Home General ନିଶାସକ୍ତଙ୍କ ପାଇଁ ନିଃଶୁଳ୍କ ଆରୋଗ୍ୟ କେନ୍ଦ୍ର  

ନିଶାସକ୍ତଙ୍କ ପାଇଁ ନିଃଶୁଳ୍କ ଆରୋଗ୍ୟ କେନ୍ଦ୍ର  

କଟକ : ଓଡିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହଯୋଗରେ ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍)ଦ୍ଵାରା କଟକ ମହାନଗର ନିଗମର ୫୮ ୱାର୍ଡ, ଡାହାଳିଆବାଗ ଠାରେ ‘ଦିଶା’ ନିଶାସକ୍ତ ବ୍ୟକ୍ତି ମାନଙ୍କ ପାଇଁ ନିଃଶୁଳ୍କ ଆରୋଗ୍ୟ କେନ୍ଦ୍ରର ଉଦଘାତିତ ହୋଇଯାଇଛି ।

ଏହି ‘ଦିଶା’ ଆରୋଗ୍ୟ କେନ୍ଦ୍ରକୁ ଉଦଘାଟନ କରି କଟକ ମହାନଗର ନିଗମର ମେୟର ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସିଂହ କହିଲେ ପିକକ୍ ଓ ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଉଦ୍ୟମରେ ଗଠିତ ଏହି କେନ୍ଦ୍ର ଏକ ସମୟ ଉପଯୋଗୀ ପଦକ୍ଷେପ ।  ଏବେ ଯେତେବେଳେ ସମଯରେ ଅନେକ ବ୍ୟକ୍ତି  ନିଶା ଦ୍ଵାରା କବଳିତ ସେହି ସମୟରେ ଏହିଭଳି ଏକ ନିଶାମୁକ୍ତ କେନ୍ଦ୍ରର  ବହୁ ଆବଶ୍ୟକତା ରହିଛି । ଏହା କେବଳ କଟକ ଜିଲ୍ଲା ନୁହେଁ ପରନ୍ତୁ ଏହାର ସମସ୍ତ ଆଖ ପାଖ ଜିଲ୍ଲାର ଆବଶ୍ୟକତା କୁ ପୂରଣ କରିବାରେ ସହାୟକ ହେବ।

ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଏହି ଉଦଘାଟନୀ ଉତ୍ସବର  ଏହି କେନ୍ଦ୍ର ନିଶାସକ୍ତ ବ୍ୟକ୍ତି ମାନଙ୍କ ଆରୋଗ୍ୟ କରିବା ନିମନ୍ତେ ଏକ ନୂତନ ଦିଗଦର୍ଶନ ପ୍ରଦାନ କରିବ ବୋଲି କହିଥିଲେ ।  ପିକକ୍ ର ଅଧକ୍ଷା ଡଃ ମିନାକ୍ଷୀ ପଣ୍ଡା ମଧ୍ୟ ନିଜର ମତ ରଖିଥିଲେ । 

ଏହି ଉଦଘାଟନୀ ଉତ୍ସବରେ କଟକ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ରଥ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଲଲାଟେନ୍ଦୁ ମହାପାତ୍ର, ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି , ପିକକ୍ ର କୋଷାଧ୍ୟକ୍ଷା ରତ୍ନା ଦାଶ, ସ୍ଥାନୀୟ ଅବସରପ୍ରାପ୍ତ ଶିକ୍ଷକ ସାରଦା ପ୍ରସନ୍ନ ମହାପାତ୍ର, ପରିଚାଳନା ମୁଖ୍ୟ ରଘୁ ପ୍ରସାଦ ଶଥପଥୀ, ପ୍ରଫୁଲ ଚନ୍ଦ୍ର କର, ସଚିକାନ୍ତ ମହାନ୍ତି, କାଶୀନାଥ ଜେନା, ଚିତ୍ତରଞ୍ଜନ ଦାଶ, ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଡାହାଳିଆବାଗ ତଥା ଏହାର ଆଖପାଖ ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ମଧ୍ୟ ଏହି ଉଦଘାଟନ ସମାରୋହରେ ଯୋଗଦାନ କରିଥିଲେ ।