Home Assembly ନଭେମ୍ବର ୨୬ରୁ ଶୀତ ଅଧିବେଶନ

ନଭେମ୍ବର ୨୬ରୁ ଶୀତ ଅଧିବେଶନ

ଭୁବନେଶ୍ବର : ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୨୬ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହି ଅଧିବେଶନରେ ୩୦ଟି କାର୍ଯ୍ୟଦିବସ ରହିବ। ପ୍ରଥମ ଦିନ (ନଭେମ୍ବର ୨୬) ରେ ୨୦୨୪-୨୫ ପାଇଁ ସପ୍ଲିମେଣ୍ଟାରୀ ବଜେଟ୍ ଉପସ୍ଥାପିତ ହେବ ଏବଂ ଡିସେମ୍ବର ୫ରେ ବିନିଯୋଗ ବିଲ୍ ଉପସ୍ଥାପନ କରାଯିବ । ଅନୁଦାନ ଦାବି ଉପରେ ଡିସେମ୍ବର ୨, ୩ରୁ ୪ ପର୍ଯ୍ୟନ୍ତ ତିନି ଦିନ ଆଲୋଚନା ହେବ ।

ଗତ ବର୍ଷ ସେପ୍ଟେମ୍ବର ରେ ବିଜେଡି ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨୮,୨୦୦ କୋଟି ଟଙ୍କାର ସପ୍ଲିମେଣ୍ଟାରୀ ବଜେଟ୍ ବିଧାନସଭାରେ ଉପସ୍ଥାପନ କରିଥିଲେ। ଏଥର ଏହା ୩୦ ହଜାର କୋଟି ଟପିବ ବୋଲି କୁହାଯାଉଛି।  

ଅସ୍ଥାୟୀ କ୍ୟାଲେଣ୍ଡର ଅନୁଯାୟୀ ସରକାରୀ କାର୍ଯ୍ୟ ପାଇଁ ଅତି କମରେ ୨୦ ଦିନ ଏବଂ ବେସରକାରୀ ସଦସ୍ୟ ବ୍ୟବସାୟ (ବିଲ୍ ଏବଂ ସଂକଳ୍ପ) ପାଇଁ ୫ ଦିନ ସମୟ ଦିଆଯିବ।

ଡିସେମ୍ବର ୨୫ ରେ ଖ୍ରୀଷ୍ଟମାସ ଅବସରରେ ବିଧାନସଭା ବନ୍ଦ ରହିବ । ନଭେମ୍ବର ୨୬ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ସମସ୍ତ ରବିବାର ଗୃହ ବନ୍ଦ ରହିବ ।