Home Administration ଆନ୍ଦୋଳନତ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଖଣ୍ଡା

ଆନ୍ଦୋଳନତ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଖଣ୍ଡା

ଭୁବନେଶ୍ୱର : ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଥିବା ସଚିବାଳୟ ସେବା ବର୍ଗ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଭଳି କର୍ମଚାରୀଙ୍କ ସବିଶେଷ ତଥ୍ୟ ଗୃହ ବିଭାଗକୁ ପଠାଇବାପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଏବଂ ଶାସନ ସଚିବମାନଙ୍କୁ ପତ୍ର ଲେଖାଯାଇଛି ।

ଗୃହ ବିଭାଗ ପକ୍ଷରୁ ଲେଖାଯାଇଥିବା ଏହି ପତ୍ରରେ ଉଲ୍ଲେଖ କରାଯାଇଛି ଯେ ଓଡିଶା ସଚିବାଳୟ ସେବା ବର୍ଗର ଅଧିକାରୀମାନେ ଫେବୃଆରୀ ୧୩ ତାରିଖରୁ ଆନ୍ଦୋଳନରେ ମାତିଛନ୍ତି । ସେମାନେ ବେଆଇନ୍‍ ଭାବେ ଅଫିସରେ ଅନୁପସ୍ଥିତ ରହୁଥିବାରୁ ଦୈନନ୍ଦିତ କାର୍ଯ୍ୟ ବ୍ୟାହତ ହେଉଛି । ତେଣୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କୁହାଯାଇଛି ।

ଯେଉଁ ଅଧିକାରୀମାନେ ଦପ୍ତର ଆସି କାର୍ଯ୍ୟ କରୁନାହାନ୍ତି ସେମାନଙ୍କ ପାଇଁ ସେହି ଦିନଗୁଡିକୁ ବେଆଇନ୍‍ ଭାବେ ଅନୁପସ୍ଥିତ ଦର୍ଶାଯିବା ସହିତ କାମ ନାହିଁ ତ ଦରମା ନାହିଁ ନୀତି ଲାଗୁ ହେବ । ଏଥି ସହିତ ଉକ୍ତ ଦିବସଗୁଡିକ ସେମାନଙ୍କ ଚାକିରି କାର୍ଯ୍ୟ ଦିବସରେ ଗଣତି ହେବନାହିଁ । ଏହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଫିସରଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ଲାଗି ଗୃହ ବିଭାଗକୁ ପ୍ରସ୍ତାବ ଦେବାକୁ କୁହାଯାଇଛି ।

ସେହିଭଳି ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଏଏସ୍‍ଓ ଯେଉଁମାନେ ସେମାନଙ୍କ ନିଯୁକ୍ତିପତ୍ର ଦେଇଛନ୍ତି ହେଲେ କାର୍ଯ୍ୟ କାର୍ଯ୍ୟ କରୁନାହାନ୍ତି ସେମାନଙ୍କୁ ସରକାରୀ ଚାକିରିରୁ ବିଦା କରିବାପାଇଁ ବିସ୍ତୃତ ବିବରଣୀ ଗୃହ ବିଭାଗକୁ ପଠାଇବାକୁ କୁହାଯାଇଛି ।

ଯେଉଁ ନୂତନ ଏଏସ୍‍ଓମାନେ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି ସେମାନଙ୍କ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ଗୃହ ବିଭାଗକୁ ପଠାଇବାପାଇଁ ମଧ୍ୟ କୁହାଯାଇଛି ।