ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗର ତ୍ରୁଟି ଓ ଜିଦ୍ ଯୋଗୁ ୫ବର୍ଷ ଧରି ଚାକିରିରୁ ବଞ୍ôଚତ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ରାଜ୍ୟ ସରକାର ଲକ୍ଷେ ଟଙ୍କାର ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପକ୍ଷରେ ୫ବର୍ଷ ଧରି ଚାକିରିରୁ ବଞ୍ôଚତ ଥିବା ଏହି ପ୍ରାର୍ଥୀ ଜଣକ ଏହି ସମୟସୀମା ଭିତରେ ଅନ୍ୟୁନ ୫୦ଲକ୍ଷ ଟଙ୍କା ବେତନ ଆକାରରେ ପାଇଥାନ୍ତେ । ଏଥିପାଇଁ କାହାକୁ ଉତ୍ତରଦାୟୀ କରାଯିବ ତାହା ଏବେ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଥିବା ବେଳେ ରାଜ୍ୟ ସରକାର ଏ ସଂକ୍ରାନ୍ତରେ ହାଇକୋର୍ଟଙ୍କ ରାୟର ଅନୁପାଳନ ରିପୋର୍ଟ ନିର୍ଦ୍ଧାରିତ ସମୟସୀମା ଭିତରେ ଦାଖଲ କରିପାରି ନାହାନ୍ତି ।
ଜଣେ ବରିଷ୍ଠ ଅଧିକାରୀ ଏ ପ୍ରସଂଗକୁ ସ୍ୱୀକାର କରି କହିଛନ୍ତି ଯେ ଓଡ଼ିଶା ପ୍ରଶାସନିକ ସେବାରେ ୨୦୧୯ ମସିହାରେ ଏହି ପ୍ରାର୍ଥୀ ଜଣକ ଯୋଗଦେବା କଥା । ସେ ଢେର ଅଧିକ ନମ୍ବର ରଖିଥିଲେ ମଧ୍ୟ ପରିବର୍ତ୍ତୀ ସମୟରେ ଲୋକସେବା ଆୟୋଗ ତାଙ୍କ ପ୍ରାର୍ଥୀତ୍ୱକୁ ରଦ୍ଦ କରି ତାଙ୍କଠାରୁ ୩୦୦ ନମ୍ବର କମ୍ ରଖିଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ଦେଇଥିଲେ । ଏ ପ୍ରସଂଗ ରାଜ୍ୟ ସରକାରଙ୍କ ନଜରକୁ ଆସିବା ପରେ ଏହି ବଞ୍ôଚତ ପ୍ରାର୍ଥୀଙ୍କ ନାମକୁ ଓଡ଼ିଶା ଲୋକସଭା ଆୟୋଗ ଯୋଗ୍ୟତା ତାଲିକାରେ ସାମିଲ କରି ଅଣ ସଂରକ୍ଷିତ ପ୍ରାର୍ଥୀ ଭାବେ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବାକୁ କୁହାଯାଇଥିଲା । ସାଧାରଣ ପ୍ରଶାସନ ବିଭାଗର ପତ୍ରକୁ ଆୟୋଗ ଅଣଦେଖା କରିବା ପରେ ସେତେବେଳର ମୁଖ୍ୟ ଶାସନ ସଚିବ ମଧ୍ୟ ଏହି ବଞ୍ôଚତ ପ୍ରାର୍ଥୀଙ୍କ ନାମ ପଠାଇବା ପାଇଁ କହିଥିଲେ । ପୂର୍ବରୁ ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକାରଣ ମଧ୍ୟ ଆଇନନାଯାୟୀ ଏହି ବଞ୍ôଚତ ପ୍ରାର୍ଥୀଙ୍କ କଥା ବିଚାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଏ ସମସ୍ତକୁ ଆୟୋଗ ଅଣଦେଖା କରିବା ଫଳରେ ସଂପୃକ୍ତ ପ୍ରାର୍ଥୀ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ରାଜ୍ୟ ସରକାର, ଲୋକସେବା ଆୟୋଗ ଏବଂ ବଞ୍ôଚତ ପ୍ରାର୍ଥୀଙ୍କ ପକ୍ଷର ଯୁକ୍ତି ଶୁଣିବା ପରେ ତାଙ୍କ ପ୍ରାର୍ଥୀତ୍ୱକୁ ନାକଚ କରାଯିବା ବେଆଇନ୍ ବୋଲି ମତବ୍ୟକ୍ତ କରି ଯୋଗ୍ୟତା ତାଲିକାରେ ଏହି ପ୍ରାର୍ଥୀଙ୍କ ନାମ ଯଥା ସ୍ଥାନରେ ସ୍ଥାନିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏମିତିକି ପଦବୀ ଖାଲିନଥିଲେ ଏହି ପ୍ରାର୍ଥୀଙ୍କ ପାଇଁ ସୁପରନ୍ୟୁମେରାରୀ ପଦବୀ ସୃଷ୍ଟି ସହିତ ଯୋଗ୍ୟତା ଆଧାରରେ ତାଙ୍କର ବରିଷ୍ଠତା ସ୍ଥିର କରିବା ଏବଂ ତାଙ୍କଠାରୁ କମ୍ ନମ୍ବର ରଖିଥିବା ପ୍ରାର୍ଥୀମାନେ ଯେବେଠାରୁ ନିଯୁକ୍ତି ପାଇଛନ୍ତି ସେହି ତାରିଖରୁ ତାଙ୍କୁ ପିଛିଲା ଭାବେ ନିଯୁକ୍ତି ଦେବା ସହ ତାଙ୍କ କନିଷ୍ଠ ପ୍ରାର୍ଥୀଙ୍କ ସମକକ୍ଷ ବେତନ ମୋସନାଲ୍ ହାରରେ ନିର୍ଦ୍ଧାରଣ କରିବାକୁ ହାଇକୋର୍ଟ ସ୍ପଷ୍ଟ ଭାବେ ରାୟରେ ଉଲ୍ଲେଖ କରିଥିଲେ ।
କେବଳ ସେତିକି ନୁହେଁ, ଯଦି ତାଙ୍କର କେହି କନିଷ୍ଠ ଇତିମଧ୍ୟରେ ପଦୋନ୍ନତି ପାଇଥାନ୍ତି ତେବେ ବଞ୍ôଚତ ପ୍ରାର୍ଥୀଙ୍କୁ ବି ପିଛିଲା ତାରିଖରୁ ପଦୋନ୍ନତି ଦେବା ପାଇଁ ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ ଥିଲା । ଦୀର୍ଘ ୫ବର୍ଷ ଧରି ଏହି ବଞ୍ôଚତ ପ୍ରାର୍ଥୀଜଣକ ତାଙ୍କ ଅଧିକାରରୁ ବଞ୍ôଚତ ହୋଇଥିବା ପରିପ୍ରେକ୍ଷୀରେ ସରକାରୀ ପ୍ରତିପକ୍ଷ ରାୟ ପ୍ରକାଶ ପାଇବାର ଦୁଇମାସ ମଧ୍ୟରେ ତାଙ୍କୁ ଲକ୍ଷେ ଟଙ୍କା ପ୍ରଦାନ କରିବାକୁ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେବା ସଂଗେ ସଂଗେ ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ଏହି ରାୟର ଅନୁପାଳନ ରିପୋର୍ଟ କୋର୍ଟରେ ଦାଖଲ କରିବା ଲାଗି ନିର୍ଦ୍ଦିଷ୍ଟ ଭାବେ କହିଥିଲେ ।
ଓଡ଼ିଶା ହାଇକୋର୍ଟ ୨୦୨୩ ଡିସେମ୍ବର ମାସରେ ଏହି ମାମଲାର ରାୟ ପ୍ରଦାନ କରିବା ପରେ ଲୋକସେବା ଆୟୋଗ ଯଥା ସ୍ଥାନରେ ବଞ୍ôଚତ ପ୍ରାର୍ଥୀଙ୍କ ନାମ ସ୍ଥାନିତ କରି ସାନି ଯୋଗ୍ୟତା ତାଲିକା ପଠାଇଥିଲେ । ଏହି ଆଧାରରେ ଗତ ଜୁଲାଇ ୨୪ ତାରିଖରେ ରାଜ୍ୟ ସରକାର ଏହି ପ୍ରାର୍ଥୀଙ୍କୁ ଓଏଏସ୍ ଅଫିସର ଭାବେ ନିଯୁକ୍ତି ଦେଇଛନ୍ତି । ସେ ମଧ୍ୟ ତୁରନ୍ତ କାର୍ଯ୍ୟରେ ଯୋଗ ଦେଇସାରିଛନ୍ତି । ତେବେ ରାୟର ଅନୁପାଳନ ରିପୋର୍ଟ ଦାଖଲ କରିବାରେ ବିଳମ୍ବ ହେବାର ଅନ୍ୟତମ କାରଣ ଲକ୍ଷେ ଟଙ୍କାରେ ଅଟକିଥିବା କୁହାଯାଉଛି । ଏ ସଂକ୍ରାନ୍ତରେ ଖୁବ୍ଶୀଘ୍ର ହାଇକୋର୍ଟଙ୍କୁ ରାଜ୍ୟ ସରକାର ଅନୁପାଳନ ରିପୋର୍ଟ ପ୍ରଦାନ କରିବା ପାଇଁ ପ୍ରଶାସନିକ କସରତ ଚାଲିଥିବା ଜଣାପଡିଛି । (ତଥ୍ୟ)