କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ପରୀକ୍ଷାରେ ପୁଣି ଥରେ ଝିଅମାନେ ପୁଅମାନଙ୍କୁ ପଛରେ ପକାଇଛନ୍ତି।
ବିଏସଇ ରବିବାର ଫଳାଫଳ ଘୋଷଣା କରିଛି। ମୋଟ ୯୬.୦୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।
ବିଏସଇ ଅନୁଯାୟୀ, ଚଳିତ ବର୍ଷ ଝିଅମାନେ ପାସ୍ ହାର ୯୬.୭୩ ପ୍ରତିଶତ ହାସଲ କରିଛନ୍ତି, ଯାହା ୯୫.୩୯ ପ୍ରତିଶତ ପାସ୍ ହାର ପାଇଥିବା ପୁଅମାନଙ୍କୁ ପଛରେ ପକାଇଦେଇଛି।
୨୬୪୪ଟି ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ କୌଣସି ସ୍କୁଲର ରେଜଲ୍ଟ ଶୂନ ରହିଛି।
ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ପାସ୍ ହାର ସର୍ବାଧିକ ୯୭.୯୮ ଥିବା ବେଳେ ନୂଆପଡ଼ା ଜିଲ୍ଲାରେ ସର୍ବନିମ୍ନ ପାସ୍ ହାର ୯୩.୯୧ ପ୍ରତିଶତ ରହିଛି।
୨୦୨୪ ମେ’ ୨୯ରୁ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ ପୁନଃଯାଞ୍ଚ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ପଞ୍ଜୀକରଣ ଜୁନ୍ ୧୦, ୨୦୨୪ରୁ ଆରମ୍ଭ ହେବ।
www.bseodisha.ac.in ବୋର୍ଡର ଅଫିସିଆଲ ୱେବସାଇଟରୁ ଛାତ୍ରଛାତ୍ରୀ ମାଟ୍ରିକ ରେଜଲ୍ଟ ଦେଖିପାରିବେ ।
ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ (ଏସଓଏସ୍ସି) ପରୀକ୍ଷା ଓ ମଧ୍ୟମା ପରୀକ୍ଷା ଫଳ ବିଏସ୍ଇ ଘୋଷଣା କରିଛି। ଏସଓଏସସି ପରୀକ୍ଷାରେ ପାଖାପାଖି ୫୯.୮୮ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ମଧ୍ୟମା ପରୀକ୍ଷାରେ ୯୮.୧୨ ପ୍ରତିଶତ ପାସ୍ କରିଛନ୍ତି।
ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (ଏଚଏସସି) ପରୀକ୍ଷା ୨୦୨୪ ଫେବୃଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ଅନୁଷ୍ଠିତ ହୋଇଥିଲା ।