Home Energy ଟାଟା ପାୱାର ଲଗାଇଲାଣି ୨୫ଲକ୍ଷ ନୂଆ ମିଟର

ଟାଟା ପାୱାର ଲଗାଇଲାଣି ୨୫ଲକ୍ଷ ନୂଆ ମିଟର

ଭୁବନେଶ୍ୱର : ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‍ ବିତରଣ ବ୍ୟବସ୍ଥା ହାତକୁ ନେବାପରେ ସମଗ୍ର ରାଜ୍ୟରେ ପ୍ରାୟ ୨୫,୩୮,୨୩୪ଟି ନୂତନ ମିଟର ସ୍ଥାପନ କରିଛି । ଏହି ସମୟରେ ଝାରସୁଗୁଡା ଜିଲ୍ଲାରେ ୫୯,୮୩୪ଟି ମିଟର ଲାଗିଛି ।

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଶକ୍ତି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ବିଦ୍ୟୁତ୍‍ ନିୟାମକ ଆୟୋଗର ନିୟମ ଅନୁଯାୟୀ ନୂତନ ମିଟର ସଂଯୋଗ କିମ୍ବା ସ୍ଥାନାନ୍ତରଣ ସମୟରେ ଗ୍ରାହକମାନେ ବିତରଣ କମ୍ପାନୀ ଦ୍ୱାରା ନିଯୁକ୍ତ ସ୍ୱୀକୃତିପ୍ରାପ୍ତ ଭେଣ୍ଡରଙ୍କ ଠାରୁ ନିଜେ ମିଟର କିଣିପାରିବେ ।

ଏଥିପାଇଁ ମିଟର ଭଡା ବାବଦକୁ କୌଣସି ଦେୟ ଦେବାକୁ ପଡିବନାହିଁ । ଯଦି ବିତରଣ କମ୍ପାନୀ ଦ୍ୱାରାମିଟର ପ୍ରଦାନ କରାଯାଇଥାଏ, ତେବେ ଓଇଆରସି ଦ୍ୱାରା ଧାର୍ଯ୍ୟ ଦର ଅନୁଯାୟୀ ମିଟର ଦେୟ ଆଦାୟ କରାଯିବ ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।