି ପ୍ରକଳ୍ପଗୁଡ଼ିକୁ ମଞ୍ଜୁରୀ ଦେବା ଦାୟିତ୍ବରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ସରକାର ରେଳବାଇ, ଦୂରସଂଚାର, ସଡ଼କ ଓ ରାଜପଥର ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ଶୀଘ୍ର ମଞ୍ଜୁରୀ ଦେବା ଉପରେ ଗୁରୁତ୍ୱାରୋପ କରୁଥିବାରୁ ଏହି ପଦବୀ ଗୁରୁତ୍ବବହନ କରୁଛି।
କେନ୍ଦ୍ର ରେ ଅନୁମୋଦନ ପାଇଥିବା ପ୍ରକଳ୍ପଗୁଡ଼ିକୁ ରାଜ୍ୟସ୍ତରରେ ମଞ୍ଜୁରି ଦେବା ଉପରେ ମଧ୍ୟ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି।
ଏହି ବର୍ଷଗୁଡ଼ିକରେ ଓଡ଼ିଶା ସରକାର ଦ୍ରୁତ ମଞ୍ଜୁରୀ ପାଇଁ ପ୍ରଶଂସିତ ହୋଇଛନ୍ତି।
ପିସିସିଏଫ୍ (ନୋଡାଲ) ଦାୟିତ୍ୱରେ ଡାକ୍ତର ମୁରୁଗେସନଙ୍କ ଉପସ୍ଥିତି ଯୋଗୁଁ ଏ ଦିଗରେ ଅନେକ ଆଶା ସୃଷ୍ଟି ହୋଇଛି।