ଭୁବନେଶ୍ୱର : ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଆଜି ଅପରାହ୍ନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନିର୍ମାଣ କରାଯାଇଥିବା ନୂତନ ବିଦେଶୀ ବାନର ଖୁଆଡକୁ ଉଦଘାଟନ କରିଛନ୍ତି ।
ବିଶ୍ୱ ବାନର ଜଗତକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂତନ ବିଦେଶୀ ବାନର ଖୁଆଡ ନିର୍ମାଣ କରାଯାଇଛି । ଏହି ପ୍ରାକୃତିକ ଖୁଆଡରେ ବିଶ୍ୱର ସାତ ପ୍ରଜାତିର ବାନର ରଖାଯାଇଛି । ସେଗୁଡିକ ତୁଳା ମୁଣ୍ଡିଆ ଟାମାରିନ, ସୁନେଲି ହାତ ଟାମାରିନ, ସିଆମଙ୍ଗ, କଳାକାନ ମାର୍ମୋସେଟ, ଧଳାକାନ ମାର୍ମୋସେଟ, ଜିଓଫ୍ରେ ମାର୍ମୋସେଟ ଏବଂ ଗୁଣ୍ଡୁଚି ମାଙ୍କଡ । ଏହି ସାତୋଟି ବାନର ପ୍ରଜାତି ମଧ୍ୟରୁ ଚାରଟି ପ୍ରଜାତି ଯଥା- ତୁଳା ମୁଣ୍ଡିଆ ଟାମାରିନ, ସିଆମଙ୍ଗ, ଧଳାକାନ ମାର୍ମୋସେଟ ଓ ଜିଓଫ୍ରେ ମାର୍ମୋସେଟ ଉଦ୍ୟାନରେ ନୂତନ ଆକର୍ଷଣ ଭାବରେ ଯୋଡାଯାଇଛି ।
ଏସ.ଏନ. ମହାନ୍ତି ଗ୍ରୁପ, ବଡବିଲ, କେଉଁଝର ପୋ୍ରସିାହନଦାତାଙ୍କ ମାଧ୍ୟମରେ ଏହି ନୂତନ ପ୍ରଜାତିଗୁଡିକ ସଂଗ୍ରହ କରାଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଖୁଆଡ ସମୂହଟି ୧୩ ହଜାର ୬୬୫ ବର୍ଗ ଫୁଟ ଭୂମିରେ ବିକଶିତ ହୋଇଛି । ଏଥରେ ସାତଟି ପ୍ରାକୃତିକ ପରିବେଶ ବେଷ୍ଟିତ ଖୁଆଡ, ୧୮ଟି ଖାଦ୍ୟଗ୍ରହଣ ଗୃହ, ୧୦ଟି ବ୍ୟାକ୍କ୍ରଲ ଅନ୍ତର୍ଭୁର୍କ୍ତ । ଏହି ବିଦେଶୀ ବାନର ଖୁଆଡ଼ ସମୂହଟି ୧ କୋଟି ୭୫ ଲକ୍ଷ ଟଙ୍କା ବିନିଯୋଗରେ ନିର୍ମାଣ କରାଯାଇଛି । ପର୍ଯ୍ୟର୍ଟକମାନଙ୍କ ସୁବିଧା ପାଇଁ ବାନର ଖୁଆଡ଼ଟିରେ ଉନ୍ନତମାନର ରାସ୍ତା, କାଚବାଡଯୁକ୍ତ ପ୍ରଦର୍ଶନୀ ଖୁଆଡ, ଜଳ ଫୁଆର, ପ୍ରାକୃତିକ ସୌନ୍ଦର୍ଯ୍ୟବେଷ୍ଟିତ କରାଯାଇଛି ।