Home News in Odia ଏସ୍‍ ଦେବଦତ୍ତ ସିଂହ ନୂଆ ପୁଲିସ୍‍ କମିଶନର

ଏସ୍‍ ଦେବଦତ୍ତ ସିଂହ ନୂଆ ପୁଲିସ୍‍ କମିଶନର

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇପିଏସ୍‍ ଅଫିସର ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ୧୯୯୮ ବ୍ୟାଚ୍‍ ସୁରେଶ ଦେବଦତ୍ତ ସିଂହଙ୍କୁ ପୁଲିସ୍‍ କମିଶନର ଭାବେ ବଦଳି କରାଯାଇଥିବାବେଳେ ପୁଲିସ୍‍ କମିଶନର ସଞ୍ଜୀବ ପଣ୍ଡାଙ୍କୁ ରାଜ୍ୟ ସରକାର ବିଜୁ ପଟ୍ଟନାୟକ ପୁଲିସ୍‍ ତାଲିମ କେନ୍ଦ୍ରର ନିର୍ଦ୍ଦେଶକ ଭାବେ ବଦଳି କରିଛନ୍ତି ।

ସେହିଭଳି ୧୯୮୮ ବ୍ୟାଚ୍‍ ଆଇପିଏସ୍‍ ଏ କେ ରାୟଙ୍କୁ ଜେଲ୍‍ ବିଭାଗର ମହାନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବାବେଳେ ଗୃହ ବିଭାରେ ଓଏସ୍‍ଡି ଥିବା ୧୯୮୯ ବ୍ୟାଚ୍‍ ଆଇପିଏସ୍‍ ଏସ ଏମ ନରଭଣେଙ୍କୁ କଟକ ସ୍ଥିତି ସରକାରୀ ଛାପାଖାନାର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।

୧୯୯୩ ବ୍ୟାଚ୍‍ ଆଇପିଏସ୍‍ ବିନୟତୋଷ ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚର ଏଡିଜି ଭାବେ ବଦଳି କରାଯାଇଥିବାବେଳେ ୧୯୯୩ ବ୍ୟାଚ୍‍ ଆଇପିଏସ୍‍ ଆର ପି କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ପୁଲିସ ମୁଖ୍ୟାଳୟରେ ଥିବା ୧୯୯୫ ବ୍ୟାଚ୍‍ ଆଇପିଏସ୍‍ ରାଧା କ୍ରିଷ୍ଣ ଶର୍ମାଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିବାବେଳେ ଗୁଇନ୍ଦା ନିର୍ଦ୍ଦେଶକ ଥିବା ୧୯୯୫ ବ୍ୟାଚ୍‍ ଆଇପିଏସ୍‍ ସୌମେନ୍ଦ୍ର ପ୍ରିୟଦଶାଙ୍କୁ ପୁଲିସ ଆଧୁନିକୀକରଣର ମହାନିର୍ଦ୍ଦେଶକ ଭାବେ ବଦଳି ହୋଇଛି ।

୧୯୯୫ ବ୍ୟାଚ୍‍ ଆଇପିଏସ୍‍ ସନ୍ତୋଷ ବାଲାଙ୍କୁ ରାଜ୍ୟ ଫେରୋନସିକ୍‍ ଲାବରୋଟାରୀ ଏବଂ ଏସସିଆରବିର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବାବେଳେ କ୍ରାଇମବ୍ରାଞ୍ଚ ଏଡିଜି ଥିବା ୧୯୯୬ ବ୍ୟାଚ୍‍ ଆଇପିଏସ୍‍ ଅରୁଣ ବୋଥ୍ରାଙ୍କୁ ରେଳବାଇ ଏବଂ ତଟରକ୍ଷର ବାହିନୀକୁ ବଦଳି କରାଯାଇଛି ।

୧୯୯୮ ବ୍ୟାଚ୍‍ ଆଇପିସଏସ୍‍ ଦୟାଲ ଗଙ୍ଗୱାରଙ୍କୁ ପୁଲିସ୍‍ ମୁଖ୍ୟାଳୟକୁ ବଦଳି କରାଯାଇଥିବାବେଳେ ୧୯୯୮ ବ୍ୟାଚ୍‍ ଆଇପିଏସ୍‍ ରାଜେଶ କୁମାରଙ୍କୁ ରାଜ୍ୟ ସଶସ୍ତ୍ର ବାହିନୀର ଏଡିଜିପି ଭାବେ ବଦଳି ହୋଇଛି । ୨୦୦୧ ବ୍ୟାଚ୍‍ ଆଇପିଏସ୍‍ ଏସ ସାଇନିଙ୍କୁ ସିଏଡବ୍ଲୁ ଏବଂ ସିଡବ୍ଲୁକୁ ବଦଳି କରାଯାଇଛି । ପୂର୍ବରୁ ସେ ଏହି ଦାୟିତ୍ୱରେ ଅତିରିକ୍ତ ଭାବେ ଥିଲେ । ୨୦୦୩ ବ୍ୟାଚ୍‍ ଆଇପିଏସ୍‍ ସଞ୍ଜୟ କୁମାର କୌଶଳଙ୍କୁ ଭିଜିଲାନ୍ସ ଆଇଜି ଭାବେ ବଦଳି କରାଯାଇଥିବାବେଳେ ୨୦୦୪ ବ୍ୟାଚ୍‍ ଆଇପିଏସ୍‍ ଦୀପକ କୁମାରଙ୍କୁ ଅଗ୍ନିଶମ ଓ ଗୃହରକ୍ଷୀ ଆଇଜି ଭାବେ ବଦଳି ହୋଇଛି ।

୨୦୦୫ ବ୍ୟାଚ୍‍ ଆଇପିଏସ୍‍ ଜୟ ନାରାୟଣ ପଙ୍କଜଙ୍କୁ ଆଇଜି ଅପରେସନ ଭାବେ ବଦଳି କରାଯାଇଥିବାବେଳେ ୨୦୦୬ ବ୍ୟାଚ୍‍ ଆଇପିଏସ୍‍ ଅନୁପ କୁମାର ସାହୁଙ୍କୁ ବିଜୁ ପଟ୍ଟନାୟକ ପୁଲିସ୍‍ ତାଲିମ କେନ୍ଦ୍ରକୁ ବଦଳି କରାଯାଇଛି । ୨୦୦୭ ବ୍ୟାଚ୍‍ ଆଇପିଏସ୍‍ ଅଶ୍ୱିନି କୁମାର ଏସଏପି ର ଡିଆଇଜି ଭାବେ ବଦଳି କରାଯାଇଥିବାବେଳେ ୨୦୦୭ ବ୍ୟାଚ୍‍ ଆଇପିଏସ୍‍ ସାର୍ଥକ ଷଡଙ୍ଗୀଙ୍କୁ ବ୍ରହ୍ମପୁର ଡିଆଇଜି, ୨୦୦୭ ବ୍ୟାଚ୍‍ ଆଇପିସଏସ୍‍ ନୀତି ଶେଖରଙ୍କୁ କୋରାପୁଟ ଡିଆଇଜି ଭାବେ ବଦଳି କରାଯାଇଛି ।

୨୦୦୮ ବ୍ୟାଚ୍‍ ଆଇପିଏସ୍‍ ଡକ୍ଟର ଉମାଶଙ୍କର ଦାଶଙ୍କୁ ଅତିରିକ୍ତ ପୁଲିସ୍‍ କମିଶନର ଭାବେ ବଦଳି କରାଯାଇଥିବାବେଳେ ୨୦୦୮ ବ୍ୟାଚ୍‍ ଆଇପିଏସ୍‍ ଆର ପ୍ରକାଶଙ୍କୁ କ୍ରାଇମବ୍ରାଞ୍ଚ ଡିଆଇଜି ଭାବେ ବଦଳି କରାଯାଇଛି । ୨୦୦୮ ବ୍ୟାଚ୍‍ ଆଇପିଏସ୍‍ ସତ୍ୟଜିତ୍‍ ନାୟକଙ୍କୁ ଡିଆଇଜି ବାଲେଶ୍ୱର ବଦଳି କରାଯାଇଥିବାବେଳେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୦୮ ବ୍ୟାଚ୍‍ ଆଇପିଏସ୍‍ ଅଖିଳେଶ୍ୱର ସିଂହଙ୍କୁ ଡିଆଇଜି ଅପରେସନ ଦାୟିତ୍ୱ ଦିଆଯାଇଛି ।

୨୦୦୯ ବ୍ୟାଚ୍‍ ଆଇପିଏସ୍‍ ବ୍ରିଜେଶ କୁମାର ରାୟଙ୍କୁ ରାଉକେଲା ଡିଆଇଜି ଭାବେ ବଦଳି କରାଯାଇଥିବାବେଳେ ୨୦୦୯ବ୍ୟାଚ୍‍ ଆଇପିଏସ୍‍ ଚରଣ ସିଂହ ମିନାଙ୍କୁ କେନ୍ଦ୍ରୀୟ ଡିଆଇଜି ଏବଂ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୧୦ବ୍ୟାଚ୍‍ ଆଇପିଏସ୍‍ ପାରୁଲ ଗୁପ୍ତାଙ୍କୁ ଡିଆଇଜି କମ୍ପ୍ୟୁଟର ଦାୟିତ୍ୱ ପ୍ରଦାନ କରାଯାଇଛି ।