ଭୁବନେଶ୍ୱର : ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ରାଜ୍ୟ ସରକାର ସମସ୍ତ ବିଭାଗକୁ ବିକଶିତ ଭାରତ ୨୦୪୭ ପାଇଁ ବିକଶିତ ଓଡିଶା ୨୦୩୬ ସକାଶେ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାକୁ ଆଭ୍ୟନ୍ତରୀଣ ବୈଠକ ଏବଂ ବାହ୍ୟ କାର୍ଯ୍ୟକ୍ରମର ଏକ ଅଂଶ କରିବାକୁ କହିଛନ୍ତି ।
ଉନ୍ନୟନ କମିସନର ଅନୁ ଗର୍ଗ ଏ ନେଇ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବଙ୍କୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ବିକଶିତ ଭାରତ ୨୦୪୭ ପାଇଁ ବିକଶିତ ଓଡିଶା ୨୦୩୬\’ ଭିଜନିଂ ଅଭ୍ୟାସ ଚାଲିଛି ଏବଂ ର୍ନିଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ ହେବ ବୋଲି ସେ କହିଛନ୍ତି ।
ଅର୍ଥନୀତି, ଶିଳ୍ପ, ଭିତ୍ତିଭୂମି, ସାମାଜିକ ଓ ମାନବ ବିକାଶ, ସଂସ୍କୃତ ଐତିହ୍ୟ, ବୈଷୟିକ ଜ୍ଞାନକୌଶଳ ଓ ଉଦ୍ଭାବନ, ସୁଶାସନ ଓ ଗ୍ରାମୀଣ ପରିବର୍ତନ ଆଦି ବିଷୟଗତ କ୍ଷେତ୍ରଉପରେ ସମ୍ପୃକ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ/ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୬ଟି ଭିନ୍ନ ଭିନ୍ନ କ୍ଷେତ୍ରୀୟ ଗୋଷ୍ଠୀର ପ୍ରଥମ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇସାରିଛି ବୋଲି ଗର୍ଗ କହିଛନ୍ତି ।
ଭିଜନ ଡକ୍ୟୁମେଣ୍ଟଣ୍ଟପ୍ରସ୍ତୁତି ପାଇଁ ସମଗ୍ର ସରକାରୀ ଆଭିମୁଖ୍ୟ ସହ ମିଳିତ ଭାବରେ କାର୍ଯ୍ୟ କରିବା ଏକ ଅନନ୍ୟ ସୁଯୋଗ । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ଏହି ଦସ୍ତାବିଜ ଅଧିକ ଆକାଂକ୍ଷୀ ହେବା ଆବଶ୍ୟକ ବୋଲି ଡିସି କହିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ନାଗରିକ, ନାଗରିକ ସଂଗଠନ, ନୀତି ନିର୍ଦ୍ଧାରକ, ଶିକ୍ଷାବିତ, ସାର୍ବଜନୀନ ବୁଦ୍ଧିଜୀବୀ, ଥିଙ୍କଟ୍ୟାଙ୍କ, ବ୍ୟବସାୟ ଓ ଶିଳ୍ପ ନେତୃବୃନ୍ଦଙ୍କ ଠାରୁ ମତାମତ ନେବା ପାଇଁ ଖୁବ୍ ଶୀଘ୍ର ଏକ ୱେବ୍ ପୋର୍ଟାଲ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ସେ ସୂଚନା ଦେଇଥିଲେ ।
ତେଣୁ ବିଭାଗର ସମସ୍ତ ଆଭ୍ୟନ୍ତରୀଣ ବୈଠକରେ ବିଭାଗର ମୁଖ୍ୟ, ଜିଲ୍ଲା ଓ ଉପଜିଲ୍ଲାସ୍ତରୀୟ ଅଧିକାରୀ, ପିଏସୟୁ, ସ୍ୱୟଂଶାସିତ ସଂସ୍ଥା, ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ସ୍ୱୟଂଶାସିତ ସଂସ୍ଥା ଏବଂ ନାଗରିକ ସମାଜ ସଂଗଠନ ଏବଂ ଶିଳ୍ପ ସଂସ୍ଥାର ପ୍ରତିନିଧି ସଂସ୍ଥାମାନଙ୍କ ସହ ବାହ୍ୟ ଯୋଗାଯୋଗ ପାଇଁ ବିଭାଗର ସମସ୍ତ ଆଭ୍ୟନ୍ତରୀଣ ବୈଠକରେ ବିକଶିତ ଭାରତ ୨୦୪୭ ବିକାଶିତ ଓଡିଶା ୨୦୩୬ ଅନ୍ୟତମ ଏଜେଣ୍ଡା ଆଇଟମ୍ ଭାବେ ରଖିବାକୁ ଶ୍ରୀମତି ଗର୍ଗ ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ଅନୁରୋଧ କରିଥିଲେ ।
ଓଡ଼ିଶା ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଅର୍ଥନୀତି ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି । ଏହାର ସ୍ୱତନ୍ତ୍ର ଶକ୍ତିର ଫାଇଦା ଉଠାଇବା ଏବଂ ଏହାର ବିକଶିତ ଆହ୍ୱାନର ମୁକାବିଲା ପାଇଁ ବିକଶିତ ଓଡିଶା ୨୦୩୬ ପାଇଁ ବିକଶିତ ଭାରତ ୨୦୪୭ ପାଇଁ ଏକ ଲକ୍ଷ୍ୟଯୁକ୍ତ ଅଭ୍ୟାସ କରାଯାଉଛି ।
ନିରନ୍ତର ଅଭିବୃଦ୍ଧି, ବୈଷୟିକ ଉଦ୍ଭାବନ ଏବଂ ସାମାଜିକ ଅନ୍ତର୍ଭୁକ୍ତୀକରଣ ଦ୍ୱାରା ପରିଚିତ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ବିକଶଇତ ଭାରତର ଲକ୍ଷ୍ୟ ରହିଛି ।
ଏହି କାର୍ଯ୍ୟକୁ ଆଗକୁ ବଢ଼ାଇବା ପାଇଁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଉନ୍ନୟନ କମିସନର ଅନୁ ଗର୍ଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ଭନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଇସ୍ପାତ ଓ ଖଣି ବିଭାଗ, ପର୍ଯ୍ୟଟନ ବିଭାଗ ସଚିବ, ଶିଳ୍ପ ବିଭାଗ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଓ ଅର୍ଥ ବିଭାଗର ପ୍ରମୁଖ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ଓ ସଚିବମାନଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପରିଚାଳନା କମିଟି ଗଠନ କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଦସ୍ୟ ଭାବେ କାର୍ଯ୍ୟ କରୁଛି । ଯୋଜନା ଓ ସମନ୍ୱୟ ବିଭାଗର ସ୍ୱତନ୍ତ୍ର ସଚିବ ଏହି କମିଟିର ଆବାହକ ସଦସ୍ୟ ଅଛନ୍ତି ।
୨୦୩୬ ରେ ରାଜ୍ୟ ଗଠନର ୧୦୦ ତମ ବର୍ଷ ଏବଂ ୨୦୪୭ (ଭାରତର ସ୍ୱାଧୀନତାର ୧୦୦ ବର୍ଷ) ପାଇଁ ରାଜ୍ୟ ପାଇଁ ଏକ ଭିଜନ ଡକ୍ୟୁମେଣ୍ଟଣ୍ଟପ୍ରସ୍ତୁତ କରିବା, ନିଜର କାର୍ଯ୍ୟ ପ୍ରଣାଳୀ ପ୍ରସ୍ତୁତ କରିବା ଏବଂ ସମୟ ବ୍ୟବଧାନରେ ବୈଠକ କରିବା ପାଇଁ ଷ୍ଟିୟରିଂ କମିଟି ନିର୍ଦ୍ଦେଶ ଓ ମାର୍ଗଦର୍ଶନ ପ୍ରଦାନ କରିବ । କମିଟି ବିଶିଷ୍ଟ ନାଗରିକ, ପୂର୍ବତନ ମୁଖ୍ୟ ଶାସନ ସଚିବ, ପ୍ରବାସୀ ଓଡ଼ିଆଙ୍କ ସମେତ ଅନ୍ୟ ଅଧିକାରୀ ଓ ବିଶେଷଜ୍ଞମାନଙ୍କୁ ଉପଯୁକ୍ତ ମନେ ହେଉଥିବା ବୈଠକରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିପାରେ । (ତଥ୍ୟ)