Home General କ୍ୟାଟରିଂ ବ୍ୟବସାୟକୁ ଉଦ୍ୟୋଗ ମାନ୍ୟତା ଦାବି

କ୍ୟାଟରିଂ ବ୍ୟବସାୟକୁ ଉଦ୍ୟୋଗ ମାନ୍ୟତା ଦାବି

ଭୁବନେଶ୍ୱର  : ଖୋର୍ଦ୍ଧା ଜିଲ୍ଲା କ୍ୟାଟରିଂ ଆସୋସିଏସନ୍ ର ଆଜି ବାର୍ଷିକ ସାଧାରଣ ସଭା ସହ ସାଧାରଣ ନିର୍ବାଚନ ସମ୍ପନ୍ନ ହୋଇଛି। ଉକ୍ତ ସଭାରେ ଖୋର୍ଦ୍ଧା ଜିଲ୍ଲା ର ୧୫୦ ରୁ ଉର୍ଦ୍ଧ କ୍ୟାଟରିଂ ବ୍ୟବସାୟୀ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଓ ତା ର ଯଥାବିଧି ସମାଧାନ  ଉପରେ ଆଲୋକପାତ କରିଥିଲେ।

କ୍ୟାଟରିଂ ଆସୋସିଏସନ୍ ଅଫ ଓଡ଼ିଶା ର ଅଧକ୍ଷ, ଅନୁପ କୁମାର ବାଗାଇ, ସଭାପତି, ବିନୟ ଭୂଷଣ ପଟ୍ଟନାୟକ ଓ ସମ୍ପାଦକ,  ଦେବୀ ପ୍ରସାଦ ରଥ ପ୍ରମୁଖ ଅତିଥି ରୂପେ ଉପସ୍ଥିତ ଥିଲେ। କ୍ୟାଟରିଂ ବ୍ୟବସାୟକୁ ଉଦ୍ୟୋଗ ର ମାନ୍ୟତା ଦେବା ପାଇଁ ସଂଘ ର ସଭ୍ୟମାନେ ଦାବି ଜଣାଇଥିଲେ।  ସମ୍ମାନୀୟ ଅତିଥି ରୂପେ ଓସଏମଇ,  ର ସାଧାରଣ ସମ୍ପାଦକ ସାତ୍ତ୍ୱିକ ସ୍ୱାଇଁ  ଓ ଶମ୍ଭୁନାଥ ପଟ୍ଟନାୟକ ଉପସ୍ଥିତ ରହିଥିଲେ।

ଆଗାମୀ ଦୁଇ ବର୍ଷ ପାଇଁ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ରେ ଅଶ୍ଵିନୀ କୁମାର ମହାପାତ୍ର ସଭାପତି, ତଥା ସୁଶାନ୍ତ କୁମାର ଦାସ ଓ ଦୀପକ କୁମାର ସିଂହ ଉପ ସଭାପତି, ବୃନ୍ଦାବନ ମିଶ୍ର ସାଧାରଣ ସମ୍ପାଦକ, ରବୀନ୍ଦ୍ର କୁମାର ପାତ୍ର କାର୍ଯକାରୀ ସମ୍ପାଦକ, ଶ୍ରୀକାନ୍ତ ପଟ୍ଟନାୟକ ଓ ସଞ୍ଜୟ କୁମାର ପଣ୍ଡା ଯୁଗ୍ମ ସମ୍ପାଦକ, ନିଶିଥ କୁମାର ସାହୁ କୋଷାଧ୍ୟକ୍ଷ ରୂପେ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ସଂଘ ର ଉପଦେଷ୍ଟା ରୂପେ ପ୍ରବୋଧ କୁମାର ଦାସ ଓ ସୁଶାନ୍ତ କୁମାର ମିଶ୍ର କାର୍ଯ ତୁଲାଇବେ। ସଭା ଶେଷରେ ବରିଷ୍ଠ ସଭ୍ୟ ଗୁରୁ ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।