Home News in Odia ବିକଶିତ ମାହାଙ୍ଗା ଗଠନ ପାଇଁ ଆହ୍ୱାନ

ବିକଶିତ ମାହାଙ୍ଗା ଗଠନ ପାଇଁ ଆହ୍ୱାନ

କଟକ : ଏକ ବିକଶିତ ମାହାଙ୍ଗା ଗଠନ କରିବା ପାଇଁ ମିଳିତ ଭାବେ ଆଗେଇ ଆସିବାକୁ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ । ଆଜି କୁଳିଆ ସ୍ଥିତ କାର୍ଯ୍ୟାଳୟ ଠାରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା କର୍ମୀମାନଙ୍କୁ ଶ୍ରୀ ପ୍ରଧାନ ଏହା କହିଛନ୍ତି ।

 ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଫୋଗଳ ଗ୍ରାମ ପଞ୍ଚାୟତର ସରପଞ୍ଚ ବୈଷ୍ଣବ ଚରଣ ସାମଲ ଓ ସମିତି ସଭ୍ୟ ନୃସିଂହ ଚରଣ ମିଶ୍ର, ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ନମିତା ରାୟ ଓ ସମିତିସଭ୍ୟ ପ୍ରଫୁଲ୍ଲ କୁମାର ସାହୁ , କେରିଲୋ ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଭ୍ରା ମହାନ୍ତି ଓ ସମିତିସଭ୍ୟା ସୌର ପ୍ରଭା ଜଗଦ୍ଦେବ,   ନଗସପୁର ଗ୍ରାମ ପଞ୍ଚାୟତର ସରପଞ୍ଚ  ପୁଷ୍ପଲତା ମଲ୍ଲିକ, କଟିକଟା ଗ୍ରାମ ପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ମଲ୍ଲିକ, ସୁକରପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ମନୋଜ କୁମାର ମଲ୍ଲିକ, ଯମରା ଗ୍ରାମ ପଞ୍ଚାୟତର ସମିତିସଭ୍ୟା ମେନକା ବଳ, ଜୟରାମପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟା ଲକ୍ଷ୍ମୀପ୍ରିୟା ଦାସ ଙ୍କ ସମେତ ତାଙ୍କ ସମର୍ଥକ ମାନେ ବିଜୁଜନତା ଦଳ ପରିତ୍ୟାଗ କରି ଆମ ସହିତ ଯୋଗ ଦେଇ ଥିବାରୁ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛନ୍ତି ।