ଭୁବନେଶ୍ୱର : ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାମ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଘୋଷଣା କରିଛନ୍ତି । ଶ୍ରୀ ମହତାବ ଛଅ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।
ଇସ୍ତଫା ସଂକ୍ରାନ୍ତରେ ଶ୍ରୀ ମହତାବ କହିଛନ୍ତି ଯେ ବାରମ୍ବାର ଅପମାନ ସହିବା ଅପେକ୍ଷା ଇସ୍ତଫା ଦେଇଦେବା ଭଲ । କୌଣସି ପ୍ରସଙ୍ଗରେ ମତ ରଖିଲେ ତାଙ୍କୁ ବାରମ୍ବାର ଅପମାନିତ କରାଯାଉଥିଲା । ଆଜି ଭଗ୍ନ ହୃଦୟରେ ସେ ଇସ୍ତଫା ଦେଇଛନ୍ତି ।
ସେ ଏହା ମଧ୍ୟ କହିଛନ୍ତି ଯେ କୌଣସି ପ୍ରସଙ୍ଗରେ ମତ ଦେଲେ ତାଙ୍କୁ ଅପମାନିତ କରାଯାଉଥିଲା । ସେଥିପାଇଁ ସେ କିଛିଦିନ ଧରି ଆଉ କୌଣସି ପ୍ରସଙ୍ଗରେ ମତ ରଖୁନଥିଲେ ।
ସେହିଭଳି ରାଜନୈତିକ ଭବିଷ୍ୟତ ବିଷୟରେ ଶ୍ରୀ ମହତାବ କହିଛନ୍ତି ଯେ ବନ୍ଧୁ, ଶୁଭେଚ୍ଛୁ ମାନଙ୍କୁ ପଚାରି ମୋର ଭବିଷ୍ୟତ ବିଷୟରେ ନିଷ୍ପତ୍ତି ନେବି ।
ଉଲ୍ଲେଖନୀୟ ଯେ ୨୦୧୧ ମସିହାରେ ଜଣେ ପୁଲିସ୍ ଅଧିକାରୀଙ୍କୁ ର୍ଦୁବ୍ୟବହାର ମାମଲାରେ ଗତକାଲି ଶ୍ରୀ ମହତାବଙ୍କ ବିରୁଦ୍ଧରେ ଚାର୍ଜଫ୍ରେମ ଜାରି ହୋଇଛି । ଏ ସଂକ୍ରାନ୍ତରେ ସେ କହିଛନ୍ତି ଯେ ସରକାରରେ ଥିବା ଗୋଟିଏ ଦଳ ଏବେ ତାହାର ସାଂସଦଙ୍କ ବିରୁଦ୍ଧରେ ଚାର୍ଜଫ୍ରେମ କରିଛି ।