Home Administration ବଦଳିବ ସରକାରୀ କୋଠାର ରଙ୍ଗ

ବଦଳିବ ସରକାରୀ କୋଠାର ରଙ୍ଗ

ଭୁବନେଶ୍ୱର :  ବିଜେପି ସରକାର ରାଜ୍ୟର ବିଭିନ୍ନ ସରକାରୀ କୋଠା ଓ କାର୍ଯ୍ୟାଳୟର ରଙ୍ଗ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି।

ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବିଭିନ୍ନ ବିଭାଗ ସହ ଆଲୋଚନା ପରେ ସରକାରୀ କୋଠା ପାଇଁ  ରଙ୍ଗ ଚୂଡ଼ାନ୍ତ କରାଯାଇଛି।  

ମୌସୁମୀ ଋତୁ ସରିବା ପରେ ସରକାର ସରକାରୀ କୋଠାଗୁଡ଼ିକୁ ନୂଆ ରଙ୍ଗ ଦେବେ ବୋଲି ସେ କହିଛନ୍ତି।

ବାହ୍ୟ କାନ୍ଥରେ କମଳା ରଙ୍ଗ ରଖାଯାଇଥିବା ବେଳେ ଧଡିଗୁଡିକୁ ଲାଲ ରଙ୍ଗ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।

ଇଆଇସି-କମ-ସ୍ୱତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ପାଢ଼ୀ ଆଜି ଏ ନେଇ ମୁଖ୍ୟ ଯନ୍ତ୍ରୀ (ସିଭିଲ-କମ-ରୋଡ୍ସ), ଇଞ୍ଜିନିୟର-ଇନ୍-ଚିଫ୍ (ଡିପିକ୍ୟୁ), ଓବି ଆଣ୍ଡସିସି ଲିମିଟେଡ୍, ଭୁବନେଶ୍ୱରର ଇଞ୍ଜିନିୟର-ଇନ୍-ଚିଫ୍-କମ-ଏମଡି ଏବଂ ପୂର୍ତ୍ତ ବିଭାଗ ଅଧୀନରେ ଥିବା ସମସ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ନିୟମିତ ମରାମତି ଓ ନବୀକରଣ କାର୍ଯ୍ୟ ସମୟରେ ସମସ୍ତ ନୂତନ ସରକାରୀ କୋଠା ଏବଂ ବିଦ୍ୟମାନ କୋଠାଗୁଡ଼ିକ ପାଇଁ ସମାନ ରଙ୍ଗ କୋଡ୍ ଗ୍ରହଣ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।