Home General ସୋଆ କ୍ରିଏଟିଭୋ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା

ସୋଆ କ୍ରିଏଟିଭୋ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନସେସ୍ (ଆଇଏଏସ୍‌) ପକ୍ଷରୁ ସୋମବାର ପବିତ୍ର ବାହୁଡା ଦଶମୀ ଉପଲକ୍ଷେ ରଥ, ପଥ, ଜଗନ୍ନାଥ ବିଷୟ ଉପରେ ଆଧାରିତ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି ।

ଏହି ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଯୋଗ ଦେଇ ମହାପ୍ରଭୁ ଶ୍ର୍ରୀଜଗନ୍ନାଥଙ୍କ ଆଧାରିତ ଚିତ୍ରାଙ୍କନ କରିଥିଲେ । ଏହି ପ୍ରତିଯୋଗିତାରେ ଆଇଏଏସ୍ ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, କ୍ରିଏଟିଭୋ ର ଉପଦେଷ୍ଟା ଡକ୍ଟର ପ୍ରଭାତ କୁମାର ଷଡଙ୍ଗୀ, ଡକ୍ଟର ବିବୁଧ ପରାଶର, ଡକ୍ଟର ଅମୂଲ୍ୟ ପରିଡା ଯୋଗ ଦେଇଥିଲେ ।

କ୍ରିଏଟିଭୋ ର ମୁଖ୍ୟ ସଂଯୋଜକ ଡକ୍ଟର ଭୁବନାନନ୍ଦ ଅଧିକାରୀଙ୍କ ସଂଯୋଜନାରେ ଏହି ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।

ଏହି ଅବସରରେ ଡକ୍ଟର ଦୀପାଲି ଦାଶ, ମାନସ ଦାସ, ବିଶ୍ୱଜିତ୍ ମିଶ୍ର ପ୍ରତିଯୋଗିତା ପରିଚାଳନା କରିଥିବାବେଳେ ଡକ୍ଟର ସୁଶ୍ରୀ ସୁପର୍ଣା ମହାପାତ୍ର, ଡକ୍ଟର ନନ୍ଦିତା ଜେନା, ଡକ୍ଟର ମୁକେଶ କୁମାର ପାତ୍ର ବିଚାରକ ଭାବେ ଯୋଗ ଦେଇଥିଲେ ।

ଅରୋରା ଫଟୋଗ୍ରାଫି କ୍ଳବର ଛାତ୍ର ସଦସ୍ୟମାନେ ଏହି ପ୍ରତିଯୋଗିତାରେ ବୈଷୟିକ ସହାୟତା କରିଥିଲେ ।