Home News in Odia ଧାନ ଟ୍ରକରେ ଲାଗିବ ଟ୍ରାକିଂ ଡିଭାଇସ

ଧାନ ଟ୍ରକରେ ଲାଗିବ ଟ୍ରାକିଂ ଡିଭାଇସ

କଟକ : ଚଳିତ ବର୍ଷ ରାଜ୍ୟରେ ୮୬ ଲକ୍ଷ ଟନ ଧାନ କିଣା ପାଇଁଲକ୍ଷ୍ୟ ରହିଛି। ଧାନ କିଣା ପ୍ରକ୍ରିୟାରେ ପରିବହନ ବ୍ୟବସ୍ଥାକୁ ସୁସଙ୍ଗଠିତ କରିବା ଦିଗରେ ତଥା ମଣ୍ଡିରେ ଧାନ ଲୋଡିଂଓ ମିଲରେ ଅନଲୋଡିଂରେ ହେଉଥିବା ଅହେତୁକ ବିଳମ୍ବରେ ସୁଧାର ଆଣିବାକୁ ରାଜ୍ୟ ପରିବହନ ଆୟୁକ୍ତ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରିଛନ୍ତି।ନଭେମ୍ବର ୧୫ ସୁଦ୍ଧା ପ୍ରତି ମାଲିକ ଟ୍ରକରେ ଭେହିକଲ ଲୋକେସନଟ୍ରାକିଂ ଡିଭାଇସ ଲଗାଇବାକୁ ଆୟୁକ୍ତପରାମର୍ଶ  ଦେଇଛନ୍ତି।

ଧାନ କିଣା ପ୍ରକ୍ରିୟାରେ ପରିବହନ ବ୍ୟବସ୍ଥାକୁ ସୁସଙ୍ଗଠିତ କରିବା ଦିଗରେ ରାଜ୍ୟ ପରିବହନଆୟୁକ୍ତ ଅମିତାଭ ଠାକୁର ଓଡ଼ିଶାରାଜ୍ୟଖାଦ୍ୟଯୋଗାଣ ନିଗମ, ଟ୍ରକ ମାଲିକ ସଂଘ ଏବଂପରିବହନଠିକାଦାରମାନଙ୍କ ସହ କଟକସ୍ଥ କାର୍ଯ୍ଯାଳୟରେଆଲୋଚନା କରିଛନ୍ତି।ନଭେମ୍ବର ଶେଷଭାଗରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବାବେଳେ ଟ୍ରକ ମାଲିକ ଠିକଦାରମାନେ ଯେପରି ସୁରୁଖୁରୁରେ ଧାନପରିବହନ କରିପାରିବେ ସେ ଦିଗରେ ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁର କିଛି ପ୍ରସ୍ତାବ ଦେଇଛନ୍ତି।

ଧାନ ପରିବହନ ପାଇଁଓଡ଼ିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ଟେଣ୍ଡର ଜାରି କରିବ। ଏହି ପ୍ରକ୍ରିୟାରେ ଯେପରି ଅଧିକରୁ ଅଧିକ ଟ୍ରକ ମାଲିକ ସାମିଲ ହୋଇପାରିବେ ସେ ଦିଗରେ ଆଗୁଆ ପଦକ୍ଷେପ ନେବାକୁ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଧାନ ପରିବହନରେ ଟ୍ରକ ମାଲିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନସମସ୍ୟାର ସମାଧାନ ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା।ରାଜ୍ୟ ଖାଦ୍ୟଯୋଗାଣ ନିଗମର ମୁଖ୍ୟ ପରିଚାଳକ ସୁଧାକର ସାହୁ ଟେଣ୍ଡରର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଧାନ କିଣାରେ କଟନୀ ଛଟନୀ ବାଦ ଦେବାକୁ ମିଲରଙ୍କ ପ୍ରତିନିଧି ମଣ୍ଡିରେ ରହିବେ ଓ ଧାନ ଲୋଡିଂକରାଇବେ, ଟ୍ରକ ଡ଼ାଲାରେ ଯେପରି ପାଲ ପଡିବ ତଥା ଲୋଡିଂପରେ ସିଲ ହେବ ତାହା ସୁନିଶ୍ଚିତ କରିବେ ବୋଲି ପରିବହନ ଆୟୁକ୍ତ ଶ୍ରୀ ଠାକୁରପ୍ରସ୍ତାବ ଦେଇଛନ୍ତି।

ଟ୍ରକରେ ଭେହିକଲ ଲୋକେସନ ଟ୍ରାକିଂ ଡିଭାଇସ ଲଗାଇଲେ ଅନଲୋଡିଂରେ ହେଉଥିବା ବିଳମ୍ବର ସମାଧାନ ହୋଇପାରିବ।ଇଏମଡି ଅନୁପାତ ତିନି ପ୍ରତିଶତ କରିବା, ଯୋଗ୍ୟତା ପାଇଁ ପରିବହନ ଅଭିଜ୍ଞତା କମ ରଖିବା ଆଦି ଟେଣ୍ଡରଧାରାକୁ କୋହଳ କିମ୍ବା ସଂଶୋଧନ କରିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ନିଗମକୁ ଶ୍ରୀ ଠାକୁର ପ୍ରସ୍ତାବ ଦେଇଛନ୍ତି। ବୈଠକରେ ସମସ୍ତ ବରିଷ୍ଠ ଅଧିକାରୀ ତଥା ଓଡ଼ିଶାଟ୍ରକ ମାଲିକ ଫେଡେରେଶନରୁ ସାଧାରଣ ସମ୍ପାଦକ ରବି ଶତପଥୀ, ଓଡ଼ିଶା ଟ୍ରକ ମାଲିକସଂଘରୁ ସଭାପତି ଶରତ ଚନ୍ଦ୍ର ପ୍ରଧାନ ତଥା ବହୁ ପରିବହନ ଠିକାଦାରବୈଠକରେ ସାମିଲ ହୋଇଥିଲେ।