Home General ଶପଥ ନେଲେ କାମଚଳା ବାଚସ୍ପତି

ଶପଥ ନେଲେ କାମଚଳା ବାଚସ୍ପତି

ଭୁବନେଶ୍ୱର : ସପ୍ତଦଶ ଓଡିଶା ବିଧାନସଭାର ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାମଚଳା ବାଚସ୍ପତି ଭାବେ ଶପଥ ଗ୍ରହଣ କରିଛନ୍ତି ।

ଆଜି ରାଜଭବନର ଅଭିଷେକ ହଲରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ଶ୍ରୀ ସ୍ୱାଇଁଙ୍କୁ ଶପଥପାଠ କରାଇଥିଲେ । ପ୍ରାରମଭରେ ଓଡିଶା ବିଧାନସଭାର ସଚିବ ଦାଶରଥୀ ଶତପଥୀ ରାଜ୍ୟପାଳଙ୍କ ନିର୍ଦ୍ଦେଶନାମା ପାଠ କରିଥିଲେ ।

ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉପସ୍ଥିତ ଥିଲେ । ପରେ ରାଜ୍ୟପାଳଙ୍କ ଅନୁମତିକ୍ରମେ ବିଧାନସଭା ସଚିବ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରିଥିଲେ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ରାଜ୍ୟପାଳଙ୍କ ମୁଖ୍ୟ ପରାମର୍ଶଦାତା ସନ୍ତୋଷ କୁମାର ଶତପଥୀ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ସଂସଦୀୟ ବ୍ୟାପାର ବିଭାଗର ସଚିବ ଜି.ମାଥିଭାଥନନଙ୍କ ସହିତ ରାଜଭବନର ବରିଷ୍ଠ ଅଧିକାରୀ, ରାଜ୍ୟ ବିଧାନସଭା ଓ ସଂସଦୀୟ ବ୍ୟାପାର ବିଭାଗର ଅଧିକାରୀମାନେ ଏହି ଉତ୍ସବରେ ଉପସ୍ଥିତ ଥିଲେ ।

କାମଚଳା ବାଚସ୍ପତି ବିଧାନସଭାର ନବ ର୍ନିବାଚିତ ବିଧାୟକମାନଙ୍କୁ ଆସନ୍ତା ୧୮ ଓ ୧୯ତାରିଖରେ ଦୁଇ ଦିନ ଧରି ଶପଥପାଠ କରାଇବା ସହିତ ବାଚସ୍ପତି ନିର୍ବାଚନ କାର୍ଯ୍ୟ ପରିଚାଳନା କରିବେ । ଉଲ୍ଲେଖନୀୟ ଯେ ଶ୍ରୀ ସ୍ୱାଇଁ ଏଯାବତ୍‍ ୮ଥର ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି ।