ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଅହୁଜାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଛି।
ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ ନିଜସ୍ବ କ୍ୟାଡରକୁ ଫେରିବା ପରେ ଶ୍ରୀ ଅହୁଜାଙ୍କୁ ରାଜ୍ୟ ଅମଲାତନ୍ତ୍ରର ମୁଖ୍ୟ ପଦ ଦିଆଯାଇଛି। ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ ପକ୍ଷରୁ ୨୮ ଜୁନ୍ ରେ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି।
୧୯୯୦ ବ୍ୟାଚ୍ ଆଇଏଏସ୍ ଶ୍ରୀ ଅହୁଜା କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟରେ କେନ୍ଦ୍ର ସଚିବ ଭାବରେ କାର୍ଯ୍ୟ କରୁଥିଲେ।
ଶ୍ରୀ ଅହୁଜା ୨୦୧୭ ମସିହାରୁ କେନ୍ଦ୍ର ସରକାରରେ କାର୍ଯ୍ୟ କରୁଥିଲେ ଏବଂ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ନିଜସ୍ବ କ୍ୟାଡରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ଶ୍ରୀ ଅହୁଜାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ସରକାରୀ ସେବାରୁ ଅବସର ନେବାକୁ ଅନୁମତି ଦିଆଯାଇଛି।