Home General ମନ ମୋହିଲା ଶିଶୁ ନାଟ୍ୟ ଉତ୍ସବ

ମନ ମୋହିଲା ଶିଶୁ ନାଟ୍ୟ ଉତ୍ସବ

ଭୁବନେଶ୍ଵର  : ୩୫ତମ ପିକକ୍ ଶିଶୁମେଳାର ମୁଖ୍ୟ ଆକର୍ଷଣ ଥିଲା ବେବି ଅଫ୍ ଦ ଇୟର ପ୍ରତିଯୋଗୀତା । ଏଥିରେ ଡାକ୍ତର ପୁରୁଣିମା ପ୍ରଧାନ,ମନୋବିଜ୍ଞାନୀମଧୁମିତା ଦାସ, ଡାକ୍ତର ସୁଧୀର ଚନ୍ଦ୍ର ଦାସ, ବିଚାରକ ଭାବେ ଯୋଗଦେଇଥିଲେ ।

ଆଜିଥିଲା ଶିଶୁ ନାଟ୍ଯ ଉତ୍ସବର ଦ୍ଵିତୀୟ ସନ୍ଧ୍ଯା । ଏହି ଉପଲକ୍ଷେ ବିଜେପି ବିଦ୍ୟାମନ୍ଦିର, ପାହାଳ ଓ ଗାଇଡାସ୍ ପବ୍ଲିକ ସ୍କୁଲର ପିଲାମାନଙ୍କ ଦ୍ଵାରା  ମଞ୍ଚସ୍ତ ହୋଇଥିଲା ନାଟକ “ଦୀପଶିକ୍ଷା” ଓ “କିଏ କାହାର” । ଏହାକୁ ଦର୍ଶକମଣ୍ଡଳୀ ମନଭରି ଉପଭୋଗ କରିଥିଲେ । 

ଆଜି ସଂଧ୍ୟାରେ ଅତିଥି ମାନେ ଥିଲେ ଓଡିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶିକା ନିୟତି ପଟ୍ଟନାୟକ, ଓଏଏସ (ଏସ ଏସ ),ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟାପକ ଦେବାନନ୍ଦ ନାୟକ (ସୋନି),ଅବସରପ୍ରାପ୍ତ ଶ୍ରମ କମିଶନର ନିରଞ୍ଜନ ସାହୁ(ଆଇଏଏସ),ଏକଲବ୍ୟ ସ୍କୁଲର ପୂର୍ବତନ ଅଧ୍ୟକ୍ଷାଚିତ୍ରଲେଖା ମହାନ୍ତି,ରୋଟାରିଆନ ଆର୍ୟା ପାଣିଗ୍ରାହୀ, ରୋଟାରୀ କ୍ଲବ ଭୁବନେଶ୍ବର ୟୁନିକ ଓ ସି ଆର ଏସ ର ମନୋରଞ୍ଜନ ଦାସ। ଅତିଥିମାନେ ରାହିମସ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଶିଶୁ ନାଟ୍ଯ ଉତ୍ସବକୁ  ସହଯୋଗ କରିଥିଲେକେନ୍ଦ୍ର ସରକାରଙ୍କର ସଂସ୍କୃତି ବିଭାଗ।

ଅନ୍ୟ ମାନଙ୍କ ମଧ୍ୟରେ ପିକକ୍ ର ସମ୍ପାଦକ ରଞ୍ଜନ ମହାନ୍ତି ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ପ୍ରମୁଖଉପସ୍ଥିତ ଥିଲେ । ପିକକ୍ ର ରତ୍ନା ଦାଶ,ଜ୍ୟୋତିଶଙ୍କର ମହାନ୍ତି,ଅଳ୍ପନା ଦାସ,ଉପମା ମହାନ୍ତି, ସୁମିତ୍ରା ମହାନ୍ତି,ପୂଜା ପଣ୍ଡା,ବିଷ୍ଣୁପ୍ରିୟା ମହାପାତ୍ର,ପାଣୁ ବେହେରା,ବାମଦେବ ଜେନା  ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।ଆଜି ସନ୍ଧ୍ୟାର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେଆରୁଷି ଅଦ୍ଵିକା ଓ ହର୍ଷାଲି ଦୋରା।