Home Health ଉପର ମୁହାଁ ହେଉଛି କରୋନା

ଉପର ମୁହାଁ ହେଉଛି କରୋନା

ଭୁବନେଶ୍ୱର : କିଛି ଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ଦୁଇ ଅଙ୍କରେ ରହିବାପରେ ଆଜି ତିନିଅଙ୍କରେ ପହଞ୍ଚିଛି । ଆଜି ଗୋଟିଏ ଦିନରେ ୨୨ ଜିଲ୍ଲାରୁ ୧୧୦ ନୂଆ କରୋନା ରୋଗୀ ଚିହ୍ନଟ ହେବାପରେ କରୋନା ସଂକ୍ରମଣ ଉପରମୁହାଁ ହୋଇଥିବା ଲକ୍ଷ୍ୟ କରାଯାଇଛି ।

ଚିହ୍ନଟ ୧୧୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୨୦ଜଣ ଚିହ୍ନଟ ହୋଇଥିବାବେଳେ ଖୋରଧାରୁ ୧୫, ନୂଆପଡା ଓ ମୟୁରଭଞ୍ଜରୁ ୯ଜଣ କରି, ସୁନ୍ଦରଗଡରୁ ୭, ଅନୁଗୁଳରୁ ଓ ଗଞ୍ଜାମରୁ ୬କରି, ଯାଜପୁରରୁ ୫, ସମ୍ବଲପୁର, ଝାରସୁଗୁଡା, ଓ ବରଗଡରୁ ୪କରି, ପୁରୀ,ରୁ ୩, ବାଲେଶ୍ୱର, ଦେବଗହ, ଜଗତ୍‍ସିଂହପୁର, କଳାହାଣ୍ଡି ଓ ନବରଙ୍ଗପୁରରୁ ୨ଜଣ କରି ଏବଂ ରାୟଗଡା, କୋରାପୁଟ, କନ୍ଧମାଳ, ଢେଙ୍କାନାଳ ଓ ଭଦ୍ରକରୁ ଜଣେ କରି ଚିହ୍ନଟ ହୋଇଛନ୍ତି ।

୧୧୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୫୯୯ ରେ ପହଞ୍ଚିଛି । ଇତି ମଧ୍ୟରେ ରାଜ୍ୟରେ ୮୭,୩୬,୬୮୯ ଜଣଙ୍କର କରୋନା ପରୀକ୍ଷା ହୋଇଥିବାବେଳେ ଏବେ ବି ରାଜ୍ୟରେ ୭୦୫ଜଣ ସକ୍ରିୟ ରୋଗୀ ରହିଛନ୍ତି ।

ତେବେ କଟକର ଗୋଟିଏ ଶିକ୍ଷାନୁଷ୍ଠାନରୁ ଲଗାତାର କରୋନା ସଂକ୍ରମିତ ଚିହ୍ନଟ ହେବାପରେ କର୍ତ୍ତୃପକ୍ଷ ତାହାକୁ ୧୦ଦିନ ପାଇଁ ବନ୍ଦ କରିଛନ୍ତି । ସେହିଭଳି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକରେ ଦୋଳ ଓ ହୋଲିପର୍ବ ଉପରେ ସରକାର କଟକଣା ଜାରି କରିଛନ୍ତି । ଲୋକେ ନିଜ ନିଜ ଘରେ ହୋଲି ପାଳନ ପାଇଁ ପରାମର୍ଶ ଦେଇଛନ୍ତି ।

ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ଓଡିଶାରେ କରେନାର ଦ୍ୱିତୀୟ ଲହର ଆରମ୍ଭ ହୋଇନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ବର୍ତ୍ତମାନ ଅଧିଖ ପରୀକ୍ଷା ସହିତ କରୋନା ସଂକ୍ରମିତ ରାଜ୍ୟଗୁଡିକରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡା ନଜର ରଖାଯାଇଥିବା କହିଛନ୍ତି ।