Home General କୋହଳ ହେଲା ସୁଭଦ୍ରା ପଞ୍ଜିକରଣ

କୋହଳ ହେଲା ସୁଭଦ୍ରା ପଞ୍ଜିକରଣ

ଭୁବନେଶ୍ୱର : ଆଜି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ପୁରୀ ଶ୍ରୀକ୍ଷେତ୍ର କଲୋନିସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ଖୋଲାଯାଇଥିବା ‘ସୁଭଦ୍ରା’ ସହାୟତା କେନ୍ଦ୍ର ପରିଦର୍ଶନ କରିବାପରେ ପଞ୍ଜିକରଣ ନିମୟରେ କିଛିଟା କୋହଳ ହୋଇଛି ।

ତଦନୁଯାୟୀ ‘ସୁଭଦ୍ରା’ ଫର୍ମ ଦାଖଲ କରିବା ପାଇଁ ଆଧାର ସହିତ ମୋବାଇଲ୍‌ ନମ୍ବର ଲିଙ୍କ୍‌ ହୋଇନଥିଲେ ମଧ୍ୟ ବାୟୋମେଟ୍ରିକ ପଦ୍ଧତିରେ ଆଧାର ପ୍ରାମାଣୀକରଣ କରାଯାଇପାରିବ । ଏଣୁ ବିନା ମୋବାଇଲ୍‌ ନମ୍ବର ଲିଙ୍କରେ ମଧ୍ୟ ଆବେଦନ ପତ୍ର ପୂରଣ ଓ ପଂଜୀକରଣ କରାଯାଇପାରିବ ।

କୌଣସି ହିତାଧିକାରୀ ଯେପରି ଏହି ଯୋଜନାରୁ ବାଦ୍‌ ନପଡ଼ନ୍ତି ସେଥି ପ୍ରତି ସଜାଗ ରହିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସୁଭଦ୍ରା ଯୋଜନା ନେଇ ଜନସାଧାରଣଙ୍କ ସନ୍ଦେହମୋଚନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ହେଲ¬ଲାଇନ ନମ୍ବର-୧୪୬୭୮ ଜାରି କରାଯାଇଛି । ଏହା ସତ୍ତେ୍ୱ ଆଧାର-ମୋବାଇଲ୍‌ ସଂଯୋଗୀକରଣ ଏବଂ ଫର୍ମ ଦାଖଲର ଶେଷ ତାରିଖ ନେଇ ଜନସାଧାରଣଙ୍କ ମନରେ ସନ୍ଦେହ ରହିଥିବାର ଲକ୍ଷ୍ୟ କରାଯାଇଛି ।

ରାଜ୍ୟର ସମସ୍ତ ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ରରେ ‘ସୁଭଦ୍ରା’ ଯୋଜନାର ଫର୍ମ ଉପଲବ୍ଧ କରାଯାଉଛି । ପଂଜୀକରଣର କୌଣସି ଶେଷ ତାରିଖ ନିର୍ଦ୍ଧାରିତ ହୋଇନଥିବାରୁ ଆବେଦନକାରୀମାନେ ବ୍ୟସ୍ତବିବ୍ରତ ନହେବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଚଳିତ ମାସ ୧୭ ତାରିଖ ଦିନ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ସେପେଫମ୍ବର ୪ (ବୁଧବାର)ଠାରୁ ଅନ୍‌ଲାଇନ୍‌ରେ ଫର୍ମ ପଂଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପ୍ରଥମ ଦୁଇଘଣ୍ଟାରେ ୮୦ ହଜାରରୁ ଊଦ୍ଧ୍ୱର୍ ଫର୍ମ ପଂଜୀକୃତ ହୋଇଛି ଏବଂ ଏହି ଫର୍ମ ପଂଜୀକରଣ ପ୍ରକ୍ରିୟା ଜାରି ରହିଛି ।

ରାଜ୍ୟ ସରକାରଙ୍କ ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାର ସଫଳ ରୂପାୟନ ନିମନ୍ତେ ବ୍ୟାପକ ଜନସଚେତନତା ସୃଷ୍ଟି ସହ ଯୋଗ୍ୟ ହିତାଧିକାରୀମାନଙ୍କୁ ଯୋଜନାରେ ସାମିଲ କରିବା ନିମନ୍ତେ କ୍ଷେତ୍ର ସ୍ତରରେ ବ୍ୟାପକ ପ୍ରୟାସ ଜାରି ରଖିବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।