Home News in Odia ମୂକବଧୀର କ୍ରିକେଟ୍‌ ଦଳ ରନର୍ସ କପ୍‌

ମୂକବଧୀର କ୍ରିକେଟ୍‌ ଦଳ ରନର୍ସ କପ୍‌

ଭୁବନେଶ୍ୱର : ‘ଆଇଡିସିଏ, ମୂକବଧୀରଙ୍କ ପାଇଁ ପଞ୍ଚମ ଏକଦିବସୀୟ ଜାତୀୟ ଜୋନ୍‌ କ୍ରିକେଟ୍‌ ଚମ୍ପିଅନ୍‌ସିପ୍‌’ରେ ପୂର୍ବାଞ୍ଚଳ ମୂକବଧୀର କ୍ରିକେଟ୍‌ ଦଳ ରନର୍ସ କପ୍‌ ବିଜେତା ହୋଇଛି । ବିଭିନ୍ନ ପ୍ରତିକୂଳତା ଏବଂ ଆହ୍ୱାନ ସତ୍ବେ ଭିନ୍ନକ୍ଷମ ଖେଳାଳୀମାନେ ଉଲ୍ଲେଖନୀୟ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରି ଏହି ରନର୍ସ କପ୍‌ ହାସଲ କରିଥିବାରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଖୋଳାଳୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଆଜି ପୂର୍ବାଞ୍ଚଳ ମୂକବଧୀର କ୍ରିକେଟ୍‌ ଦଳର ଖୋଳାଳୀମାନେ ଆଜି ପ୍ରମୁଖ ଶାସନ ଶ୍ରୀ ବିଷ୍ଣୁପଦ ସେଠୀଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଖେଳାଳୀମାନେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଓଡ଼ିଶା ମୂକବଧୀର କ୍ରିକେଟ ସଂଘକୁ ସହାୟତାର ହାତ ବଢ଼ାଇଥିବାରୁ ଖୁସି ବ୍ୟକ୍ତ କରିଥିଲେ ।

ପ୍ରକାଶ ଯୋଗ୍ୟ ଯେ ଚମ୍ପିଅନ୍‌ସିପ୍‌ରେ ଉତ୍ତରାଞ୍ଚଳ ଜୋନ୍‌, ଦକ୍ଷିଣାଞ୍ଚଳ ଜୋନ୍‌, ପଶ୍ଚିମାଞ୍ଚଳ ଜୋନ୍‌, କେନ୍ଦ୍ରାଞ୍ଚଳ ଜୋନ୍‌ ଏବଂ ପୂର୍ବାଞ୍ଚଳ ଜୋନ୍‌ ଅଂଶଗ୍ରହଣ କରିଥିଲେ ।