Home General ମାଗଣା ଚାଉଳ ପାଇଁ କେନ୍ଦ୍ରର ଖର୍ଚ୍ଚ ୮୯୬୭ କୋଟି ଟଙ୍କା

ମାଗଣା ଚାଉଳ ପାଇଁ କେନ୍ଦ୍ରର ଖର୍ଚ୍ଚ ୮୯୬୭ କୋଟି ଟଙ୍କା

ଭୁବନେଶ୍ୱର : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ରେ ଓଡିଶାକୁ କେନ୍ଦ୍ର ସରକାର ଚାଉଳ ଯୋଗାଣ ବାବଦରେ ବର୍ଷକୁ ହାରାହାରି ୮୯୬୭ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏଥିରେ ଚାଉଳର ଦରସହିତ ପରିବହନ ଓ ବିତରଣ ଖର୍ଚ୍ଚ ସାମିଲ ଅଛି ।

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କର ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଶ୍ରୀ ପାତ୍ର କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ ଅଧିରେ ୯୩,୨୩,୦୭୯ ପରିବାରର ୩,୨୬,୩୩,୦୯୭ ସଦସ୍ୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ୩,୧୫,୦୨୪ ପରିବାରର ୧୦,୦୩,୭୧୯ ସଦ୍ୟଙ୍କୁ ମାଗଣାରେ ଚାଉଳ ଯୋଗାଇ ଦିଆଯାଉଛି ।

କେନ୍ଦ୍ର ସରକାର ଜାତୀ ଖାଦ୍ୟ ସୁରକ୍ଷା ଆଇନ୍‍ ଅଧିନରେ ଆବଶ୍ୟକ ପଡୁଥିବା ବାର୍ଷିକ ହାରାହାରି ୨୨ଳକ୍ଷ ୪୪ ହଜାର ମେଟ୍ରିକ ଟନ୍‍ ଚାଉଳ ଯୋଗାଇ ଦେଉଛନ୍ତି । ଏହି ଚାଉଳର କିଲୋପିଛା ଖର୍ଚ୍ଚ ହାରାହାରି ୩୯.୯୬ ଟଙ୍କା । ଏ ବାବଦରେ ବର୍ଷକୁ ପ୍ରାୟ ୮୯୬୭ କୋଟି ଟଙ୍କା ଖର୍ଚ୍ଚ ହେଉଛି । ତେବେ ଏଥିରେ ପରିବହନ ଓ ବିତରଣ ବାବଦରେ କିଲୋପିଛା ହାରାହାରି ୯୦ ପଇସା ଖର୍ଚ୍ଚ ହେଉଛି ।

ସେହିଭଳି ରାଜ୍ୟ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ବର୍ଷକୁ ହାରାହାରି ୬୦ହଜାର ମେଟ୍ରିକ ଟନ୍‍ ଚାଉଳ ଯୋଗାଇ ଦେଉଛନ୍ତି ଯାହାର କିଲୋପିଛାକର୍ଚ୍ଚ ୪୧.୩୩ ଟଙ୍କା । ଏ ବାବଦରେ ବର୍ଷକୁ ମୋଟ୍‍ ୨୫ କୋଟି ଖର୍ଚ୍ଚ ହେଉଛି । ଏଥି ମଧ୍ୟରେ ପରିବହନ ଏବଂ ବିତରଣ ବାବଦରେ କିଲୋପିଛା ହାରାହାରି ୨.୨୬ ଟଙ୍କା ଖର୍ଚ୍ଚ ହେଉଛି ସେହିଭଳି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ନୂତନ ରାସନକାର୍ଡ ପାଇବାକୁ ୬,୧୯,୮୩୬ ଜର ଆବେଦନ କରିଥିବା ମନ୍ତ୍ରୀ ଶ୍ରୀ ପାତ୍ର ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।