Home News in Odia ପଦ୍ମ ଧରିଲେ ଅନୁଭବ

ପଦ୍ମ ଧରିଲେ ଅନୁଭବ

ଭୁବନେଶ୍ୱର : ସାଂସଦ ଅନୁଭବ ମହାନ୍ତି ଆଜି ବିଜେପି ଯୋଗ ଦେଇଛନ୍ତି । ନୂଆଦିଲ୍ଲୀ ଠାରେ ଶ୍ରୀ ମହାନ୍ତି ବିଧିବଦ୍ଧ ଭାବେ ବିଜେପି ଦଳରେ ଯୋଗ ଦେଇଥିବାବେଳେ ଆଗାମୀ ଦିନରେ ତାଙ୍କର ପ୍ରାର୍ଥୀତ୍ୱକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

ଅନୁଭବଙ୍କୁ ବିଜେଡି ପ୍ରଥମେ ରାଜ୍ୟସଭାକୁ ପଠାଇଥିବାବେଳେ ପରେ ବିଜେଡି ଟିକଟରେ କେନ୍ଦ୍ରାପଡାରୁ ଲୋକସଭାକୁ ଯାଇଥିଲେ । ତେବେ ଦୁଇ ଦିନ ତଳେ ସେ ବିଜେଡି ଛାଡିଥିଲେ ।

ଅନୁଭବ ବିଜେଡି ଛାଡିବାପରେ ସେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଆଜି ତାହା ସତ୍ୟ ପ୍ରମାଣିତ ହୋଇଛି । ବିଜେପିରେ ଯୋଗଦେବା ପରେ ଶ୍ରୀ ମହାନ୍ତି କହିଛନ୍ତି ଯେ ସେ ଦୁଇଜଣ ଅନୁଭବି ରାଜନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି ।

ଦେଶର ଯୁବଗୋଷ୍ଠି ବିଜେପି ପରିବାରରେ ଯୋଗ ଦେବାପାଇଁ ଅନୁଭବ ଆହ୍ୱାନ ଦେଇଛନ୍ତି । ତେବେ ଆଜି ଅନୁଭବ ବିଜେପିରେ ସାମିଲ ହେବାପରେ ବିଜେଡି ଛାଡିଥିବା ସମସ୍ତ ଚାରି ଚଳଚିତ୍ର ତାରକା ବିଜେପି ପତାକା ଧରିଛନ୍ତି ।