Home Health ଫାଇଲେରିଆ ବିଲୋପ ସଚେତନତା

ଫାଇଲେରିଆ ବିଲୋପ ସଚେତନତା

କଟକ : ଲିମ୍ଫାଟିକ୍ ଫାଇଲେରିଆସିସ୍, ସାଧାରଣତଃ ଫାଇଲେରିଆ ଭାବରେ ଜଣାଶୁଣା ଏବଂ କିଛି ସ୍ଥାନରେ ଏହାର ପ୍ରଭାବ ବହୁତ ଅଧିକ ହୋଇଥିବାବେଳେ, ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଏହି ରୋଗ ଦ୍ଵାରା ପ୍ରଭାବିତ ହୋଇଥାଏ । ଏହି ରୋଗର ମୁକାବିଲା ପାଇଁ କଟକ ଜିଲ୍ଲାର ନିଶିନ୍ତକୋଇଲି ବ୍ଲକରେ ଏକ ବ୍ୟାପକ ସଚେତନତା ଅଭିଯାନର ଆୟୋଜନ କରାଯାଇଥିଲା ।  

କୁଲେକ୍ସ ମଶା କାମୁଡ଼ିବା ଦ୍ଵାରା ପ୍ରସାରିତ ଫାଇଲେରିଆ ରୋଗରେ ଜର, ପାଦ ଦରଜ, କୁଣ୍ଡାଇ ହେବା ଭଳି ଲକ୍ଷଣମାନ  ଦେଖାଯାଏ।  ଏହା ଏକ ସଂକ୍ରମିତ ରୋଗ ଅଟେ । ଏହାକୁ ହାତୀପାଦ ରୋଗ ମଧ୍ୟ କୁହାଯାଏ ଓ ଏହି ରୋଗର ଲକ୍ଷଣ ୫ ରୁ ୧୫ ବର୍ଷ ପରେ ପ୍ରକାଶ ପାଏ । ଏହି ରୋଗର କୌଣସି ଚିକିତ୍ସା ନାହିଁ ଓ ଏହି ରୋଗ ଥରେ ହେଲେ ସାରା ଜୀବନ ପାଇଁ ଏଥିରୁ ମୁକ୍ତି ମିଳେନା ।

ଏହି ରୋଗର ସମ୍ପୂର୍ଣ ବିଲୋପ ପାଇଁ କମ୍ୟୁନିଟି ରେଡିଓ ଷ୍ଟେସନ୍-ରେଡିଓ ସମ୍ପର୍କ ୮୯.୬ ସ୍ମାର୍ଟ ସହଯୋଗରେ ଫେବୃଆରୀ ୧ ରୁ ଫେବୃଆରୀ ୧୫ ପର୍ଯ୍ୟନ୍ତ ଏକ ସଚେତନତା ଅଭିଯାନ ନିଶିନ୍ତକୋଇଲି ବ୍ଲକରେ ଆରମ୍ଭ କରିଥିଲା। ଫାଇଲେରିଆ ରୋଗ ଉପରେ ଜନସଚେତନା ତଥା ଏହାର ସଂପୂର୍ଣ୍ଣ ନିରାକରଣ ହେଉଛି ଏହି ଅଭିଯାନ ର ମୁଖ୍ୟ ଉଦ୍ଦେଶ୍ୟ ।

ଗାଁ ମାନଙ୍କରେ ସଭା, ଅପୋଷ କଥାବାର୍ତ୍ତା, ରେଡିଓ ପ୍ରସାରଣ, ସାମାଜିକ ଗଣମାଧ୍ୟମରେ ଏହି ଅଭିଯାନ ର ପ୍ରଚାର ସହିତ ଏକ ବହୁମୁଖୀ ଆଭିମୁଖ୍ୟ ମାଧ୍ୟମରେ ଏହି ଅଭିଯାନ ସିଧାସଳଖ ୭୦୦୦ ରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଥିଲା ବେଳେ ଏହା ୨ ଲକ୍ଷ ରୁ ଅଧିକ ଲୋକଙ୍କୁ ପରୋକ୍ଷରେ ପ୍ରଭାବିତ କରିଥିଲା । ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ମାଧ୍ୟମରେ ଲୋକଙ୍କ ପାଖରେ ଫାଇଲେରିଆ ରୋଗରୁ ରକ୍ଷା ପାଇବା ପାଇଁ ଫେବ୍ରୁୟାରୀ ୧୦ ତାରିଖରେ ଔଷଧ ସେବନ ପାଇଁ ସଚେତନ କରାଯାଇଥିଲା ।

୧୦ ଟି ପଞ୍ଚାୟତ, ୧୫ ଟି ମହିଳା ସ୍ଵୟଂ ସହାୟକ ସହାୟକ ଗୋଷ୍ଠୀ, ୧୧ ଟି ବିଦ୍ୟାଳୟ ଏବଂ ୨ ଟି କଲେଜରେ ଏହି ଅଭିଯାନ ଆୟୋଜିତ ହୋଇଥିଲା । ପଞ୍ଚାୟତିରାଜ କର୍ମକର୍ତ୍ତା, ସ୍ୱାସ୍ଥ୍ୟ କର୍ମୀ, ଡାକ୍ତରଙ୍କ ଭଳି ପ୍ରମୁଖ ହିତାଧିକାରୀଙ୍କ ସହ ସାକ୍ଷାତକାର ମାଧ୍ୟମରେ ଏହି ଅଭିଯାନର ଗୁରୁତ୍ଵ ବିଷୟରେ ଲୋକମାନଙ୍କୁ ସଚେତନ କରଯାଇଥିଲା ।