Home News in Odia ବାରିପଦା ସବୁଠୁ ଉତ୍ତପ୍ତ

ବାରିପଦା ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଆଜି ବାରିପଦାରେ ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ବାରିପଦାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୪.୬ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଏହା ପଛକୁ ୪୪ ଡିଗ୍ରୀ ସହିତ ନୂଆପଡା ଦ୍ୱିତୀୟ ସ୍ଥାନରେ ରହିଛି ।

ଅନ୍ୟ ସମସ୍ତ ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ଠାରୁ କମ୍‍ ରହିଛି । ୪୩ ଡିଗ୍ରୀ ତାପମାତ୍ରା ଉପରେ ଥିବା ଜିଲ୍ଲା ତାଲିକାରେ ଝାରସୁଗୁଡା, କେନ୍ଦୁଝର, ଅନୁଗୁଳ, ବଲାଙ୍ଗିର ଥିବାବେଳେ ବୌଦରେ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ ହୋଇଛି ।

ସେହିଭଳି ଢେଙ୍କାନାଳ, ଟିଟିଲାଗଡ, ରାଉରକେଲାରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିବାବେଳେ ନୟାଗଡରେ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ ହୋଇଛି । ଚାନ୍ଦବାଲି, ହୀରାକୁଦ, ଭଦ୍ରକ, ସମ୍ବଲପୁର, ମାଲକାନଗିରି, କଟକ, ଓ ଭୁବନେଶ୍ୱରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିବାବେଳେ ପାରଳାଖେମୁଣ୍ଡ ଓ ଯାଜପୁରର ତାପମାତ୍ରା ୪୧ ଡିଗ୍ରୀ ରହିଛି ।

ଫୁଲବାଣୀ, ସୋନପୁର, ବରଗଡ, କେନ୍ଦ୍ରାପଡା, ବାଲେଶ୍ୱର, ଓ ଖୋରଧାର ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ ହୋଇଥିବାବେଳେ ଜଗତ୍‍ସିଂହପୁରର ତାପମାତ୍ରା ୪୦ ଡିଗ୍ରୀ ରହିଛି । ଛତ୍ରପୁର, ଦେବଗଡର ତାପମାତ୍ରା ୩୯ଡିଗ୍ରୀ କରି ରହିଥିବାବେଳେ ନବରଙ୍ଗପୁର, ରାୟଗଡାର ତାପମାତ୍ରା ୩୮ଡିଗ୍ରୀ ଉପରେ ଅଛି ।

ଦାରିଙ୍ଗିବାଡିର ତାପାମତ୍ରା ୩୭ ଡିଗ୍ରୀ ରେକର୍ଡ ହୋଇଥିବାବେଳେ କୋରାପୁଟର ତାପମାତ୍ରା ୩୬.୫, ପୁରୀର ୩୪.୬, ପାରାଦୀପ୍‍ ଓ ଗୋପାଳପୁରର ତାପମାତ୍ରା ୩୩.୫ ଡିଗ୍ରୀ କରି ରହିଛି ।

ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ୨୫ ତାରିଖରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡିକ ପାଇଁ ଛୁଟି ଘୋଷଣା କରିଛନ୍ତି ।