ନୂଆଦିଲ୍ଲୀ : ୧୦.୦୮.୨୦୨୩ରେ ରାଜ୍ୟସଭାରେ ‘‘ଡାକଘର ବିଧେୟକ, ୨୦୨୩’’ ଆଗତ ହୋଇଥିଲା ଏବଂ ୦୪.୧୨.୨୦୨୩ରେ ରାଜ୍ୟସଭାରେ ଗୃହିତ ହୋଇଥିଲା । ଏହାପରେ ୧୩.୧୨.୨୦୨୩ ଏବଂ ୧୮.୧୨.୨୦୨୩ରେ ଏହି ବିଧେୟକ ଉପରେ ବିଚାର କରାଯାଇ ଲୋକସଭାରେ ଅନୁମୋଦନ ଲାଭ କରିଥିଲା।
‘‘ଡାକଘର ଆଇନ, ୨୦୨୩’’ ୨୪ ଡିସେମ୍ବର ୨୦୨୩ରେ ମାନ୍ୟବର ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା ଏବଂ ସାଧାରଣ ସୂଚନା ପାଇଁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ (ବିଧାନ ବିଭାଗ) ଦ୍ୱାରା ୨୪ ଡିସେମ୍ବର ୨୦୨୩ରେ ଭାରତର ଗେଜେଟ, ଅସାଧାରଣ, ଭାଗ ୨, ଧାରା ୧ରେ ପ୍ରକାଶିତ ହୋଇଥିଲା ।
ନାଗରିକ କୈନ୍ଦ୍ରିକ ସେବା, ବ୍ୟାଙ୍କିଙ୍ଗ ସେବା ଏବଂ ସରକାରୀ ଯୋଜନାର ଲାଭ ଅନ୍ତିମ ସୋପାନରେ ପହଞ୍ଚାଇବା ପାଇଁ ଏକ ସରଳ ଆଇନଗତ ଢାଞ୍ଚା ସୃଷ୍ଟି କରିବା ଏହି ଆଇନର ଉଦ୍ଦେଶ୍ୟ ।
ଏହି ଆଇନରେ ବ୍ୟବସାୟ କରିବାର ସୁଗମତା ଏବଂ ସହଜ ଜୀବନଧାରଣକୁ ବଢ଼ାଇବା ଲାଗି ଚିଠି ସଂଗ୍ରହ, ପ୍ରକ୍ରିୟାକରଣ ଏବଂ ବିତରଣର ସ୍ୱତନ୍ତ୍ର ଅଧିକାର ବ୍ୟବସ୍ଥାକୁ ସମାପ୍ତ କରିଦିଯାଇଛି ।
ଏହି ଆଇନରେ କୌଣସି ଦଣ୍ଡବିଧାନ ବ୍ୟବସ୍ଥା ନାହିଁ।
ଏହା ବସ୍ତୁ, ଚିହ୍ନଟକାରୀ ଓ ପୋଷ୍ଟ କୋଡର ଉପଯୋଗ ବିଷୟରେ ନିର୍ଦ୍ଧାରିତ ମାନଦଣ୍ଡ ପାଇଁ ଏକ ଢାଞ୍ଚା ଉପଲବ୍ଧ କରିଛି ।
୧୮ ଜୁନ୍ ୨୦୨୪ ଠାରୁ ‘‘ଡାକଘର ଅଧିନିୟମ, ୨୦୨୩’’ ବିଜ୍ଞପ୍ତି ସଂଖ୍ୟା ଏସ.ଓ. ୨୩୫୨€ ତାରିଖ ୧୭ ଜୁନ, ୨୦୨୪ ବଳରେ ଲାଗୁ ହୋଇଛି ଏବଂ ଏହା ଭାରତୀୟ ଡାକଘର ଆଇନ, ୧୮୯୮କୁ ଉଚ୍ଛେଦ କରିଥାଏ ।