Home General ୩୫ତମ ପିକକ୍ ଶିଶୁମେଳା ଉଦଘାଟିତ  

୩୫ତମ ପିକକ୍ ଶିଶୁମେଳା ଉଦଘାଟିତ  

ଭୁବନେଶ୍ଵର :  ଶିଶୁମାନେ ବହୁମୂଖୀ ପ୍ରତିଭାର ଅଧିକାରୀ । ସେମାନଙ୍କର ଏହି ପ୍ରତିଭାର ସଠିକ ବିକାଶ ପାଇଁ ସବୁ ସ୍ତରରେ ସେମାନଙ୍କୁ ପ୍ରୋତ୍ସାହନର ଅବଶ୍ୟକତା ରହିଛି ବୋଲି ୩୫ ତମ ପିକକ୍ ଶିଶୁମେଳାର ଉଦଘାଟନ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଗୁରୁବାର ସନ୍ଧ୍ୟାରେ ଏକାମ୍ର ହାଟ ମୁକ୍ତାକାଶ ମଞ୍ଚରେ ସ୍ଵଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍) ଦ୍ଵାରା ଆୟୋଜିତ ଶିଶୁମେଳାରେ ଉପସ୍ଥିତ ଅତିଥିମାନେ ପିଲାମାନଙ୍କୁ ଉତ୍ସାହିତ କରିବା ସହ ଶିଶୁମାନେ ନିଜର ଭବିଷ୍ୟତକୁ ସୁଦୃଢ କରିବା ନିମନ୍ତେ ମୁଳରୁ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଛନ୍ତି ।

ପ୍ରତ୍ୟେକଟି ଶିଶୁର ବଞ୍ଚିବାର ଯେମିତି ଅଧିକାର ଅଛି ସେମିତି ପ୍ରତିଟି କ୍ଷେତ୍ରରେ ନିଜର ସ୍ଵପ୍ନକୁ ସାକାର କରିବା ନିମନ୍ତେ ପ୍ରଚେଷ୍ଟା ଜରିରଖିବା ଜରୁରୀ । ତେବେ ଅଭିଭାବକ ମାନେ ନିଜର ଆଶା ଅଭିଲାଷାକୁ ସାକାର କରିବା ପାଇଁ ପିଲାମାନଙ୍କ ଉପରେ ଚାପ ପକାଇବା ବଦଳରେ ସହଯୋଗର ହାତ ବଢାଇବା ଆବଶ୍ୟକ ବୋଲି ଅତିରିକ୍ତ ଶ୍ରମ କମିଶନର ମଦନ ମୋହନ ପାଇକ୍ କହିଥିଲେ ।  

ଭୁବନେଶ୍ଵରର ମେୟର ସୁଲୋଚନା ଦାଶ ପିଲାମାନଙ୍କୁ ଉଦବୋଧନ ଦେଇ ଉତ୍ସାହିତ କରି କହିଥିଲେ ଯେ ପିଲାମାନେ ନିଜ ପାଠ ପଢିବା ସହିତ ତାଙ୍କ ଭିତରେ ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରିବା ପାଇଁ ସୁଯୋଗ ପାଇବା ଆବଶ୍ୟକ । ଅବସରପ୍ରାପ୍ତ ବରିଷ୍ଟ ପ୍ରସାଶକ ତଥା ପୂର୍ବତନ ଶ୍ରମ କମିଶନର ଅଶ୍ଵିନୀ କୁମାର ଦାସ କହିଲେ ଯେ ଭଲ ନାଗରିକ ହେବା ନିମନ୍ତେ ସମସ୍ତ ଶିଶୁ ନିଜର ସ୍ଵପ୍ନକୁ ପୁରଣ କରିବାକୁ  ଚେଷ୍ଟା କରନ୍ତୁ ।

 ବିଶିଷ୍ଟ ଓଡିଆ ଚଳଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ ପିଲାମାନେ ନିଜର ସ୍ଵପ୍ନ କୁ ସାକାର କରିବା ପାଇଁ କାର୍ଯ୍ୟ କରିବା ଆବଶ୍ୟକ, ଅଭିନେତ୍ରୀ ଭୂମିକା ଦାସ ପିଲାମାନଙ୍କୁ ନିଜ ଭିତରର ପ୍ରତିଭାକୁ ଚିହ୍ନିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ଓ ଖେଳାଳି ଅଂଶିକା ରାଉତରାୟ ପିଲାମାନଙ୍କୁ  ନିଜର ମାନସିକ ଶକ୍ତିର ବୃଦ୍ଧି ପାଇଁ କିଛି ସମୟ ଖେଳିବା ଆବଶ୍ୟକ ବୋଲି କହିଥିଲେ ।

ଓଡିଆ ଚଳଚିତ୍ରର ଶିଶୁ କଳାକାର ତଥା ପିକକ୍ ର ଗୁଡୱିଲ ଆମ୍ବାସାଡର  ସୁହାନା କର ଓ ତାପସ କୁମାର ଷଢଙ୍ଗୀ, କହିଲେ ଆମେ ପିଲାମାନେ ଏକ ସୁସ୍ଥ ପୃଥିବୀ ଗଢିବା ନିମନ୍ତେ କଠିନ ପରିଶ୍ରମ କରିବା, ପାଠ ପଢିବା ଓ ସ୍ଵପ୍ନ ଦେଖିବା ଆବଶ୍ୟକ ।

ପିକକ୍ ଶିଶୁମେଳା କମିଟିର  ସଭାପତି  ତଥା ବରିଷ୍ଟ ସାମ୍ବାଦିକ ପ୍ରଦୋଶ ପଟ୍ଟନାୟକ ଉଦଘାଟନ ଉତ୍ସବରେ ଅଧକ୍ଷତା କରିଥିଲେ ।  ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ନିଜ ବକ୍ତବ୍ୟରେ ପ୍ରତ୍ୟେକ ଶିଶୁ ଏକ ସୁରକ୍ଷିତ ଓ ଅନନ୍ଦମୟ ପରିବେଶ ଆବଶ୍ୟକ କରେ ଓ ସେମାନଙ୍କ ପାଇଁ ଏପରି ପରିବେଶ ସୃଷ୍ଟି କରିବା ଆମ ସମସ୍ତଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ । ପିକକ ଡ. ଅଧ୍ୟକ୍ଷା ମୀନାକ୍ଷୀ ପଣ୍ଡା, ନିଜ ବକ୍ତବ୍ୟରେ ପିଲମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପିଲାମାନଙ୍କ ସଫଳତା କାମନା କରିଥିଲେ ।

ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ସ୍ଵାଗତ ଭାଷଣ ଦେଇଥିବା ବେଳେ  ପିକକ୍ ର କୋଷାଧକ୍ଷା ରତ୍ନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଲମ୍ପିୟାନ ଅନୁରାଧା ବିଶ୍ଵାଳ, ଓଡିଶା ସରକାରଙ୍କର ଶ୍ରମ ବିଭାଗର ବରିଷ୍ଟ ବୈଷୟିକ ପରାମର୍ଶଦାତା ଡଃ ଭକ୍ତ ବନ୍ଧୁ ଆଚାର୍ଯ୍ୟ, ରୋଟାରୀ କ୍ଲବ ଭୁବନେଶ୍ବର ୟୁନିକର ସମ୍ପାଦକ ଦେବିଦତ୍ତ ଦାସ, ଭୁବନେଶ୍ବର ର ଇନରହ୍ଵିଲ କ୍ଲବ ୩୪୦୪ ର ଅଧ୍ୟକ୍ଷା ପ୍ରତିମା ନଳିନୀ ପତି ପ୍ରମୁଖ ନିଜ ବକ୍ତବ୍ୟରେ ପିଲାମାନଙ୍କୁ ଶିଶୁ ଦିବସର ଶୁଭେଚ୍ଛା ଜଣେଇବା ସହିତ ସେମାନଙ୍କର ଭବିଷ୍ୟତର ଉନ୍ନତି ପାଇଁ କଠିନ ପରିଶ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ ।      

 ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସଂସ୍କୃତି ବିଭାଗ ସହଯୋଗ କରିଥିଲେ।  ଏହି ଅବସରରେ ଦଶାବତାର ନାଟ୍ୟ  ଶାଳା, ଲକ୍ଷ୍ୟ ଡାନ୍ସ ଗୃପ୍, ଗଣ୍ଡମୁଣ୍ଡା ଉଚ୍ଚ ବିଦ୍ୟାଳୟ, ତପସ୍ୟା ଡାନ୍ସ ଗୃପ୍ ର  ଶିଶୁ କଳାକାର ମାନଙ୍କ ଦ୍ଵାରା ଆକର୍ଷଣୀୟ ସଂସ୍କୃତିକ କାର୍ଯ୍ୟକ୍ରମ ର ପରିଚାଳନା କରଯାଇଥିଲା । ପିକକ୍ ର ଜ୍ୟୋତିଶଙ୍କର ମହାନ୍ତି, ସୁମିତ୍ରା ମହାନ୍ତି,  ଅଳ୍ପନା ଦାସ, ଉପମା ମହାନ୍ତି, ପାଣୁ  ବେହେରା  ପ୍ରମୁଖ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ ।  ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ସନ୍ଧ୍ୟାରେ ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।