Home News in Odia ବଦଳିପାରେ ଆହାର କେନ୍ଦ୍ରର ନାମ

ବଦଳିପାରେ ଆହାର କେନ୍ଦ୍ରର ନାମ

ଭୁବନେଶ୍ୱର :  ବଦଳି ପାରେ ଆହାର କେନ୍ଦ୍ରର ନାମ । ଏ ସଂକ୍ରାନ୍ତରେ ସରକାର ସମୀକ୍ଷା କରିବେ ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ।

ମନ୍ତ୍ରୀ ଡାଃ ମହାପାତ୍ର ଆଜି କ୍ୟାପିଟାଲ ହସପିଟାଲ ପରିସରରେ ଥିବା ଆହାର କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ । ଆହାର କେନ୍ଦ୍ରରେ ପହଂଚିବା ପରେ ଧାଡିରେ ରହି କୁପନ କିଣି ଲୋକଙ୍କ ସହ ଭୋଜନ କରିଥିଲେ । ଏହି ଅବସରରେ ଭୋଜନ କରୁଥିବା ଲୋକମାନଙ୍କ ସହ ଖାଦ୍ୟର ଗୁଣବତା ସଂପର୍କରେ ପଚାରି ବୁଝିଥିଲେ ଓ ଆହାର କେନ୍ଦ୍ର ସଂପର୍କରେ ସେମାନଙ୍କର ମତାମତ ପଚାରିଥିଲେ । ଆହାର କେନ୍ଦ୍ରର ପରିସ୍କାର ପରିଚ୍ଛନତା ଓ ଖାଦ୍ୟର ଗୁଣବତା ଉପରେ ଗୁରୁତ୍ୱ ଦେବା ସହ ଖରାପ ହୋଇ ଯାଇଥିବା ବାସନ ସଫାକରିବା ଯନ୍ତ୍ର ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ପରିଦର୍ଶନ ସମୟରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଥିଲେ କି ବନ୍ଦ ହେବନି ଆହାର ଯୋଜନା l କାରଣ ଲୋକଙ୍କ ଆଗ୍ରହ ଅଛି  ଗୁରୁତ୍ୱ ଦିଆଯାଉଛି l ଆହାର ନାମ ପରିବର୍ତ୍ତନ ନେଇ ପରବର୍ତୀ ସମୟରେ ସମୀକ୍ଷା କରାଯିବ  l ସୁସ୍ଥ ଓ ପରିଷ୍କାର ପରିସ୍ଥିତିରେ ଗରିବ ଲୋକଙ୍କୁ ପୁଷ୍ଟିକର ଖାଦ୍ୟକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର l   ଖାଦ୍ୟ ଲୋକଙ୍କ ସେବା ଉଦେଶ୍ୟରେ ଦିଆଯାଇଛି l ତେଣୁ ଉନ୍ନତ ମାନର ଖାଦ୍ୟ ଯୋଗାଇବାକୁ ପ୍ରାଥମିକତା ରହୁଛି l 

କୌଣସି ଅଭିଯୋଗ ରହିଲେ, ବିଏମସି କି ଜିଲ୍ଲପାଳଙ୍କୁ ଜଣାନ୍ତୁ l ସ୍ୱୟଂ ସହାୟକ ମାଆ ମାନଙ୍କୁ ସେବା ଉଦେଶ୍ୟରେ ଶ୍ରଦ୍ଧା ଦେଇ ଖାଦ୍ୟ ପରିବେଷଣ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି l ପରିବା କମ୍ ରହୁଥିବା ନେଇ  ସେ  କହିଛନ୍ତି ଦରଦାମ ବୃଦ୍ଧି ଵି ଏହାର କାରଣ ହୋଇପାରେ l  କଣ କଲେ ଭଲ ହୋଇ ପାରିବ, ସେ ଦିଗରେ ବିଚାର ହେଉଛି l ରାଜ୍ୟ ସରକାର ୨୩ ଟଙ୍କା ଓ ଲୋକ ୫ ଟଙ୍କା ଦେଉଛନ୍ତି l ଗରିବଙ୍କ ସେବା ଭାବି ଖାଦ୍ୟ ଯୋଗାଇଲେ ଆହୁରି ଭଲ ଖାଦ୍ୟ ମିଳି ପାରିବ l  ଏ ନେଇ ସ୍ୱୟଂ ସହାୟକ ମାଆ ମାନଙ୍କ ସହ ଆଲୋଚନା କରିବେ l

 ଆଜି ମନ୍ତ୍ରୀ ନିଜେ ଟୋକନ କାଟି ଆହାର ଖାଦ୍ୟ ଖାଇଥିଲେ. ଡଷ୍ଟ ବିନ ଠିକ ସ୍ଥାନରେ ରହିବା ସହ ପରିଷ୍କାର ପରିବେଶ ପାଇଁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ  ମନ୍ତ୍ରୀ ତାଗିଦ କରିଛନ୍ତି l

ପ୍ରକାଶ ଥାଉକି ୨୦୧୫ ମସିହା ଅପ୍ରେଲ ପହିଲା ପବିତ୍ର ଉତ୍କଳ ଦିବସ ଦିନ ଏହି ସୁଲଭ ରନ୍ଧା ଖାଦ୍ୟ ଯୋଜନା ଆହାର ଆରମ୍ଭ ହୋଇଥିଲା । ବର୍ତମାନ ରାଜ୍ୟର ୧୧୫ ଟି ସହରାଂଚଳରେ ୧୬୮ ଗୋଟି ଆହାର କେନ୍ଦ୍ର ରହିଛି । ସମସ୍ତ ଆହାର କେନ୍ଦ୍ର ଏବଂ କିଚେନ୍ ଆଇ.ଏସ୍‌.ଓ ପ୍ରମାଣପତ୍ର ହାସଲ କରିବା ସହିତ ଜିଇଓ ସଂଯୁକ୍ତ କରାଯାଇଛି । ୧୬୮ ଆହାର କେନ୍ଦ୍ର ମଧ୍ୟରୁ ୬୧ ଗୋଟି କେନ୍ଦ୍ରରେ ରାତ୍ରିକାଳୀନ ଭୋଜନ ବ୍ୟବସ୍ଥା ରହିଛି । ଦୌନିକ ଏକ ଲକ୍ଷ ମିଲ୍ ଯୋଗାଇ ଦିଆ ଯାଉଛି ।