Home Administration ଡାଟା ଏକ ଅମୂଲ୍ୟ ସମ୍ପଦ

ଡାଟା ଏକ ଅମୂଲ୍ୟ ସମ୍ପଦ

ଭୁବନେଶ୍ୱର :ପରସ୍ପର ସହ ଜଡ଼ିତ ଦୁନିଆରେ ତଥ୍ୟ ଭିତ୍ତିକ  ନିଷ୍ପତ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ନୀତି ନିର୍ମାତା, ନିବେଶକ, ଗବେଷକ ଏବଂ ନାଗରିକମାନଙ୍କୁ ଜଟିଳ ଆହ୍ୱାନଗୁଡିକୁ ଅନୁଧ୍ୟାନ କରି ପ୍ରଭାବଶାଳୀ ଯୋଜନା ଏବଂ ନୀତି ନିର୍ଦ୍ଧାରଣକୁ ପ୍ରୋତ୍ସାହିତ କରିଥାଏ । ସ୍ୱାସ୍ଥ୍ୟ ସେବା, ଶିକ୍ଷା, ଅର୍ଥନୀତି କିମ୍ବା ପରିବେଶ ସ୍ଥାୟିତ୍ୱ କ୍ଷେତ୍ରରେ, ବିଶ୍ୱସନୀୟ, ବ୍ୟାପକ ଏବଂ ସମୟୋପଯୋଗୀ ତଥ୍ୟର ନିତାନ୍ତ ଆବଶ୍ୟକତା ରହିଛି ବୋଲି ଆଜି ଏହି ପରିପ୍ରେକ୍ଷୀରେ ଅତିଥି ଓ ବକ୍ତାମାନେ ପ୍ରକାଶ କରିଛନ୍ତି ।

ଆଜି ସ୍ଥାନୀୟ ହୋଟେଲ ଭିଭାନ୍ତା ଠାରେ ନୀତି ଆୟୋଗ, ଭାରତ ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରାଳୟ (ଏମଓଏସପିଆଇ) ର ମିଳିତ ଆନୁକୂଲ୍ୟରେ ଏବଂ ବିଶ୍ୱବ୍ୟାଙ୍କ ସହାୟତାରେ ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ  ବିଭାଗ ସହଯୋଗରେ ଆଜିଠାରୁ ଆୟୋଜିତ ଡାଟା ଫୋରମ୍ – ୨୦୨୪ଶୀର୍ଷକ ଦୁଇ ଦିନିଆ କର୍ମଶାଳାରେ ଯୋଗଦେଇ ଅତିଥି ଓ ବିଶେଷଜ୍ଞ ବକ୍ତାମାନେ ପ୍ରକାଶ କରିଛନ୍ତି

ଏହି କର୍ମଶାଳା ନଭେମ୍ବର ୨୧ ଓ  ୨୨ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ଏଥିରେବିଭିନ୍ନ  ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ଭାରତ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍ ଇତ୍ୟାଦି ଅଂଶଗ୍ରହଣ କରିଛନ୍ତି । ଏହି କର୍ମଶାଳା ନୀତି ଆୟୋଗର ରାଜ୍ୟ କର୍ମଶାଳା ଶୃଙ୍ଖଳାର ଦ୍ୱିତୀୟ କାର୍ଯ୍ୟକ୍ରମ । ଏହି ଶୃଙ୍ଖଳାର ପ୍ରଥମ କର୍ମଶାଳା ଗତ ୨୦୨୩  ନଭେମ୍ବର ୧୭ରେ ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରରେ ଅନୁଷ୍ଠିତ ହୋଇଥିଲା ।

ଆୟୋଜିତ କାର୍ଯ୍ୟକ୍ରମର ଉଦଘାଟନୀ କାର୍ଯ୍ୟକ୍ରମରେଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥିଭାବେ ଯୋଗଦାନ କରି କହିଥିଲେ ଯେ, ତଥ୍ୟଭିତ୍ତିକ ନିଷ୍ପତ୍ତି ନେବା ପାଇଁ ଡାଟା ଏକ ଗୁରୁତ୍ଵପୂର୍ଣ୍ଣ ଭିତ୍ତିଭୂମି ଭାବେ କାର୍ଯ୍ୟ କରିଥାଏ ଯେକୌଣସି ସମସ୍ୟାକୁ ତୃଣମୂଳସ୍ତରରୁ ସମାଧାନ କରିବାରେ ମଧ୍ୟ ଡାଟାର ଆବଶ୍ୟକ ହୋଇଥାଏ l ସରକାର ଓ ନୀତି ନିର୍ମାତାମାନେ ତଥ୍ୟ ଉପରେ ଆଧାର କରି ନିଷ୍ପତ୍ତି ନିଅନ୍ତି ଏହା ଯୋଗୁଁ ଆମେ ବିଭିନ୍ନ ସେବା ପ୍ରଦାନରେ ଉନ୍ନତି ଆଣିପାରିବା ସହ ନାଗରିକଙ୍କ ପାଇଁ ସ୍ଵଚ୍ଛ ପ୍ରକ୍ରିୟା ଅବଲମ୍ବନ କରିବା ଦ୍ଵାରା ଅଧିକ ପ୍ରଭାବଶାଳୀ ଫଳାଫଳ ହାସଲ କରିପାରିବାl ଆଜିର ସମୟରେ ଡାଟା ଏକ ଅମୂଲ୍ୟ ସମ୍ପଦ ଭାବେ ସାରା ବିଶ୍ୱରେ ବିବେଚିତ ହେଉଛି ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ ପ୍ରକାଶ  କରିଥିଲେ ।

 ଉପ ମୁଖ୍ୟମନ୍ତ୍ରୀ  ଆହୁରି ମଧ୍ୟ କହିଛନ୍ତି ଯେ,ଆମେଓଡ଼ିଶା ପ୍ରଦେଶ ଗଠନର ୧୦୦ତମ ବାର୍ଷିକୀ ପାଳନ କରିବାକୁ ଯାଉଥିବାରୁ ସରକାର ୨୦୩୬ ସୁଦ୍ଧା  ଓଡ଼ିଶାକୁ ଏକ ବିକଶିତ ରାଜ୍ୟ କରିବା ଦିଗରେ କାର୍ଯ୍ୟ କରିବା ସହ ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶାର ଯୋଜନା କରିଛନ୍ତି l ବିକଶିତ ଓଡ଼ିଶାର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରମାଣ ଭିତ୍ତିକ ନିଷ୍ପତ୍ତି ଏବଂ ତଥ୍ୟ ଗୁରୁତ୍ଵପୂର୍ଣ୍ଣ l ଓଡ଼ିଶାର ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ବିଶ୍ଵ ବ୍ୟାଙ୍କ ସହାୟତାରେ ଭବିଷ୍ୟତ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି l ଭବିଷ୍ୟତର ଆହ୍ୱାନକୁ ପୂରଣ କରିବା ପାଇଁ ଓଡ଼ିଶାର ପରିସଂଖ୍ୟାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯାଉଛି

ବିଭିନ୍ନ ହିତାଧିକାରୀଙ୍କୁ ରାଜ୍ୟରେ ଚାଷ ପ୍ରଣାଳୀ ଏବଂ ଫସଲ ସମ୍ବନ୍ଧୀୟ ସଠିକ୍  ତଥ୍ୟ ସମୟାନୁଯାୟୀ ଯୋଗାଇଦେବା ନିମନ୍ତେ ସରକାର ଇ-ଚାଷ ଆପ୍ ବ୍ୟବହାର କରୁଛନ୍ତି l ଏହା ଫସଲର ଡିଜିଟାଲ୍ ସର୍ଭେ କରିବା ସହ ତଥ୍ୟଭିତ୍ତିକ ଦୂରତ୍ଵକୁ ହ୍ରାସ କରୁଛି l ସରକାରୀ କାର୍ଯ୍ୟରେ ଓ ସର୍ବେକ୍ଷଣରେ ବ୍ୟବହାର କରାଯାଉଥିବା ଡାଟା ପ୍ରାୟତଃ ରାଜ୍ୟ ସ୍ତରରେ ସଂଯୋଜନା ହେଉଛି l ଏହି ସବୁ ଡାଟା ଜନଗଣନା, ଚାଷୀ ଗଣନା, ଅର୍ଥନୀତି ସମ୍ବନ୍ଧୀୟ ନୀତିଗତ ନିଷ୍ପତ୍ତି, ଶିଳ୍ପ ପ୍ରତିଷ୍ଠା ଇତ୍ୟାଦି କ୍ଷେତ୍ରରେ ବ୍ୟବହାର ହୋଇଥାଏ ଯାହାଫଳରେ ତୃଣମୂଳସ୍ତରରେ ପରିସ୍ଥିତି କଣ ଅଛି ଜାଣି ହେଉଛି ଏବଂ  ସେହି ଅନୁଯାୟୀ ନିଷ୍ପତ୍ତି ନିଆଯାଇପାରୁଛି l

ଏଥିସହ, ଓଡ଼ିଶାରେ ଧାନ ସଂଗ୍ରହ ନିମନ୍ତେ ପି- ପାସ୍ ବ୍ୟବସ୍ଥା ରହିଛି ଯାହା ଡାଟା ଆନାଲିଟିକ୍ସକୁ ବ୍ୟବହାର କରିଥାଏ l ସେହିଭଳି ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା, ବାତ୍ୟା ଭଳି ସମୟରେ ପୁନରୁଦ୍ଧାର କାର୍ଯ୍ୟରେ ଅଗ୍ରଗତି ଆଣିବା ସହ ଜରୁରୀକାଳୀନ ପରିସ୍ଥିତିରେ ଅପହଞ୍ଚ ଇଲାକାର ତଥ୍ୟ ହାସଲ, ସାଟେଲାଇଟ ଚିତ୍ର ଏବଂ ପାଣିପାଗର ପୂର୍ବାନୁମାନ ଇତ୍ୟାଦି ରିଅଲ ଟାଇମ ଡାଟା ବ୍ୟବହାର ଦ୍ଵାରା ସମ୍ଭବପର ହୋଇଥାଏ ଏହି ତଥ୍ୟ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ହାନି ହେବାରୁ ରକ୍ଷା ହେଇପାରୁଛି ବୋଲି ଶ୍ରୀ ସିଂହଦେଓ ମତପ୍ରକାଶ କରିଥିଲେ lଆୟୋଜିତ କର୍ମଶାଳାରେ ଡାଟା ଫୋରମ୍ ୨୦୨୪ ଅତିଥିମାନଙ୍କ ଦ୍ୱାରା  ଲୋକାର୍ପିତ ହୋଇଥିଲା ।

କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ,ଆମର ୨୦୩୬ ସୁଦ୍ଧା  ବିକଶିତ ଓଡ଼ିଶାଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ଯୋଗଦାନ କରିବାର ଲକ୍ଷ୍ୟ ରହିଥିବା ବେଳେ ତ୍ୱରାନ୍ୱିତ ଗତିରେ ବିକାଶ ଓ ଅଭିବୃଦ୍ଧି ପାଇଁ ଆମକୁ ସଠିକ୍ ତଥ୍ୟ ଉପଲବ୍ଧତାର ଆବଶ୍ୟକତା ରହିଛି । କର୍ତ୍ତୃପକ୍ଷମାନଙ୍କୁ ଶୀଘ୍ର ଓ ସଠିକ ନିଷ୍ପତ୍ତି ନେବାରେ  ତଥ୍ୟର ଲକ୍ଷ୍ୟଭିତ୍ତିକ, ଉତ୍ତରଦାୟୀ, ଅଭିନବତ୍ୱ, ସମୟଭିତ୍ତିକ ଏବଂସହଜରେ ଉପଲବ୍ଧତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ,  ଯଦ୍ୱାରା କି  ନିଷ୍ପତ୍ତି ନେବାରେ ସହାୟକ ହେବ । ବୈଷୟିକ ଜ୍ଞାନକୌଶଳ ଏଥିପାଇଁ  ସହାୟତା କରିବ ଏବଂ ସରକାରଙ୍କୁ ଅଧିକ ଦକ୍ଷତାର ସହିତ କାର୍ଯ୍ୟ କରିବାକୁ ସମର୍ଥ କରାଇବ ବୋଲି ସେ ପ୍ରକାଶ କରିଥିଲେ ।