Home News in Odia ବିଜେଡିର ପ୍ରାର୍ଥୀ ତାଲିକା ପ୍ରକାଶିତ

ବିଜେଡିର ପ୍ରାର୍ଥୀ ତାଲିକା ପ୍ରକାଶିତ

ଭୁବନେଶ୍ୱର : ବିଜୁ ଜନତା ଦଳ ଆଜି ତାହାର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ତାଲିକା ପ୍ରକାଶ କରିଛି । ତାଲିକାରେ ୨୭ଜଣ ବିଧାୟକ ପ୍ରାର୍ଥୀଙ୍କ ନାମ ସହିତ ଲୋକସଭା ପାଇଁ ଆଉ ୫ଜଣ ପ୍ରାର୍ଥୀଙ୍କ ନାମ ରହିଛି ।

ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଏହି ତାଲିକା ଘୋଷଣା କରିଛନ୍ତି । ଏଥିରେ ଥିବା ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ବ୍ରହ୍ମପୁର ପାଇଁ ଭୃଗୁ ବକ୍ସିପାତ୍ର, ଭଦ୍ରକ ପାଇଁ ମଞ୍ଜୁଲତା ମଣ୍ଡଳ, କେନ୍ଦୁଝର ପାଇଁ ଧର୍ନୁଜୟ ସିଦ୍ଧୁ, ବରଗଡ ପାଇଁ ପରିଣତା ମିଶ୍ର ଏବଂ ବଲାଙ୍ଗିରରୁ ସୁରେନ୍ଦ୍ର ସିଂହ ଭୋଇଙ୍କ ନାମ ରହିଛି ।

ସେହିଭଳି ୨୭ଟି ବିଧାନସଭା ମଧ୍ୟରେ ବଣାଇରୁ ଭୀମସେନ ଚୌଧୁରୀ, ବାରିପଦା-ସାନନ୍ଦ ମାରାଣ୍ଡି, ବ୍ରଜରାଜନଗର-ଅଳକା ମହାନ୍ତି, ଝାରସୁଗୁଡା-ଦୀପାଳି ଦାସ, ତାଳସରା-ବିଜୟ ଟପ୍ପୋ, ସୁନ୍ଦରଗଡ-ଯୋଗେଶ ସିଂହ, ରାଜଗାଙ୍ଘପୁର-ଅନୀଲ ବାର୍ଲା, ଯଶୀପୁର-ଚକ୍ରଧର ହେମ୍ବ୍ରମ୍‌, ଉଦଳା-ଶ୍ରୀନାଥ ସୋରେନ, ବଡସାହି-ଅନସୂୟା ପାତ୍ର, ମୋରଡା-ପ୍ରୀତିନନ୍ଦା କାନୁନଗୋ, ସୋର-ମାଧବ ଧଡା, ଆଠ ମଲିକ- ନଳିନୀ ପ୍ରଧାନ, ବୀରମହାରାଜପୁର-ପଦ୍ମନାଭ ବେହେରା, ଖଡିଆଳ-ଅଧିରାଜ ପାଣିଗ୍ରାହୀ, ଫୁଲବାଣୀ-ଜୟଶ୍ରୀ କହଁର, ମାହାଙ୍ଗା-ଅଙ୍କିତ ପ୍ରତାପ ଜେନା, ତିର୍ତ୍ତୋଲ-ରମାକାନ୍ତ ଭୋଇ, ଜଗତସିଂହପୁର-ପ୍ରଶାନ୍ତ ମୁଦୁଲି, ଭୁବନେଶ୍ୱର ଉତ୍ତର – ସୁଶାନ୍ତ ରାଉତ, ଏକାମ୍ର-ଅଶୋକ ପଣ୍ଡା, ଖଲ୍ଲିକୋଟ-ସୂର୍ଯ୍ୟମଣି ବୈଦ୍ୟ, ଆସିକା – ମଞ୍ଜୁଲତା ସ୍ୱାଇଁ, ବ୍ରହ୍ମପୁର- ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପାରଳାଖେମୁଣ୍ଡି-ରୂପେଶ ପାଣିଗ୍ରାହୀ, ମୋହନା-ଅନ୍ତର୍ଯ୍ୟାମୀ ଗମାଙ୍ଗୋ ଓ ପଟାଙ୍ଗୀରୁ ପ୍ରଫୁଲ୍ଲ ପାଙ୍ଗୀଙ୍କ ନାମ ରହିଛି ।

ତେବେ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ବ୍ରହ୍ମପୁର ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ବରଗଡ ପ୍ରାର୍ଥୀ ପରିଣିତା ମିଶ୍ର ଆଜି ବିଜେଡିରେ ଯୋଗ ଦେଇଥିବାବେଳେ ସେମାନଙ୍କୁ ତତ୍କାଳ ଟିକଟ ମିଳିଛି । ପୂର୍ବରୁ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ବିଜେଡିରେ ମିଶିବାର ମାତ୍ର କେଇ ସମୟ ମଧ୍ୟରେ ଲୋକସଭା ଟିକଟ ପାଇଥିଲେ । ସେହିଭଳି ବିଧାନସଭା ପାଇଁ ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ଅଧିକାଂଶ ପୁରୁଣା ପ୍ରାର୍ଥୀଙ୍କୁ ଦଳ ରିପିଟ୍‍ କରିଛି ।