Home General ଶିଶୁମେଳା ଉଦଯାପିତ

ଶିଶୁମେଳା ଉଦଯାପିତ

ଭୁବନେଶ୍ବର :  ପିଲାମାନେ ଭଲହେଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ।ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ସହିତ ସେମାନଙ୍କୁ ସୁନାଗରିକ ରୂପେ ଗଢି ତୋଳିବାପାଇଁ  ସବୁ ସ୍ତରରେ ପ୍ରୟାସ ଜାରୀ ରହିବା ଉଚିତ୍ । ଏହା ସହିତ ଏକ ଅନୁକୂଳ ପରିବେଶ ସୃଷ୍ଟି ହେବା ଉଚିତ ବୋଲି ପିକକ୍ ଶିଶୁମେଳା ର ଉଦଯାପନୀ ସମାରୋହରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ମତଦେଇଛନ୍ତି । ଏକାମ୍ର ହାଟରେ ସାତଦିନ ଧରି ଚାଲିଥିବା ୩୫ତମ ପିକକ୍ ଶିଶୁମେଳା ଆଜି ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦଯାପିତ ହୋଇଥିଲା । ଶିଶୁ ମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ପିକକ୍ ଶିଶୁମେଳା ର ଖୋଲାମଞ୍ଚ ଏକ ଉତ୍ତମ ମାଧ୍ୟମ ରୂପେ କାର୍ଯ୍ୟ କରିଥିଲା । ସାତଦିନ ବ୍ୟାପୀ ଚାଲିଥିବା ଏହି ମେଳାରେ  ବହୁ ପ୍ରତିଭାବାନ ପିଲାମାନେ ନିଜର ପ୍ରତିଭାର ପରିଚୟ ଦେଇଥିଲେ ।

ଆଜି ପିକକ୍ ଶିଶୁମେଳା ଉଦଯାପନୀ ଦିବସରେ ଅତିଥି ରୂପେ ଯୋଗଦେଇ ବିଶିଷ୍ଟ କଳାକାର ପଦ୍ମବିଭୂଷଣ ସୁଦର୍ଶନ ସାହୁ ଶିଶୁ ମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ତଥା ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଉଚିତ୍ ବୋଲି କହିଥିଲେ । ସମ୍ବାଦ,କନକ ଟିଭି ଓ ରେଡିଓ ଚକୋଲେଟ ର ପ୍ରତିଷ୍ଠାତା ତଥା ଇଷ୍ଟର୍ନ ମିଡିଆ ପ୍ରାଇଭେଟ ଲିମିଟେଡର  ଅଧକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ପିଲାମାନଙ୍କୁ ନିଜର ପିତାମାତାଙ୍କ ପ୍ରତି କୃତଜ୍ଞ ରହିବା ସହିତ ମାତୃଭୂମି ଓ ମାତୃଭାଷା କୁ ସମ୍ମାନ ଦେବାପାଇଁ ପରାମର୍ଶ ଦେଇଥିଲେଓ ତତ୍ ସହିତ ମୋବାଇଲ ଓ ନିଶା ମୁକ୍ତ ଓଡିଶା ପାଇଁ ଆହ୍ଵାନ ଦେଇଥିଲେ   ।

ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବରିଷ୍ଟ ପ୍ରଶାସକ ସହଦେବ ସାହୁ ପିଲାମାନଙ୍କୁ ଉତ୍ସାହିତ କରି ନିଜ ଜୀବନକୁ ସତ ମାର୍ଗ ରେ ପରିଚାଳିତ କରିବାକୁ ପରାମର୍ଶ ଦେଇଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଏକଲବ୍ୟ ସ୍କୁଲର ପୂର୍ବତନ ଅଧକ୍ଷା ତଥା ଶିକ୍ଷାବିତ୍ ଚିତ୍ରଲେଖା ମହାନ୍ତି ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ । ପିକକ ଶିଶୁମେଳା କମିଟିର ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବ ରେ ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ସ୍ଵାଗତ ଭାଷଣ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପିକକ୍ ଅଧକ୍ଷା ଡଃ ମୀନାକ୍ଷୀ ପଣ୍ଡା,ପିକକ ର ଯୁଗ୍ମ ସମ୍ପାଦକ ବନ୍ଦିତା ଦାସ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ ଓ କାର୍ଯ୍ୟକାରୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ବହୁ ପ୍ରତିଭାବାନ ଶିଶୁଙ୍କୁ ସମ୍ମାନିତ କରଯାଇଥିଲା । ରାଜଲକ୍ଷ୍ମୀ ପ୍ରଧାନସାହସିକତା ପାଇଁ “ବାଜିରାଉତ ସ୍ମାରକୀ ସମ୍ମାନ ୨୦୨୪”,ଚନ୍ଦନ ପଶ୍ଚିମକବାଟସମାଜ ସେବା ପାଇଁ ପ୍ରାଣନାଥ ପଟ୍ଟନାୟକ ସ୍ମାରକୀ ସମ୍ମାନ ୨୦୨୪,ସାଦ୍ୟାନ୍ତ ଶତପଥୀ “ପ୍ରଫୁଲ୍ଲ ଚନ୍ଦ୍ର ଦାସ ଶିଶୁ ପ୍ରତିଭା ସମ୍ମାନ ୨୦୨୪”,ସୁହାନା କର“ଡାଃ ଶରତ ପୂଜାରୀ ସ୍ମାରକୀ ସମ୍ମାନ ୨୦୨୪”,ସାଇ ଐଶ୍ବର୍ଯ୍ୟ। ମହାନ୍ତିଙ୍କୁ “ଆଦରମଣୀ ବରାଳ ସ୍ମାରକୀ ସମ୍ମାନ ୨୦୨୪”,ଗୀତାଶ୍ରୀ ଦେଙ୍କୁ“ସୁଷମା ମହାପାତ୍ର ସ୍ମାରକୀ ସମ୍ମାନ  ୨୦୨୪”,ପ୍ରିୟାଂଶୁ ପ୍ରଥମେଶ ପଣ୍ଡାଙ୍କୁ”ବେବି ଅଫ ଦି ଇୟର ୨୦୨୪” ରେ ସମ୍ମାନିତ କରଯାଇଥିଲା ।

ସେହିପରି ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଏହି ଅବସରରେ ସମ୍ମାନିତ କରଯାଇଥିଲା । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ “ଅବନୀ ବରାଳ ସ୍ମାରକୀ ସମ୍ମାନ ୨୦୨୪”,ସମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ଲାଲା ସୁନୀଲ କୁମାର ରଥଙ୍କୁ“ସ୍ୱରୂପ ଜେନା ସ୍ମାରକୀ ସମ୍ମାନ ୨୦୨୪”,ଡଃ ଲକ୍ଷ୍ମୀକାନ୍ତ ଖୁଣ୍ଟିଆଙ୍କୁ“ଶିଶୁସାଥି ସମ୍ମାନ ୨୦୨୪”,ଶ୍ରୀ ଘାସିରାମ ପଣ୍ଡାଙ୍କୁସମାଜସେବା ପାଇଁ “ଡାଃ ପ୍ରଫୁଲ୍ଲଚନ୍ଦ୍ର ଦାସ ଶିଶୁ ଅଧିକାର ସୁରକ୍ଷା ସମ୍ମାନ ୨୦୨୪” ତଥା ମହିଳା ପ୍ରତିନିଧିଶ୍ରୀମତୀ ରଶ୍ମିତା ଭୋଇଙ୍କୁଆରାଧନା ନନ୍ଦ ସ୍ମାରକୀ  ସମ୍ମାନ ୨୦୨୪”ରେ ସମ୍ମାନିତ କରଯାଇଥିଲା ।

ସାତଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାରଙ୍କର ସଂସ୍କୃତି ବିଭାଗ,ରାଜ୍ୟ ସରକାରଙ୍କର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ରୋଟାରୀ କ୍ଲବ ଅଫ ଭୁବନେଶ୍ଵରୟୁନିକ,ଇନରହ୍ଵିଲ କ୍ଲବ ଭୁବନେଶ୍ବର,କାନାରା ବ୍ୟାଙ୍କ, ଇମ୍ଫା, ତଥା ଅନ୍ୟାନ ବହୁ ସଂଗଠନ ଓ ବ୍ୟକ୍ତି ବିଶେଷ ସହଯୋଗ କରିଥିଲେ। ପିକକ୍ର ରତ୍ନା ଦାଶ, ଜ୍ୟୋତିଶଙ୍କର ମହାନ୍ତି,ପାଣୁ ବେହେରା,ଅଳ୍ପନା ଦାସ,ଉପମା ମହାନ୍ତି,ଡଃ ସୁମିତ୍ରା ମହାନ୍ତି,ପଶାନ୍ତ ପାଣିଗ୍ରାହୀ,ପ୍ରମୁଖ ପରିଚାଳନା କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଆରୁଷି ଅଦ୍ଵିକା ଓ ହର୍ଶାଳି ଦୋରା।

ପରିଶେଷରେଭିକି ଡ୍ୟାନ୍ସ ଏକାଡେମୀ,କୋକିଳା ଡ୍ୟାନ୍ସ ଏକାଡେମୀ,କଞ୍ଚିଲୋଗାଁର କିଶୋର କିଶୋରୀ ଗୃପ, ତାରିଣୀ ବସ୍ତିର ଗୃପ, ପର୍ଲ୍ଲୀ ଇଣ୍ଟରନେସନାଲ, ତିରଣପଦାଗାଁର କିଶୋରୋ କିଶୋରୀ ଗୃପ, ବାରିଜଙ୍ଗଗାଁର କିଶୋର କିଶୋରୀ ଗୃପ, ଗଣ୍ଡମୁଣ୍ଡା ଉଚ୍ଚ ବିଦ୍ୟାଳୟରଶିଶୁ କଳାକାରମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।