ଭୁବନେଶ୍ୱର : ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଓ ନିର୍ଦେଶକ ପୂର୍ବତଟ ରେଳବାଇ କାର୍ଯ୍ୟାଳୟ ଆନୁକୂଲ୍ୟରେ ସପ୍ତାହବ୍ୟାପୀ ଅଡିଟ ସପ୍ତାହର ଚତୁର୍ଥ ସସ୍କରଣ ଆଜି ଏଜି କାର୍ଯ୍ୟାଳୟ ପରିସରରେ ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଅଛି l ଏହି ଉଦଘାଟନ ସମାରୋହରେ ପ୍ରଧାନ ମହାଲେଖାକାର (ଅଡିଟ) ରାଜ କୁମାର, ପ୍ରଧାନ ମହାଲେଖାକାର (ଏ ଏଣ୍ଡ ଇ ) ଡି. ସାହୁ ଓ ପୂର୍ବତଟ ରେଳବାଇର ନିର୍ଦେଶକ ଏ.ଏଫ ଡୁଙ୍ଗଡୁଙ୍ଗ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l
ସିଏଜି ବିଭାଗର ଭୂମିକା ଓ କାର୍ଯ୍ୟାଧାରା ଉପରେ ଜନସାଧାରଣ ଓ ହିତାଧିକାରୀ ମାନଙ୍କୁ ସଚେତନ କରିବା ପାଇଁ ଏହା ପାଳନ ଏହାର ମୁଖ୍ୟ ଉଦେଶ୍ୟ l ବାଚସ୍ପତିଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ଭାରତୀୟ ଅଡିଟ ଓ ଏକାଉଣ୍ଟସ ବିଭାଗର ଗାରିମାମୟ ଐତିହାସିକ ଉତ୍ପତ୍ତି, ବିଗତ ବର୍ଷମାନଙ୍କରେ ଉତ୍ତମ ପ୍ରଶାସନ,ସ୍ୱଚ୍ଛତା ଓ ଉତ୍ତଦାୟିତ୍ୱର ଅବଦାନ ଓ ଆମର ମିଶନ ପ୍ରତି ଉତ୍ସର୍ଗୀକୃତ ମନୋଭାବ ଓ ପ୍ରତିବଦ୍ଧତାକୁ ପ୍ରମାଣିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଅଡିଟ ଦିବସ ପାଳନ କରାଯାଉଛି ବୋଲି କହିଥିଲେ l
ବାଚସ୍ପତି ଶ୍ରୀମତୀ ପାଢ଼ୀ ତାଙ୍କ ଉଦଘାଟନ ଅଭିଭାଷଣରେ ଭାରତୀୟ ଅଡିଟ ଓ ଏକାଉଣ୍ଟସ ବିଭାଗ ସ୍ୱଚ୍ଛ ଆର୍ଥିକ ଶୃଙ୍ଖଳା କାର୍ଯ୍ୟକ୍ରମକୁ ଲୋକମାନଙ୍କୁ ସଚେତନ କରିବାକୁ ଏହି ଅଭିନଵ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ l ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଭାରତୀୟ ଅଡିଟ ଏବଂ ଏକାଉଣ୍ଟସ ବିଭାଗ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ଯୋଡିବା ଯାହା ଆମଭଳି ଏକ ଜୀବନ୍ତ ଗଣତନ୍ତ୍ରର ସୁସ୍ଥ ସଂକେତ ଅଟେ l ସେ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ସମୟରେ ଅଡିଟ ରିପୋର୍ଟର ସକାରାତ୍ମକ ଅବଦାନ ସହିତ ସେ ତାଙ୍କ ଅଭିଜ୍ଞତାକୁ ମନେ ପକାଇ ପୂର୍ବ ସରକାରରେ ସମବାୟ ବିଭାଗ ଏକ ଆର୍ଥିକ ଅଡିଟ ପ୍ରତିଷ୍ଠାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ l
ସରକାର ସେ ବିଭାଗକୁ ଅଧିକ କାର୍ଯ୍ୟକ୍ଷମ ଓ ସାଧାରଣ ଶାସନରେ ବିଭିନ୍ନ ଦୋଷ ଦୁର୍ବଳତାକୁ ଲୋକଲୋଚନଙ୍କୁ ଆଣିବାକୁ ଚାଁହୁଥିଲେ l ବର୍ତ୍ତମାନ ବିଶ୍ୱ ପ୍ରତିକୂଳ ଜଳବାୟୁ ପାରିବର୍ତ୍ତନର ସମ୍ମୁଖୀନ ହେଉଥିବାରୁ ବାଚସ୍ପତି ସବୁଜ ବଳୟ ସୃଷ୍ଟି କରିବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯୋଡିବା ପାଇଁ ଅନୁରୋଧ କରିଥିଲେ l ଉତ୍ତମ ଅଡିଟ ରିପୋର୍ଟ ପ୍ରସ୍ତୁତିବେଳେ ବିଭାଗ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଉପରେ ନିର୍ଭରଶୀଳ ହେବାକୁ ଗୁରୁତ୍ୱାରୋପ କରିଥିଲେ l
ଶେଷରେ ସେ କହିଥିଲେ କୃତ୍ରିମ ବୁଦ୍ଧିମତା ମାନବ ବୁଦ୍ଧିର ବିକଳ୍ପ ହୋଇ ନ ପାରେ ବୋଲି ମତବ୍ୟକ୍ତ କରିଥିଲେ l ବରିଷ୍ଠ ଉପ ମହାଲେଖାକାର ଶ୍ରୀ ଶ୍ରୀରାଜ ଅଶୋକ ଧନ୍ୟବାଦ ପ୍ରଦାନ କରିଥିଲେ l ଅଡିଟ ଦିବସ ଉପଲକ୍ଷେ ଆଜି ଏଜି କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହେବା ସହ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା l କୃତୀ ପ୍ରତିଯୋଗୀମାନଙ୍କୁ ଉପ ମହାଲେଖାକାର ଏନ. ବାଲକ୍ରୀଷ୍ଣା, ଭିମେଶ କୁମାର ଓ ଭାର୍ଗବ ରାମ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ l