ଭୁବନେଶ୍ୱର : ଓଡିଶା ରାଜ୍ୟ ପାନୀୟ ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆଜି ୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଆଜି ରାଜ୍ୟ ପଂଚାୟତିରାଜ , ପାନୀୟ ଜଳ ତଥା ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଉଦେଶ୍ୟରେ ଏହି ଅର୍ଥ ଚେକ୍ ଆକାରରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ପ୍ରଦାନ କରିଛନ୍ତି ।
ଓଡିଶା ରାଜ୍ୟ ପାନୀୟ ନିଗମ ୨୦୨୨-୨୩ ଆର୍ଥିକ ବର୍ଷରେ ୭୪୫୬.୬୪ କୋଟି ଟଙ୍କା (ଭାଟ ୨୫୧୨.୮୩ କୋଟି କୁ ଛାଡି) କାରବାର କରିଛି I ଉତ୍ପାଦନ ଶୁଳ୍କ ଭାବରେ ନିଗମ ତରଫରୁ ରାଜ୍ୟ ସରକାରଙ୍କ ଠାରେ ୫୨୬୭.୬୯ କୋଟି ଟଙ୍କା ଓ ମୂଲ୍ୟ ଯୁକ୍ତ କର (ଭାଟ) ଆକାରରେ ୨୫୧୨.୮୩ କୋଟି ଟଙ୍କା ଦାଖଲ କରାଯାଇଅଛି I କର ବାବଦକୁ ଦେୟ ପରେ ନିଗମ ୨୦୨୨-୨୩ ଆର୍ଥିକ ବର୍ଷରେ ୩୧.୩୮ କୋଟି ଟଙ୍କା ଲାଭ କରିଥିବା ଜଣା ଯାଇଛି ।
ପ୍ରକାଶ ଥାଉକି, ନିଗମ ତରଫରୁ ୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଗତ ଜୁଲାଇ ୨୦୨୩ ରେ ପ୍ରଦାନ କରାଯାଇଥିଲା । ପୁନଶ୍ଚ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆଉ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ସୂଚନା ଯୋଗ୍ୟ ଯେ, ଓଡିଶା ରାଜ୍ୟ ପାନୀୟ ନିଗମ ୨୦୨୨-୨୩ ଆର୍ଥିକ ବର୍ଷର ଲାଭାଂଶ ବାବଦକୁ ୯.୪୧ କୋଟି ଟଙ୍କା ଜାନୁଆରୀ ୨୦୨୪ ରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି ।
ଆଜି ଏହି ଅର୍ଥ ରାଶି ପ୍ରଦାନ ସମୟରେ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅମ୍ବର କୁମାର କର , ମୁଖ୍ୟ ସାଧାରଣ ପରିଚାଳନା ନିର୍ଦେଶକ ଶ୍ରୀ ମାନସ ରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।