ଭୁବନେଶ୍ୱର : ସିକିଲିସେଲ୍ ଭଳି ରକ୍ତଜନିତ ରୋଗରେ ଯେତେ ସଂଖ୍ୟକ ଆଦିବାସୀ ଦେଶରେ ପୀଡିତ ହେଉଛନ୍ତି ତାହାର ପ୍ରାୟ ଅଧା ରହିଛନ୍ତି ଓଡିଶାରେ । ଆମ ରାଜ୍ୟରେ ଆଦିବାସୀ ବର୍ଗରେ ଏଭଳି ରୋଗୀମାନଙ୍କ ସଂଖ୍ୟା ପାଖପାଖି ୫୦ହଜାର ରହିଛି ।
ଜନଜାତିବର୍ଗଙ୍କ ମଧ୍ୟରେ ସିକିଲ ସେଲ୍ ଭଳି ରୋଗକୁ ନେଇ କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଓଡିଶା ସମେତ ୧୭ଟି ରାଜ୍ୟରେ ୧,୦୨,୦୨୧ ଜଣ ସିକିଲସେଲ୍ରେ ପଡିତ । ଏମାନଙ୍କ ମଧ୍ୟରୁ ୪୯ହଜାରରୁ ଅଧିକ ରହିଛନ୍ତି । ଏମାନଙ୍କ ମଧ୍ୟରେ କେବଳ ୩୨,୭୮୨ ଜଣ ହେଉଛନ୍ତି ହେଉଛନ୍ତି ମହିଳା । ସେହିଭଳି ପଡୋଶୀ ପଶ୍ଚିମବଙ୍ଗରେ ୩୫୩୨ ଜଣ ସିକିଲସେଲରେ ପୀଡିତ ଥିବାବେଳେ ଛତିଗଡରେ ୧୮,୨୦୭, ଝାଡଖଣ୍ଡରେ ୩୨ ଓ ଆନ୍ଧ୍ରପ୍ରଦେଶରେ ୧୩୨୮ ଜଣ ଅଛନ୍ତି ।
କେନ୍ଦ୍ର ସରକାର ଉଲ୍ଲେଖ କରିଛନ୍ତି ଯେ ସିକିଲସେଲ୍ ଏକ ବଂଶଗତ ରକ୍ତବାହିତ ରୋଗ ହୋଇଥିବାବେଳେ ରୋଗୀଟି ସାରାଜୀବନ ଏଥିରେ ପୀଡିତ ଥାଏ । ତେବେ ଭାରତରେ ଜନଜାତିର ଲୋକଙ୍କ ମଧ୍ୟରେ ଏହି ରୋଗ ଅତି ସାଧାରଣ । ତେବେ ଅଣଆଦିବାସୀ ମାନେ ମଧ୍ୟରେ ପୀଡିତ ହୋଇଥାନ୍ତି ।
ତେବେ ୨୦୪୭ ସୁଦ୍ଧା କେନ୍ଦ୍ର ସରକାର ସିକିଲସେଲକୁ ସମୂଳେ ନିପାତ କରିବାପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ପ୍ରଧାମନ୍ତ୍ରୀ ୨୦୨୩ ଜୁଲାଇ ମାସରେ ମଧ୍ୟପ୍ରଦେଶ ଠାରେ ଏହା ଘୋଷଣା କରିଛନ୍ତି । ଏହି ମିଶନର ଲକ୍ଷ୍ୟ ହେଉଛି ସିକିଲସେଲ୍ ପୀଡିତମାନଙ୍କୁ ସୁଲଭ ଦରରେ ସେବା ଯୋଗାଇବା ଏବଂ ଏହିରୋଗୀ ସଂକ୍ରାନ୍ତରେ ଲୋକଙ୍କ ଅଧିକରୁ ଅଧିକ ସଚେତନ କରିବା । ଏଥିପାଇଁ ୨୦୨୫-୨୫ ସୁଦ୍ଧା ସିକିଲସେଲ ପ୍ରଭାବିତ ଦେଶର ୨୭୮ ଟି ଜିଲ୍ଲାରେ ୪୦ ବର୍ଷ ବୟସ ପର୍ଯ୍ୟନ୍ତ ୭କୋଟି ଲୋକଙ୍କର ରକ୍ତ ପରୀକ୍ଷାପାଇଁ ଲକ୍ଷ୍ୟ ରଖାଯାଇଛି । ତଦନୁଯାୟୀ ଚଳିତବର୍ଷ ଜାନୁୟାରୀ ଶେଷ ସୁଦ୍ଧା ଏହି ରୋଗୀ ଚିହ୍ନଟ ହେଉଥିବା ୧୭ଟି ରାଜ୍ୟରେ ଦେଢ କୋଟିରୁ ଅଧିକ ଲୋକଙ୍କର ପରୀକ୍ଷା ନିରୀକ୍ଷା କରାଯାଇ ସାରିଲାଣି ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଇତି ମଧ୍ୟରେ ସିକିଲସେଲ୍ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ଯାହା ଫଳରେ ଲୋକମାନଙ୍କର ପରୀକ୍ଷା ସହଜ ହୋଇପାରୁଛି । ସେହିଭଳି କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କୁ ସଚେତନ କରିବାପାଇଁ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ ହୋଇଥିବାବେଳେ ରାଜ୍ୟ ସରକାରଙ୍କର ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
ଉଲ୍ଲେଖନୀୟ ଯେ ସିକିଲସେଲ୍ରେ ପୀଡିତମାନେ ନିୟମିତ ବ୍ୟବଧାନରେ ରକ୍ତ ଗ୍ରହଣ କରିଥାନ୍ତି । ଏଥିପାଇଁ ଓଡିଶା ସରକାର ସେମାନଙ୍କ ବିନାମୂଲ୍ୟରେ ଓ ସହଜରେ ରକ୍ତ ଯୋଗାଣ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି । (ତଥ୍ୟ)