ଭୁବନେଶ୍ୱର : ସୌଭାଗ୍ୟ ଯୋଜନାରେ ଓଡିଶା ସରକାର ବର୍ତ୍ତମାନ ସୁଦ୍ଧା ୩୨୩ କୋଟି ଟଙ୍କା ପାଇଛନ୍ତି । ଏହି ଯେଜାନାରେ ରାଜ୍ୟର ବିଜୁଳି ଅପହଞ୍ଚ ଘରଗୁଡିକୁ ବିଦ୍ୟୁତିକରଣ କରାଯାଇଥାଏ ।
ଦେଶର ଯେଉଁସବୁ ଘରେ ବିଦ୍ୟୁତ୍ ପହଞ୍ଚିନଥିଲା ସେହିସବୁ ଗ୍ରାମକୁ ବିଦ୍ୟୁତ ପହଞ୍ଚାଇବାପାଇଁ ୨୦୧୭ ମସିହାରେ କେନ୍ଦ୍ର ପ୍ରଧାନ ମନ୍ତ୍ରୀ ସହଜ ବିଜୁଳି ହର ଘର ଯୋଜନା (ସୌଭାଗ୍ୟ)ର ଶୁଭାରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ଯୋଜନାରେ ୬୩୦୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲାବେଳେ ଓଡିଶାକୁ ମିଳିଛି ୩୨୩ କୋଟି ଟଙ୍କା । ଅନ୍ୟ ରାଜ୍ୟଗୁଡିକ ମଧ୍ୟରେ ଉତ୍ତରପ୍ରଦେଶ ଏହି ଯେଜାନାରେ ୧୮୧୫ କୋଟି ଟଙ୍କା ପାଇଥିବାବେଳେ ଆସାମ ୭୦୫ କୋଟି, ମଧ୍ୟପ୍ରଦେଶ ୫୫୪ କୋଟ. ବିହାର ୪୯୧ କୋଟି, ଛତିଶଗଡ ୩୭୯କୋଟି ଟଙ୍କା ପାଇଛି । ଝାଡଖଣ୍ଡ ୨୮୪ କୋଟି ଟଙ୍କା ପାଇଥିବାବେଳେ ପଶ୍ଚିମବଙ୍ଗକୁ ଏହି ଯୋଜନାରେ ୧୬୯ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଓଡିଶାକୁ କେନ୍ଦ୍ରରୁ ୩୨୩ କୋଟି ଟଙ୍କା ମିଳିଥିବାବେଳେ ଏଥିରେ ୨୪.୫୨ଲକ୍ଷ ଘରକୁ ବିଜୁଳି ସଂଯୋଗ ଯୋଗାଇ ଦିଆଯାଇଛି । ତେବେ ୨୦୨୧ ସୁଦ୍ଧା ଏହି ଘରଗୁଡିକୁ ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ ହୋଇଥିବାବେଳେ ଏହା ପରଠାରୁ ଘର ସଂଖ୍ୟା ବୃଦ୍ଧି ପାଇନଥିବା କେନ୍ଦ୍ରୀୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ତେବେ ୨୦୧୭ରେ ସୌଭାଗ୍ୟ ଯୋଜନା ଆରମ୍ଭ ପରଠାରୁ ଏହା ଜରିଆରେ ସମଗ୍ର ଦେଶରେ ୨କୋଟି ୮୧ଲକ୍ଷରୁ ଅଧିକ ପରିବାକୁ ବିଜୁଳି ସଂଯୋଗ ଯୋଗାଇ ଦିଆଯାଇଛି । ଏହି ତାଲିକାର ସବୁଠାରୁ ଆଗରେ ବିହାର ରହିଛି । ସେଠାରେ ୩୨.୫୯ ଲକ୍ଷରୁ ଅଧିକ ଘରକୁ ବିଜୁଳି ସଂଯୋଗ କରାଯାଇ ପାରିଛି ।
ସେହିଭଳି ବିଦ୍ୟୁତ୍ ବିତରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବାଲାଗି ଗତ ୯ବର୍ଷ ଧରି ଦେଶରେ ଦୀନ୍ ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ଏବଂ ସମନ୍ୱିତ ଶକ୍ତି ବିକାଶ ଯୋଜନା କାର୍ଯ୍ୟକାରୀ ହେଉଛି । ଏହି ଦୁଇ ଯୋଜନାରେ ୧.୮୫ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବାବେଳେ ଏଥିରେ ଦେଶର ୧୮,୩୭୪ଟିନୂତନ ଗ୍ରାମକୁ ବିଦ୍ୟତ୍ କରଣ କରାଯାଇଛି । ଏଥିସହିତ ୨୯୨୭ଟି ନୂତନ ସବଷ୍ଟେସନ ସ୍ଥାପନ, ୩୯୬୫ଟି ସବଷ୍ଟେସନର ଆଧୁନିକୀକରଣ ସହିତ ପାଖାପାଖି ୭ଲକ୍ଷ ନୂତନ ଟ୍ରାନ୍ସଫର୍ମର ସ୍ଥାପନ ହୋଇଛି ।
କେନ୍ଦ୍ର ସରକାର ୨୦୨୧ ମସିହାରୁ ରାଭାମ୍ପାଡ ଡିଷ୍ଟ୍ରିବ୍ୟୁସନ ସେକ୍ଟର ସ୍କିମ୍ (ଆରଡିଏସଏସ) କାର୍ଯ୍ୟକାରୀ ହେଉଛି । ଏଥିରେ ୩,୦୩,୭୫୮ କୋଟି ଟଙ୍କା ବ୍ୟୟ କରାଯିବ । ଯେଉଁ ଘରଗୁଡିକୁ ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ ହୋଇପାରିନଥିବ ସେମାନଙ୍କୁ ଆରଡିଏସଏସ ଜରିଆରେ ବିଜୁଳି ସଂଯୋଗ ଯୋଗାଇ ଦିଆଯିବ । (ତଥ୍ୟ)